ବଲାଙ୍ଗୀରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ, ଦେବଦମ୍ପତିଙ୍କ ମାତାପିତା ସ୍ଥିରୀକୃତ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ଆସନ୍ତା ୧୮ ଜୁନ୍‌ରୁ ୨୦ ଜୁନ୍‌ ପର୍ଯ୍ୟନ୍ତ ହେବ ଦେବଦମ୍ପତିଙ୍କ ଶୁଭ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା। ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଦେବ ଦମ୍ପତିଙ୍କ ଶୁଭବିବାହ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଯେଉଁଥିରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ ହୋଇଛି। ବଲାଙ୍ଗୀର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଏବିଏସ୍‌ଏସ୍‌ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ୩୮ ତମ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁଥିରେ ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଦେବଦମ୍ପତିଙ୍କ କଳ୍ପିତ ମାତାପିତା ସ୍ଥିରୀକୃତ ହୋଇଛି। ଏଥିରେ ବଲାଙ୍ଗୀର ଟିକ୍ରାପଡ଼ା ନିବାସୀ ରାଜ କୁମାର ଖଟୁଆ ତାଙ୍କ ସ୍ତ୍ରୀ ନମିତା ଖଟୁଆ ଦେବଦେବ ମହାଦେବଙ୍କ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି କନ୍ୟାପକ୍ଷ ମାତା ପାର୍ବତୀଙ୍କ ମାତାପିତା ଭାବରେ ବଲାଙ୍ଗୀର ତେଲିଗୋଟପଡ଼ା ନିବାସୀ ଜୟପ୍ରକାଶ ନାରାୟଣ ପୁରୋହିତ ଓ ତାଙ୍କ ସହଧର୍ମିଣୀ ରୁନୁ ପୁରୋହିତ ସୌଭାଗ୍ୟ ଅର୍ଜନ କରିଛନ୍ତି।

ଆଜି ସ୍ଥାନୀୟ ଏବିଏସ୍‌ଏସ୍‌ କ୍ଲବରେ ସାମୁହିକ ଭାବରେ ନୀତିକାନ୍ତି ସହିତ ତିଥି ଧାର୍ଯ୍ୟ ହୋଇଥିଲା। ସେହିପରି ଶ୍ରୀଶ୍ରୀ ସିଦ୍ଧେଶ୍ୱର ବାବା ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଥାଳଉଠା ନୀତି ସମ୍ପନ୍ନ ହୋଇଛି। ଯେଉଁଥିରେ ଏବିଏସ୍‌ଏସ୍‌ କ୍ଲବର ସଭାପତି ସମୀର ସାହାଣୀ, ଉପସଭାପତି ଅନାଦି ପଟ୍ଟନାୟକ, ସମ୍ପାଦକ ବଣ୍ଟି ମିଶ୍ର, ସହ ସମ୍ପାଦକ ବିଭୂ ପ୍ରସାଦ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ମାନସ ବହିଦାର, ସଦସ୍ୟ ବୃନ୍ଦ ଶୁଭମ ସାହୁ, ନୀରଜ ବକ୍ସି, ନିଖିଲ ବହିଦାର, ପିକୁନ ବରାଇ, ଆତିଶ ସରାଫ, ପିଣ୍ଟୁ ସାହୁ, ଗୋପାଳ ବରାଇ, କୁନୁ ରାଉତ, ପେଟୁ ସାହାଣୀ, ବିକ୍ରାନ୍ତ ଚୋପଦାର, ସୁଧୀର ସାହୁ, ବେଲାର ସାହୁ, ବଳରାମ ରାଉତ, ଘୁଣ୍ଡୁ ବାରାଇ, ସୁନିଲ ମିସ୍ତ୍ରୀ, ସଂଗ୍ରାମ ନାୟକ, ଶିବାନନ୍ଦ ସାହାଣୀ, ପିଙ୍କୁ, ଗୋପାଳ ସାମଲ,ସୋନୁ, ପିଣ୍ଟୁ ପ୍ରମୁଖଙ୍କ ସହ ଓ କର୍ତ୍ତା ସହିତ ପଡ଼ାବାସୀ ଓ ସହରବାସୀ ଏକାଠି ହୋଇଥିଲେ। ଏଥର ଯାତ୍ରା ପରିଚାଳନା ଦାୟିତ୍ୱ ପ୍ରହ୍ଲାଦ ଦର୍ଜୀ ତୁଲାଇବେ।

ସେହିପରି ଯାତ୍ରା ଯେମିତି ମହାଆଡମ୍ବର ଜାକକଜମକରେ ହେବ ତା’ ପାଇଁ ସମସ୍ତେ ପଦକ୍ଷେପ ନେବୁ ସ୍ଥିର ହୋଇଛି। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ନୀତି ସମ୍ପନ୍ନ ହୋଇଛି। ସେହିପରି ଆସନ୍ତା ଜୁନ୍‌ ୧୮ ତାରିଖରେ ଦେବ ଦମ୍ପତିଙ୍କ ଶୁଭବିବାହ ଅନୁଷ୍ଠିତ ହେବ। ସେହିପରି ୨୦ ତାରିଖ ସକାଳୁ ଦେବ ଦମ୍ପତିଙ୍କ ଘର ବାହୁଡ଼ା ଯାତ୍ରା ଓ ଯୁଗଳ ମୂର୍ତ୍ତି ଦର୍ଶନ ଆୟୋଜିତ ହେବ। ଏଥିପାଇଁ ସହରରେ ନୀତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
ତେବେ ଏଥର ମାତା ପାର୍ବତୀଙ୍କ ମାତାପିତା ସାଜିଥିବା ଜୟପ୍ରକାଶ ପୁରୋହିତ ଓ ତାଙ୍କ ସ୍ତ୍ରୀ ରୁନୁ ପୁରୋହିତ କହିଛନ୍ତି ଯେ, ଆମେ ଅନେକ ବିବାହ କାର୍ଯ୍ୟକ୍ରମ ଜୀବନରେ ସମାପନ କରି ଆସିଛୁ। ହେଲେ ଏଥର ମା’ ପାର୍ବତୀଙ୍କ ମାତାପିତା ହୋଇ ତାଙ୍କ ବିବାହ କରିବାର ଅତି ସୌଭାଗ୍ୟ ଅର୍ଜନ କରିଛୁ। ଆମର ନିଜ ବାହାଘରକୁ ଆଜି ୨୫ ବର୍ଷ ପୂରିଛି। ଆମର ଶ୍ରଦ୍ଧା ଭକ୍ତି ଓ ପୁଣ୍ୟ ପାଇଁ ଆମେ ଏହି ସୁଯୋଗ ପାଇଛୁ। ତେଣୁ ଆୟୋଜକ କମିଟିକୁ ଧନ୍ୟବାଦ ଜଣାଉଛି।

ସେପଟେ ବଲାଙ୍ଗୀର ପୂର୍ବତନ ପୌରପାଳିକା ଅଧ୍ୟକ୍ଷା ଦମୟନ୍ତି ବାଗ କହିଛନ୍ତି ଯେ, ଆମେ ଏଥର ବରପକ୍ଷ ଦେବ ଦେବ ମହାଦେବଙ୍କୁ ପୁଅ ଆକାରରେ ପାଇଛୁ। ବଲାଙ୍ଗୀର ଶୀତଳଷଷ୍ଠୀ ଯାତ୍ରା ଅତି ଧୂମ୍‌ଧାମରେ ପାଳିତ ହୋଇଆସିଥାଏ। ଏଥର ମଧ୍ୟ ଆମ ଶୀତଳଷଷ୍ଠୀ ଯାତ୍ରା ସେହି ଜାକଜମକରେ ଆୟୋଜିତ ହେବ ବୋଲି ସେ କହିଛନ୍ତି।
ସେହିପରି ଏବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ଯାତ୍ରା କମିଟି ସଭାପତି ସମୀର ସହାଣୀ କହିଛନ୍ତି ଯେ ଚଳିତ ଶୀତଳଷଷ୍ଠୀ ଯାତ୍ରା ଆମର ୩୮ ତମ ବର୍ଷରେ ପହଞ୍ଚିଛି। ଆଜି ଏହି ଯାତ୍ରାର ଥାଳଉଠା ନୀତି ସ୍ଥାନୀୟ ନୃସିଂହ ମନ୍ଦିରରେ ସିଦ୍ଧେଶ୍ୱର ବାବାଙ୍କ ଠାରେ ସମ୍ପୂର୍ଣ୍ଣ ହୋଇଛି। ଚଳିତ ଥର ଆମର ଏହି ଆୟୋଜନ ଆହୁରି ଜାକଜମକ ଓ ରୀତିନୀତିରେ ହେବ ଯାହା ପାଇଁ ଆମର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?