କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚଳାଚଳ ହେଉ: ୨୦ ଦଫା ଦାବି ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଏମପି

କେସିଙ୍ଗା,୨୨।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଳବିକା ଦେବୀ ବିଭିନ୍ନ ୨୦ ଦଫା ଦାବି ନେଇ ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ଦିଲ୍ଲୀସ୍ଥିତ ବାସଭବନରେ ବୁଧବାର ସାକ୍ଷାତ କରିଛନ୍ତି। ପ୍ରଥମେ କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଟ୍ରେନ ଚଳାଚଳ କରିବା ସହ ନର୍ଲାରେ ଲୋକୋ ମୋଟିଭ ମରାମତି ଫେକ୍ଟୋରି ସ୍ଥାପନ କରିବାକୁ ଦାବି ଜଣାଇଛନ୍ତି। ସେ ଆହୁରି ମଧ୍ୟ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନର୍ଲା ରୋଡ଼ ଷ୍ଟେଶନରେ ଗତ କୋଭିଡ ସମୟରେ ରହୁଥିବା ବିଶାଖାପାଟଣା ନିଜାମୁଦ୍ଧି ସମତା ଏକ୍ସପ୍ରେସ, ବିଳାଶପୁର ତୁରୁପତି,ସେହିପରି ରୁପ୍ରା ରୋଡ଼ ଷ୍ଟେସନରେ ମଧ୍ୟ ଉକ୍ତ ଟ୍ରେନ ରହଣି ପାଇଁ ଦାବି କରିଛନ୍ତି।ଧନବାଡ଼ ଏଲେପି,ଅହମ୍ମଦାବା ପୁରୀ,ସମ୍ବଲପୁର ନାଂଦେଡ,ଏବଂ ନୂଆପଡାରେ ସମତା ଟ୍ରେନ ରହଣି ପାଇଁ ଦାବି କରିଛନ୍ତି। ସେହିପରି ଦେପୁରରେ ରେଳ ଷ୍ଟେଶନରେ ଜୁନାଗଡ଼ -ଭୁବନେଶ୍ୱର ଟ୍ରେନ ୨ମିନିଟ ରହଣି ପାଇଁ ଦାବି କରିଛନ୍ତି।

ନର୍ଲା ରୋଡ଼ରେ ଓଭର ବ୍ରିଜ ନିର୍ମାଣ କରିବା ସହ ଭୁବନେଶ୍ୱରରୁ ରାୟଗଡା-କୋରାପୁଟ-ଭାୟା ଟିଟିଲାଗଡ ଦେଇ ଏକ ଟ୍ରେନ ଚଳାଚଳ କରିବାକୁ ଦାବି କରିଛନ୍ତି। ଭବାନୀପାଟଣାରୁ କେସିଙ୍ଗା ୩୦କିମି ଟ୍ରେନ ଲାଇନକୁ ଯଥା ଶୀଘ୍ର ନିର୍ମାଣ କରିବାକୁ ଏକ ସ୍କେଚ ସହ ମନ୍ତ୍ରୀଙ୍କୁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। କେସିଙ୍ଗା ଓ ଭବାନୀପାଟଣାରେ ୧୦୦ରୁ ଉଦ୍ଧର୍‌ବ ରାଇସ ମିଲ ରହିଛି । ଧାନ ଓ ଚାଉଳ ନେବା ଆଣିବା ରେ ଅସୁବିଧା ହେଉଛି, ତେଣୁ ରାଇସକୁ ଟ୍ରେନ ଲାଇନ ସଂଯୋଗ କରିବାକୁ ଦାବି କରିଛନ୍ତି।

ସେହିପରି ଉତକେଲା ଏୟାର ଲାଇନକୁ ଉଦାନ ଯୋଜନା ରୁସିଧାସଳଖ ଏକ ଟ୍ରେନ ଲାଇନ ସଂଯୋଗ କରିବାକୁ ଏମପି ଦାବି କରିଛନ୍ତି।ଏହିପରି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଜିଲାର ଅନେକ ରେଳପଥକୁ ସଂଯୋଗ କରିବାକୁ ୨୦ଦଫା ଦାବିପତ୍ର ରେଳ ମନ୍ତ୍ରୀ ଅଶ୍ୱନି ବୈଷ୍ଣବଙ୍କୁ ଦାବି କଳାହାଣ୍ଡି ଏମପି ମାଳବିକା ଦେବି ଦାବି କରିଥିବାର ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ବିପନ୍ନଙ୍କୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ସହାୟତା:୪ ଲକ୍ଷ ୨୯ ହଜାର ୭୮୨ ପରିବାର ପାଇବେ ସହାୟତା

ଛତ୍ରପୁର, ଦିଲ୍ଲୀପ ସାମଲ, ୬/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ…

ମୁସ୍ତାକ ଅଲୀ ଟ୍ରଫି: ବିହାର ସିନିୟର ଦଳର ନେତୃତ୍ୱ ନେବେ ବୈଭବ ସୂର୍ଯ୍ୟବଂଶୀ

ପାଟନା,୬ା୧୧: ନଭେମ୍ବର ୧୪ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ ପାଇଁ ସ୍ବଳ୍ପ ବୟସ୍କ ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ…

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ମହିଳା ଓ ଶିଶୁ ସୁରକ୍ଷା, ଆୟୋଗ ଅଧ୍ୟକ୍ଷା: ଅଙ୍ଗନବାଡ଼ି କେନ୍ଦ୍ର ଓ ଆବାସିକ ବିଦ୍ୟାଳୟରେ ସୁବିଧା ସୁଯୋଗ ଯାଞ୍ଚ

ମୋହନା, ୬।୧୧ (ମନ୍ମଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଗଜପତି ଜିଲ୍ଲା ମୋହନା ବ୍ଲକରେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର ହୋଇଛି।…

ହାତୀ-ମଣିଷ ସଂଘର୍ଷ ରୋକିବାକୁ ଗଜସାଥୀଙ୍କୁ ତାଲିମ୍‌: ୧୯ ମାସରେ ୨୭୫ ମଣିଷ ଓ ୧୩୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର, ୬।୧୧ (ବାବୁଲା ପ୍ରଧାନ): ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ସହ ଉଭୟଙ୍କ ଧନଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ଟାଟା ପାୱାର, ଘୁମୁସର ଉତ୍ତର ବନଖଣ୍ଡ ଏବଂ ସ୍ୱେଚ୍ଛାସେବୀ…

ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ: ବିଜେଡି ଶିବିରରେ ଉତ୍ସାହ

ହିଞ୍ଜିଳିକାଟୁ/ଶେରଗଡ଼୬।୧୧(ଦ୍ବିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟ ନାରାୟଣ ଦାଶ): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମ ଗସ୍ତରେ ଆସିବେ। ବାତ୍ୟା ଅର୍ଣ୍ଣବ ପ୍ରଭାବିତ ବନ୍ୟାଞ୍ଚଳ…

ବଣ୍ଡାଘାଟିରେ ଧସିଲା ମାଟି ଅତଡ଼ା: ୭ ଗାଁ ବିଚ୍ଛିନ୍ନ

ମାଲକାନଗିରି,୬।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ବଣ୍ଡାଘାଟିରେ ରାସ୍ତା ଧସିବା ଯୋଗୁ ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ବନ୍ଧଗୁଡ଼ା ନିକଟରେ ମାଟି…

ବାରାହା ଦାଉରୁ ଫସଲ ରକ୍ଷା ପାଇଁ ସୋଲାର ବିଦ୍ୟୁତ୍‌ ତାରବାଡ଼: ସାମୁଦ୍ରିକ ଥାନା ମୁଖ୍ୟ ରାସ୍ତା ପାର୍ଶ୍ୱରେ ତାରବାଡ଼କୁ ନେଇ ଚିନ୍ତା, ହଟାଇବାକୁ ବନ ବିଭାଗର…

ମହାକାଳପଡ଼ା, ୬।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚାଷ ଜମିରେ ବାରାହା ପଲଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବାରାହା…

୪ ବର୍ଷ ବାସନ୍ଦ ହେଲେ ଏହି ଅଲିମ୍ପିକ ବିଜେତା, ଜାଣନ୍ତୁ…

ଲାଉସାନେ,୧୧ା୬: ଡୋପ୍‌ ଟେଷ୍ଟରେ ଧରାପଡ଼ିବାରୁ ଅଲିମ୍ପିକ ଭାରୋତ୍ତୋଳକ ବ୍ରୋଞ୍ଜ ପଦକ ବିଜେତା ବୋଝିଦାର ଦିମିତ୍ରୋଭ ଆନ୍ଦ୍ରିଭଙ୍କୁ ଶୁକ୍ରବାର ୪ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି। ଫଳରେ ସେ ୨୦୨୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?