ପ୍ରାଇଭେଟ୍‌ ଚାକିରିଆଙ୍କ ପାଇଁ ଦୁଃଖ ଖବର! ନୂଆ ଲେବର କୋଡ୍‌ ଯୋଗୁ ଦରମାରୁ କଟିଯିବ ଏତେ ଟଙ୍କା…

ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ଲେବର କୋଡ୍ (New Labour Code) ଅଧୀନରେ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଅନେକ ନୂତନ ନିୟମ ଆସିଛି । ଏହି ନୂଆ ନିୟମ ଅନୁଯାୟୀ, ଏପ୍ରିଲ ୧ ରୁ ଦରମା ଢାଞ୍ଚାରେ ବଡ଼ ପରିବର୍ତ୍ତନ କରାଯାଇଛି, ଯାହା ଫଳରେ କର୍ମଚାରୀଙ୍କ ଇନ୍-ହ୍ୟାଣ୍ଡ ଦରମା (In-hand Salary) କମିବାକୁ ଯାଉଛି।

ନୂଆ ନିୟମ ଅନୁଯାୟୀ, ଜଣେ କର୍ମଚାରୀଙ୍କର ମୋଟ ଦରମାର ଅତିକମରେ ୫୦ ପ୍ରତିଶତ ବେସିକ୍ ଦରମା  ଏବଂ ମହଙ୍ଗା ଭତ୍ତା ହେବା ବାଧ୍ୟତାମୂଳକ। ବାକି ୫୦ ପ୍ରତିଶତରେ ଏଚଆରଏ ଏବଂ ଅନ୍ୟାନ୍ୟ ଭତ୍ତା ସାମିଲ ରହିବ। ପୂର୍ବରୁ କମ୍ପାନୀଗୁଡ଼ିକ ବେସିକ୍ ଦରମା କମ୍ ରଖି ଅନ୍ୟାନ୍ୟ ଭତ୍ତା ବଢ଼ାଇ ଦେଉଥିଲେ, ଯାହାଫଳରେ ଇପିଏଫ୍ (EPF) ଏବଂ ଗ୍ରାଚ୍ୟୁଇଟି ବାବଦରେ କମ୍ ଟଙ୍କା କଟୁଥିଲା। କିନ୍ତୁ ବର୍ତ୍ତମାନ ବେସିକ୍ ଦରମା ବୃଦ୍ଧି ପାଇବା ଯୋଗୁଁ ପିଏଫ୍ ଆକାରରେ ଅଧିକ ଅର୍ଥ କଟାଯିବ, ଯାହା ପ୍ରତ୍ୟକ୍ଷ ଭାବରେ ମାସିକ ମିଳୁଥିବା ଦରମାକୁ କମାଇବ।

ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ନିୟମ କେବଳ ସେହି କର୍ମଚାରୀଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହେବ ଯେଉଁମାନଙ୍କର ବେସିକ୍ ଦରମା ୧୫,୦୦୦ ଟଙ୍କା ରୁ ଅଧିକ ରହିଛି। ଯଦି କୌଣସି କର୍ମଚାରୀଙ୍କ ବେସିକ୍ ଦରମା ୧୫ ହଜାର ଟଙ୍କା କିମ୍ବା ତା’ଠାରୁ କମ୍, ତେବେ ସେମାନଙ୍କ ଉପରେ ଏହି ନୂଆ ଦରମା ଢାଞ୍ଚା ଲାଗୁ ହେବ ନାହିଁ ଏବଂ ସେମାନଙ୍କର ଇନ୍-ହ୍ୟାଣ୍ଡ ଦରମାରେ କୌଣସି କାଟ୍ ହେବ ନାହିଁ।କିନ୍ତୁ ନୂଆ ନିୟମ ଅନୁସାରେ, ୫୦ ହଜାରରୁ ଅତିକମରେ ୨୫,୦୦୦ ଟଙ୍କା (୫୦%) ବେସିକ୍ ଦରମା ହେବ। ଏବେ ୨୫,୦୦୦ ର ୧୨% ଅର୍ଥାତ୍ ୩,୦୦୦ ଟଙ୍କା ପିଏଫ୍ ବାବଦକୁ କଟାଯିବ। ଏହାର ଅର୍ଥ ଆପଣଙ୍କର ଇନ୍-ହ୍ୟାଣ୍ଡ ଦରମା କମି ଏବେ ୪୭,୦୦୦ ଟଙ୍କା ହୋଇଯିବ।

ଯଦିଓ ନୂଆ ଲେବର କୋଡ୍ ଲାଗୁ ହେବା ଦ୍ୱାରା ବର୍ତ୍ତମାନ ହାତକୁ ଆସୁଥିବା ଦରମା କମିଯାଉଛି, କିନ୍ତୁ ଭବିଷ୍ୟତ ପାଇଁ ଏହା ବେଶ୍ ଲାଭଦାୟକ ପ୍ରମାଣିତ ହେବ। କର୍ମଚାରୀଙ୍କର ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଗ୍ରାଚ୍ୟୁଇଟି ଆକାରରେ ଅଧିକ ସଞ୍ଚୟ ହେବ, ଯାହା ଅବସର ଗ୍ରହଣ କରିବା ସମୟରେ ଏକ ବଡ଼ ଆର୍ଥିକ ସୁରକ୍ଷା ପ୍ରଦାନ କରିବ । କିନ୍ତୁ ଏହା ଆଗାମୀ ଭବିଷ୍ୟତ ପାଇଁ ଲାଭଦାୟକ  ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟ୍‌ରେ ଖାନ ସାର୍‌: କୋଚିଂ ସେଣ୍ଟର ଉଡ଼ାଇ ଦେବାକୁ ଧମକ

ପାଟନା,୩।୬: ବିହାରର ପାଟନାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସାରା ବିହାରରେ ଆତଙ୍କ ସୃଷ୍ଟି କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ…

ପୁଣି କୋଟିଆରେ ଉପସ୍ଥିତି ଜାହିର କଲା ଆନ୍ଧ୍ର: ପଛଘୁଞ୍ଚା ନଦେଇ ଅନୁପ୍ରବେଶ କଲେ ଅଧିକାରୀ

ପଟ୍ଟାଙ୍ଗି, ୩।୬ (ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପୁଣିଥରେ ପଡୋଶୀ ଆନ୍ଧ୍ର ପ୍ରଦେଶର ପଦାଧିକାରୀମାନେ…

ବିଜେଡି ଛାଡ଼ିଲେ ପୂର୍ବତନ କର୍ପୋରେଟର, ନବୀନଙ୍କୁ ଇସ୍ତଫାପତ୍ର ପଠାଇ କହିଲେ…

କଟକ,୩ା୬: ଜଣଙ୍କ ପରେ ଜଣେ ନେତା ବିଜେଡିର ହାତ ଛାଡୁଛନ୍ତି। ଦେବାଶିଷଙ୍କ ପରେ ଏବେ ବିଜେଡି ଛାଡ଼ିଛନ୍ତି କଟକର ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ। ସେ ତାଙ୍କର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ଜଣ ଜିଅନ୍ତା ଜଳିଗଲେ,ବଢ଼ିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩।୬: ଦିଲ୍ଲୀର ମାଲବ୍ୟ ନଗରରେ ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା…

ମନ୍ତ୍ରୀଙ୍କ ବଡ଼ ସୂଚନା: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର, ୩।୬: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ…

ଦିଅର ମାଡ଼ରେ ଚାଲିଗଲା ଭାଉଜଙ୍କ ଜୀବନ: ପାରିବାରିକ କଳହ ସାଜିଲା କାଳ

ଧର୍ମଶାଳା, ୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ସାରୋଇ ଗ୍ରାମରେ ଦିଅର ମାଡ଼ରେ ତାଙ୍କ ଭାଉଜଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri