ନିଷ୍ଠା ହିଁ ଆଗ୍ରହକୁ ଦକ୍ଷତାରେ ପରିଣତ କରେ: ନିଗମଜ୍ୟୋତି ପାଠୀ

ନିଗମଜ୍ୟୋତି ପାଠୀ ହେଉଛନ୍ତି ଜଣେ ଦୂରଦର୍ଶୀ ଉଦ୍ୟୋଗୀ, ଯାହାଙ୍କର ପାକକଳା ପ୍ରତି ଥିବା ଗଭୀର ଭଲପାଇବା ଯୋଗୁ ମୟୂରଭଞ୍ଜର ବାରିପଦା ସହରରେ ଜନ୍ମନେଇଛି ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ନମସ୍ତେ ବାରିପଦା’। କୋଭିଡ୍‌ ମହାମାରୀର ଅନେକ ଚ୍ୟାଲେଞ୍ଜ ମଧ୍ୟରେ ପ୍ରତିଷ୍ଠାତା ନିଗମଜ୍ୟୋତି ଏବଂ ତାଙ୍କ ଭାଇ ରୋଷେଇ ପ୍ରତି ଥିବା ନିଜର ଆଗ୍ରହକୁ ଏକ ‘କ୍ଲାଉଡ୍‌ କିଚେନ୍‌’ର ରୂପ ଦେଇଥିଲେ, ଯାହା ଲୋକଙ୍କ ସେବା କରିବାର ଏକ କ୍ଷୁଦ୍ର ପ୍ରୟାସ ଭାବେ ଆରମ୍ଭ ହୋଇଥିଲା। ତାହା ଆଜି ସ୍ଥାନୀୟ ସ୍ବାଦ ଓ ଆଧୁନିକତାର ଏକ ପ୍ରତୀକ ସାଜିଛି । ସୁସ୍ବାଦୁ ଖାଦ୍ୟ ପାଇଁ ‘ନମସ୍ତେ ବାରିପଦା’କୁ ଏକ ପ୍ରସିଦ୍ଧ ଗନ୍ତବ୍ୟ ସ୍ଥଳରେ ପରିଣତ କରିଥିବା ନିଗମଜ୍ୟୋତିଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର….

ପ୍ରଶ୍ନ-‘ନମସ୍ତେ ବାରିପଦା’ ଆରମ୍ଭ କରିବା ପଛରେ ଆପଣଙ୍କର ମୂଳ ଲକ୍ଷ୍ୟ କ’ଣ ଥିଲା ଏବଂ ଏହା କିପରି ବିକଶିତ ହେଲା?
ଉତ୍ତର- ସତ କହିବାକୁ ଗଲେ, ଏହା କୌଣସି ବଡ଼ ଯୋଜନାରୁ ଆରମ୍ଭ ହୋଇ ନ ଥିଲା। କୋଭିଡ୍‌ ମହାମାରୀ ସମୟରେ ଆମର ପାରିବାରିକ ବ୍ୟବସାୟ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲା ଏବଂ ଆମକୁ ଏକ ନୂଆ ପନ୍ଥାର ଆବଶ୍ୟକତା ଥିଲା। ମୁଁ ଏବଂ ମୋ ଭାଇ ରୋଷେଇ କରିବା ଓ ଲୋକଙ୍କୁ ଖୁଆଇବାକୁ ସବୁବେଳେ ଭଲ ପାଉଥିଲୁ, ତେଣୁ ଏକ କ୍ଲାଉଡ୍‌ କିଚେନ ଆରମ୍ଭ କରିବା ଆମ ପାଇଁ ସ୍ବାଭାବିକ ଥିଲା। ମୁଁ ପାରମ୍ପରିକ ଭାରତୀୟ ବ୍ୟଞ୍ଜନ ଉପରେ ଧ୍ୟାନ ଦେଇଥିବାବେଳେ ସେ ଚାଇନିଜ୍‌ ଖାଦ୍ୟରେ ବିଶେଷଜ୍ଞ ଥିଲେ। ଆମର ପୂର୍ବ ବ୍ୟବସାୟ ସହ ଜଡ଼ିତ ଲୋକଙ୍କ ସମର୍ଥନରେ ଆମ ଖାଦ୍ୟ ଧୀରେ ଧୀରେ ଲୋକପ୍ରିୟ ହେଲା ଏବଂ ‘ନମସ୍ତେ ବାରିପଦା’ ଆଜି ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇଛି।
ପ୍ରଶ୍ନ- ପ୍ରତିଯୋଗିତାମୂଳକ ବଜାରରେ ଆପଣ ‘ନମସ୍ତେ ବାରିପଦା’କୁ କିପରି ସ୍ବତନ୍ତ୍ର କରିପାରିଛନ୍ତି?
ଉତ୍ତର- ପାରମ୍ପରିକ ସ୍ବାଦ ସହିତ ଆଧୁନିକ ବ୍ୟଞ୍ଜନର ଠିକ୍‌ ମିଶ୍ରଣ ହିଁ ଆମକୁ ଅନ୍ୟମାନଙ୍କଠାରୁ ଅଲଗା କରେ। ଆମ କାର୍ଯ୍ୟ କେବଳ ଖାଦ୍ୟ ପରଷିଦେବା ନୁହେଁ, ବରଂ ଗ୍ରାହକଙ୍କୁ ଏକ ନିଆରା ଅନୁଭୂତି ଦେବା, ଯେଉଁଠି ସେମାନେ ପରିଚିତ ସ୍ବାଦ ସହ କିଛି ନୂତନତ୍ୱ ପାଇପାରିବେ। ଆରମ୍ଭ ସମୟରେ ବାରିପଦାରେ ଅନେକ ପୁରୁଣା ରେଷ୍ଟୁରାଣ୍ଟ ଥିଲା, ତେଣୁ ନିଜର ପରିଚୟ ସୃଷ୍ଟି କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। କିନ୍ତୁ ସମୟ ସହିତ ଆମ ଖାଦ୍ୟର ଗୁଣବତ୍ତା ନିଜେ କହିବା ଆରମ୍ଭ କଲା ଏବଂ ଲୋକଙ୍କ ପ୍ରଶଂସା ହିଁ ଆମର ସବୁଠାରୁ ବଡ଼ ଶକ୍ତି ସାଜିଲା।
ପ୍ରଶ୍ନ- ଖାଦ୍ୟର ଗୁଣବତ୍ତା ବଜାୟ ରଖିବା ସହ ମୂଲ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ଆପଣ କିପରି ସନ୍ତୁଳନ ରକ୍ଷା କରନ୍ତି?
ଉତ୍ତର- ବଜାରରେ ଦରଦାମ୍‌ର ଅନିଶ୍ଚିତତା ମଧ୍ୟରେ ମୂଲ୍ୟ ସନ୍ତୁଳିତ ରଖିବା ସବୁବେଳେ ଏକ ଆହ୍ବାନ। ଆମେ କଟକ କିମ୍ବା ଭୁବନେଶ୍ୱର ପରି ବଡ଼ ସହରର ରେଷ୍ଟୁରାଣ୍ଟ ଭଳି ମୂଲ୍ୟ ରଖିପାରିବୁ ନାହିଁ, କାରଣ ଏହା ଆମ ସ୍ଥାନୀୟ ଗ୍ରାହକଙ୍କ ପାଇଁ ଉପଯୁକ୍ତ ହେବନାହିଁ। ସେହିପରି ଗୁଣବତ୍ତା ସହ ସାଲିସ କରିବା ଆମ ପାଇଁ ଅସମ୍ଭବ। ତେଣୁ, ଆମେ ଖାଦ୍ୟର ସାମଗ୍ରୀ ଓ ସ୍ବାଦକୁ ଅକ୍ଷୁଣ୍ଣ ରଖି ବାରିପଦାର ଲୋକଙ୍କ ପାଇଁ ଏକ ସୁଲଭ ମୂଲ୍ୟ ଉପରେ ଗୁରୁତ୍ୱ ଦେଉ।
ପ୍ରଶ୍ନ- ଆପଣଙ୍କର ଏହି ଯାତ୍ରା ଏପର୍ଯ୍ୟନ୍ତ କିପରି ରହିଛି? ଭବିଷ୍ୟତରେ ବ୍ୟବସାୟ ସମ୍ପ୍ରସାରଣ କିମ୍ବା ଫ୍ରାଞ୍ଚାଇଜ୍‌ ଦେବାର କିଛି ଯୋଜନା ଅଛି କି?
ଉତ୍ତର- ଏହି ଯାତ୍ରାରେ ଅନେକ ଚ୍ୟାଲେଞ୍ଜ ଥିଲା, କିନ୍ତୁ ଏହା ଅତ୍ୟନ୍ତ ସନ୍ତୋଷଜନକ ରହିଛି। ଲୋକମାନେ ଆମ ଖାଦ୍ୟକୁ ପସନ୍ଦ କରି ବାରମ୍ବାର ଆସିବା ଦେଖିଲେ ଆମକୁ ପ୍ରେରଣା ମିଳେ। ବର୍ତ୍ତମାନ ଆମେ ବ୍ୟବସାୟକୁ ଅଧିକ ସ୍ଥାୟୀ କରିବା ସହ ସମ୍ପ୍ରସାରଣ ଓ ଫ୍ରାଞ୍ଚାଇଜ୍‌ ପାଇଁ ଯୋଜନା କରୁଛୁ। ଆମର ଲକ୍ଷ୍ୟ ହେଉଛି ଏହି ସ୍ବାଦକୁ ସାରା ଦେଶର ଲୋକଙ୍କ ପାଖରେ ପହଞ୍ଚାଇବା। କିନ୍ତୁ ପ୍ରତିଟି ଆଉଟଲେଟ୍‌ରେ ‘ନମସ୍ତେ ବାରିପଦା’ର ସେହି ଅସଲି ସ୍ବାଦ ବଜାୟ ରଖିବା ଆମର ପ୍ରାଥମିକତା।
ପ୍ରଶ୍ନ- ଜଣେ ଉଦ୍ୟୋଗୀ ଭାବେ ଆପଣ ଏହି କ୍ଷେତ୍ରକୁ କାହିଁକି ବାଛିଲେ? ନୂତନ ଭାବେ ଏହି ବ୍ୟବସାୟକୁ ଆସୁଥିବା ବ୍ୟକ୍ତିଙ୍କୁ ଆପଣ କ’ଣ ପରାମର୍ଶ ଦେବେ?
ଉତ୍ତର- ଏହି କ୍ଷେତ୍ରକୁ ବାଛିଲି କାରଣ ମୁଁ ରୋଷେଇ କରିବା ଓ ଲୋକଙ୍କୁ ଖୁଆଇବାକୁ ହୃଦୟରୁ ଭଲ ପାଏ। ଏହା କେବଳ ଏକ ବ୍ୟବସାୟିକ ନିଷ୍ପତ୍ତି ନ ଥିଲା। ନୂଆ କରି ଏହି କ୍ଷେତ୍ରକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ମୋର ପରାମର୍ଶ ହେଉଛି, ଆପଣ ଯେଉଁ କାମରେ ଭଲ ଏବଂ ଯାହା ପ୍ରତି ଆପଣଙ୍କର ଆଗ୍ରହ ଅଛି, ତାହାକୁ ହିଁ ବାଛନ୍ତୁ। ନିଷ୍ଠା ହିଁ ଆପଣଙ୍କ ଆଗ୍ରହକୁ ଦକ୍ଷତାରେ ପରିଣତ କରିପାରିବ। ଖାଦ୍ୟ ଶିଳ୍ପରେ ରହିବାକୁ ହେଲେ ନୂଆ ନୂଆ ଜିନିଷ ଶିଖିବା, ବିଭିନ୍ନ ପ୍ରକାର ଖାଦ୍ୟକୁ ବୁଝିବା ଏବଂ ଗ୍ରାହକଙ୍କ ପସନ୍ଦକୁ ଜାଣିବା ଅତ୍ୟନ୍ତ ଜରୁରୀ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri