ବରଗଡ଼,୨୦ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଧାଙ୍ଗେର ଆନ୍ଧ୍ରାଟିକ୍ରା ନିକଟ ଜୟ ଦୁର୍ଗା ଢାବାରେ ଦେହ ବ୍ୟବସାୟ ଚାଲିଥିବାବେଳେ ସୋମବାର ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ପୋଲିସ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବାବେଳେ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଢାବା ମାଲିକ, ତାଙ୍କ ସ୍ତ୍ରୀ ଏବଂ ୩ ଗ୍ରାହକ ଗିରଫ ହୋଇଛନ୍ତି। ଢାବାରୁ ବିପୁଳ ପରିମାଣରେ ମଦ, ନଗଦ ଟଙ୍କା, ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ ଆଦି ଜବତ ହୋଇଛି।

