ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଅନାଥ ନାବାଳିକା, ମାସେ ହେଲା ଜୋର୍‌ ଜବରଦସ୍ତ…

ଦେବଗଡ଼,୧୯ା୪(ଶଶାଙ୍କ ଶେଖର ଝାଙ୍କର): ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ନାଁରେ ବାରକୋଟ ଥାନାରେ ଜଣେ ଅନାଥ ନାବାଳିକା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ସୂଚନାଥାଉକି, ପ୍ରତ୍ୟେକ ବର୍ଷ ମାଟ୍ରିକ ପାସ୍‌ ପରେ ଶିଶୁ ଗୃହର ଅନ୍ତେବାସୀମାନେ ବାରକୋଟସ୍ଥିତ ସରକାରୀ ଆଇଟିଆଇରେ ବୈଷୟିକ ଶିକ୍ଷା ପାଇଁ ନାମ ଲେଖ।ନ୍ତି। ପ୍ରତ୍ୟେକ ବର୍ଷ ଭଳି ଗତବର୍ଷ ମଧ୍ୟ ଶିଶୁଗୃହ ସପୋର୍ଟର କେତେ ଜଣ ଅନ୍ତେବାସୀ ଏହି ଆଇଟିଆଇ ବା ବୈଷୟିକ ସଂସ୍ଥାରେ ପାଠ ପଢିବା ପାଇଁ ନାମ ଲେଖାଇଥିଲେ। ଏହି ପିଲାମାନେ ବାରକୋଟସ୍ଥିତ ସରକାରୀ ଆଇଟିଆଇର ହଷ୍ଟେଲରେ ରୁହନ୍ତି ଓ ଛୁଟି ହେଲେ ପୁଣି ଶିଶୁ ଗୃହକୁ ଫେରନ୍ତି। କାରଣ ଶିଶୁ ଗୃହର ପରିଚାଳକ ସେମାନଙ୍କ ସ୍ଥାନୀୟ ଅଭିଭାବକ ଭାବେ ତାଙ୍କ ଦାୟିତ୍ୱରେ ରହିଥାନ୍ତି। ଛୁଟି ସରିଲା ପରେ ପିଲାମାନେ ପୁଣି ଆଇଟିଆଇ ହଷ୍ଟେଲକୁ ପାଠ ପଢିବା ପାଇଁ ଫେରିଯାଆନ୍ତି। ଏହି କ୍ରମରେ ଏବେ ଛୁଟିରେ ଶିଶୁ ଗୃହକୁ ଫେରିଥିବା ଜଣେ ନାବାଳିକାଙ୍କ ପାଖରେ ଦାମୀ ଉପହାର, ଟଙ୍କା ଓ ମୋବାଇଲ ଥିବାର ଦେଖିବାକୁ ମିଳିଥିଲା। ଏପରିକି ଅନଲାଇନ୍‌ରେ ତାଙ୍କ ପାଖକୁ ଉପହାର ମଧ୍ୟ ଆସିଥିଲା। ଏହି ଘଟଣା ସମ୍ପର୍କରେ ଶିଶୁଗୃହର ଶିଶୁ ମଙ୍ଗଳ ଅଧିକାରିଣୀ ସତ୍ୟପ୍ରିୟା ପ୍ରଧାନ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଦୃଷ୍ଟିକୁ ଆଣିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଗୃହର କାଉନ୍‌ସିଲର ସୁଭଦ୍ରା ସାହୁ ପିଲାକୁ ବାରମ୍ବାର ପଚାରି ତଦନ୍ତ ରିପୋର୍ଟ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଯୌନ ନିର୍ଯାତନାର ଶିକାର ହୋଇଥିବା ପିଲାର ଅଭିଯୋଗ କି ସରକାରୀ ଆଇଟିଆଇର ପ୍ରିନ୍ସିପାଲ ଗତ ଏକ ମାସ ଧରି ପିଲାର ଅନିଚ୍ଛା ସତ୍ତ୍ୱେ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଛନ୍ତି। ଅନ୍ୟ ଛାତ୍ରୀଛାତ୍ର ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ହଷ୍ଟେଲ ଓ୍ବାର୍ଡେନ ଏହି ନାବାଳିକାଙ୍କୁ ପ୍ରିନ୍ସିପାଲ ସାରଙ୍କ ରୁମ୍‌କୁ ଖାଇବା ନେଇକି ପରଷିବା ପାଇଁ ବାଧ୍ୟ କରନ୍ତି। ଏପରି କି ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ରୁମ୍‌ରେ ଝାଡୁପୋଛା, ଫୁଲ ତୋଳି ଆଣିଦେବା, ହାତଗୋଡ଼ ଘଷିବା ଇତ୍ୟାଦି କାମ ପାଇଁ ବାଧ୍ୟ କରନ୍ତି। ଏପରିକି ମାସିକ ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି। ପିଲାର ମନ ଭୁଲାଇବା ପାଇଁ ନିଜ କାରରେ ଅଧ୍ୟକ୍ଷ ନାବାଳିକାକୁ ବିଭିନ୍ନ ସ୍ଥାନକୁ ନେଇ ଗୁପ୍‌ଚୁପ, ଚାଓମିନ୍‌ ଆଇସକ୍ରିମ  ଖୁଆନ୍ତି ଓ ଦାମୀ ଉପହାର ମଧ୍ୟ ଦିଅନ୍ତି। ଗତ ଏକ ମାସ ହେଲା ଜୋର ଜବରଦସ୍ତି ନାବାଳିକା ଛାତ୍ରୀ ସହ ଅନୁଷ୍ଠାନର ପ୍ରିନ୍ସିପାଲ ଶାରୀରିକ ସମ୍ପର୍କ ରଖି ନିର୍ଯାତନା ଦେଇ ଆସୁଛନ୍ତି ବୋଲି ନାବାଳିକା ଅଭିଯୋଗ ଆଣିଛନ୍ତି।

ଏ ଘଟଣା ନଜରକୁ ଆସିବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର, ସପୋର୍ଟ ଶିଶୁ ଗୃହର ପରିଚାଳକ ଚନ୍ଦ୍ର ଶେଖର ସାହୁ ଓ କାଉନ୍‌ସିଲର ସୁଭଦ୍ରା ସାହୁ , ନାବାଳିକା ସହ ବାରକୋଟ ଥାନାକୁ ଯାଇ ସରକାରୀ ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଏତଲା ଦେଇଛନ୍ତି। ବାରକୋଟ ପୋଲିସ ପକ୍ଷରୁ କେସ୍‌ ନଂ ୧୬୧/୨୬ରେ ବିଭିନ୍ନ ଦଫା ବିଏନ୍‌ଏସ ୬୪(୨)(ଏଫ୍‌) , ୬୪(୨)(ଏମ୍‌) ଓ ପୋକ୍ସୋ-୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ବୋଲି ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri