ସଦିଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳେ

ଓସିରିସ୍‌ ଏଗ୍ରିଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧୀନ ‘ଓଡ଼ିଶା କଫି’ର ପ୍ରତିଷ୍ଠାତା ହେଉଛନ୍ତି ପ୍ରୀତି ପଲ୍ଲବୀ ପଟ୍ଟନାୟକ। କୋରାପୁଟ କଫିର ପ୍ରଚାରପ୍ରସାର କ୍ଷେତ୍ରରେ ‘ଓଡ଼ିଶା କଫି’ର ଯଥେଷ୍ଟ ଅବଦାନ ରହିଥିବାବେଳେ ପ୍ରୀତି ପଲ୍ଲବୀ ସର୍ୱଦା ଓଡ଼ିଶାର ଚାଷୀଙ୍କୁ ଗୁରୁତ୍ୱ ଦେଇଆସିଛନ୍ତି। ଏହି ଆଉଟଲେଟ୍‌ ମାଧ୍ୟମରେ ଓଡ଼ିଶାର ସଂସ୍କୃତିର ପ୍ରଚାରପ୍ରସାରକୁ ମଧ୍ୟ ପ୍ରାଧାନ୍ୟ ଦେଉଥିବା ପ୍ରୀତି ପଲ୍ଲବୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର…

ପ୍ର-କୋରାପୁଟରେ ଚାଷ କରାଯାଉଥିବା ‘ଆରାବିକା କଫି’ର ପ୍ରଚାର ପାଇଁ ‘ଓଡ଼ିଶା କଫି’ କିପରି ଅନୁପ୍ରାଣିତ ହେଲା?
ଉ- ଓଡ଼ିଶା କଫି ଆମର ସାମାଜିକ ସଂଗଠନ କଳିଙ୍ଗ ଦେଶୀଏଗ୍ରୋ ଫାଉଣ୍ଡେଶନ (କେଡିଏଫ୍‌)ର ଏକ ସମ୍ପ୍ରସାରଣ। କୋରାପୁଟର କଫି ସହିତ କାମ କରୁଥିବା ସମୟରେ ଆମ ବନ୍ଧୁ ଓ ପରିବାର ଲୋକେ ଉତ୍ତମମାନର କଫି (ରୋଷ୍ଟେଡ୍‌ ବିନ୍ସ) ଖୋଜୁଥିଲେ। ପ୍ରଥମେ ଆମେ ସେମାନଙ୍କୁ ଛୋଟ ଛୋଟ ବ୍ୟାଚ୍‌ ଦେଉଥିଲୁ। ପରେ ଭୁବନେଶ୍ୱରରେ କଫି ପପ୍‌-ଅପ୍‌ ଆୟୋଜନ କରି ଲୋକଙ୍କୁ କୋରାପୁଟ କଫି ଚଖାଇଲୁ। କୋରାପୁଟର ଉଚ୍ଚ ମାନର କଫିକୁ ସତେଜ ଭାବେ ରୋଷ୍ଟ କରି ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଏକ ସ୍ୱତନ୍ତ୍ର ଗ୍ରାହକ ଗୋଷ୍ଠୀ ତିଆରି କରିବା ପାଇଁ ‘ଓଡ଼ିଶା କଫି’ ବ୍ରାଣ୍ଡ୍‌ର ଜନ୍ମ ହେଲା।
ପ୍ର-କଳିଙ୍ଗ ଦେଶୀଏଗ୍ରୋ ଫାଉଣ୍ଡେଶନ (କେଡିଏଫ୍‌) କୃଷକଙ୍କୁ କିପରି ସହାୟତା ପ୍ରଦାନ କରୁଛି?
ଉ- କେଡିଏଫ୍‌ ମାଧ୍ୟମରେ ଆମେ କୋରାପୁଟର ଚାଷୀଙ୍କ ସହ ସିଧାସଳଖ କାମ କରୁ, ଯାହା ଫଳରେ ଚାଷଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ସବୁ ପ୍ରକ୍ରିୟା ଉପରେ ଆମର ନଜର ରହିଥାଏ। କେଡିଏଫ୍‌ର କଫି ପ୍ରକ୍ରିୟାକରଣ ୟୁନିଟ୍‌ ଚାଷଜମିରୁ ଚୂଡ଼ାନ୍ତ ଉତ୍ପାଦ ପର୍ଯ୍ୟନ୍ତ ଗୁଣବତ୍ତା

ବଜାୟ ରଖିବାରେ ସାହାଯ୍ୟ କରେ। ମଧ୍ୟସ୍ଥମାନଙ୍କୁ ବାଦ୍‌ ଦେଇ ଆମେ ସିଧାସଳଖ ଚାଷୀଙ୍କଠାରୁ କଫି ସଂଗ୍ରହ କରୁ, ଯାହାଦ୍ୱାରା ସେମାନେ ବଜାର ଦରଠାରୁ ଅଧିକ ମୂଲ୍ୟ ପାଇପାରୁଛନ୍ତି। ଏହା ଚାଷୀଙ୍କ ସହ ଆମର ଏକ ଦୀର୍ଘକାଳୀନ ସମ୍ପର୍କ ସ୍ଥାପନ କରିବା ସହ କଫିର ମାନ ବୃଦ୍ଧି କରିବାରେ ସହାୟକ ହେଉଛି।
ପ୍ର- ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା କିପରି ରହିଛି? କଫି କାଫେରେ କେଉଁ ନୂଆ ଜିନିଷ କରୁଛନ୍ତି?
ଉ- ଆମର ଯାତ୍ରା ସ୍ୱାଭାବିକ ଏବଂ ପରିବର୍ତ୍ତନଶୀଳ ରହିଛି। ପ୍ରଥମେ ଆମେ କେବଳ ଅନ୍‌ଲାଇନ (ଡି୨ସି) ମାଧ୍ୟମରେ କଫି ବିକ୍ରି କରିବାକୁ ଚାହୁଁଥିଲୁ, କିନ୍ତୁ ଭୁବନେଶ୍ୱର ପଟିଆରେ ଏକ ସେଲୁନ ଭିତରେ କାଫେ ଖୋଲିବାର ସୁଯୋଗ ମିଳିଲା। ଏହା ଆମକୁ ସହରର କଫି ସଂସ୍କୃତିକୁ ଏକ ନୂଆ ରୂପ ଦେବା ପାଇଁ ସୁଯୋଗ ଦେଲା। ଆଜି ‘ଓଡ଼ିଶା କଫି’ କେବଳ ଏକ ଉତ୍ପାଦ ନୁହେଁ, ବରଂ ଏକ ସାଂସ୍କୃତିକ ଅନୁଭୂତି। ଆମେ ‘ଲାଟେ ଆର୍ଟ’ ୱାର୍କଶପ ଏବଂ ‘କଫି ରେଭ୍ସ’ ଭଳି କାର୍ଯ୍ୟକ୍ରମ କରୁଛୁ। ପାନୀୟ କ୍ଷେତ୍ରରେ ଆମେ କୋକୋନଟ କ୍ଲାଉଡ୍‌ କଫି ଏବଂ ପିସ୍ତା ଲାଟେ ଭଳି ଅନ୍ତର୍ଜାତୀୟ ଟ୍ରେଣ୍ଡ୍‌ ସହିତ ମାଣ୍ଡିଆ କଫି, ଛତୁଆ କଫି ଏବଂ ମହୁଲ ଫୁଲ କୋଲ୍ଡ ବ୍ରୁ ଭଳି ସ୍ଥାନୀୟ ସ୍ୱାଦକୁ ମଧ୍ୟ ସାମିଲ କରିଛୁ।
ପ୍ର- ‘ଓଡ଼ିଶା ଅନ୍‌ସ୍କ୍ରିପ୍ଟେଡ୍‌’ ଭଳି କାର୍ଯ୍ୟକ୍ରମ କଫି ଶିକ୍ଷା ଏବଂ ସାଂସ୍କୃତିକ କାହାଣୀ ପ୍ରଚାରରେ କିପରି ସାହାଯ୍ୟ କରୁଛି?
ଉ- ଓଡ଼ିଶା ଅନ୍‌ସ୍କ୍ରିପ୍ଟେଡ୍‌ ହେଉଛି ଏକ ସାମାଜିକ ପ୍ଲାଟ୍‌ଫର୍ମ, ଯାହା ‘ଓଡ଼ିଶା କଫି’କୁ କେବଳ ଏକ କାଫେ ମଧ୍ୟରେ ସୀମିତ ନ ରଖି ଆଳାପ ଏବଂ ସାଂସ୍କୃତିକ ଆଦାନପ୍ରଦାନର ଏକ କେନ୍ଦ୍ରରେ ପରିଣତ କରେ। ଏହା କେବଳ କଫିପ୍ରେମୀଙ୍କ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ଏକ ମାଧ୍ୟମ। ଏଠାରେ କଫି ବିଷୟରେ ଶିକ୍ଷା ଦେବା ଅପେକ୍ଷା ଲୋକଙ୍କୁ କଫିର ଅନୁଭୂତି ଦେବା ଉପରେ ଗୁରୁତ୍ୱ ଦିଆଯାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଓଡ଼ିଆ ପରିଚୟ ଏବଂ ସଂସ୍କୃତିକୁ ନୂତନ ପିଢ଼ି ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛୁ।
ପ୍ର- ଆପଣ କାହିଁକି ଏହି ବ୍ୟବସାୟକୁ ବାଛିଲେ? ନୂତନ ଉଦ୍ୟୋଗୀମାନଙ୍କୁ ଆପଣ କି ପରାମର୍ଶ ଦେବେ?
ଉ-ସତ କହିବାକୁ ଗଲେ, ‘ଓଡ଼ିଶା କଫି’ କୌଣସି ଯୋଜନାବଦ୍ଧ ବ୍ୟବସାୟ ନ ଥିଲା। ଏହା ଆମର ସାମାଜିକ ଲକ୍ଷ୍ୟର ଏକ ଅଂଶ ଥିଲା। ଆମର ଉଦ୍ଦେଶ୍ୟ ଥିଲା ଭୁବନେଶ୍ୱରରେ ଏକ କଫି ପରିବେଶ ସୃଷ୍ଟି କରିବା ଏବଂ କୋରାପୁଟ କଫିକୁ ସ୍ୱତନ୍ତ୍ର ପରିଚୟ ଦେବା। କଫି ଚାଷୀଙ୍କୁ ବଜାର ସହ ଯୋଡ଼ିବା ଏବଂ ଏକ ସ୍ଥାୟୀ ଜୀବିକା ପ୍ରଦାନ କରିବାକୁ ଆମେ ଚାହୁଁଥିଲୁ। ନୂତନ ଉଦ୍ୟୋଗୀମାନଙ୍କ ପାଇଁ ମୋର ପରାମର୍ଶ ହେଉଛି, କଫି ବଜାର ସବୁବେଳେ ପରିବର୍ତ୍ତନଶୀଳ, ତେଣୁ ଶିଖିବାକୁ ଚେଷ୍ଟା କରନ୍ତୁ। ନିଜର ବ୍ରାଣ୍ଡ୍‌କୁ ସ୍ୱତନ୍ତ୍ର କରନ୍ତୁ ଏବଂ ଧୈର୍ଯ୍ୟ ଧରନ୍ତୁ। ମନରେ ସଦିଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?