ଯନ୍ତ୍ରୀଙ୍କ ‘ଠିକାଦାରୀ’ ରାଜ ବିରୋଧରେ ଜନଗର୍ଜନ: ମହାଘୋଟାଲା ଅଭିଯୋଗ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିକାଶ ନାଁରେ ଚାଲିଥିବା ‘ମହାଘୋଟାଲା’କୁ ନେଇ ଜନଅସନ୍ତୋଷ ଏବେ ଆଗ୍ନେୟଗିରିର ରୂପ ଧାରଣ କରିଛି। ବ୍ଲକରେ କାର୍ଯ୍ୟରତ ତିନି ଜଣ କନିଷ୍ଠ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପ, ନିଜେ ଠିକାଦାର ସାଜିବା ଏବଂ ସରକାରୀ ଅର୍ଥ ହରିଲୁଟକୁ ବିରୋଧ କରି ଶତାଧିକ ଜନସାଧାରଣ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରୀ ଟଙ୍କା ଗିଳିଛନ୍ତି ଯଦି ଓଗାଳିବାକୁ ପଡ଼ିବ ଏବଂ ଆମ ବ୍ଲକର ଟଙ୍କା ଲୁଟିବାକୁ ଦେବୁ ନାହିଁ ବୋଲି କହି ଉତ୍ତ୍ୟକ୍ତ ସାଧାରଣ ଜନତାମାନେ ବ୍ଲକ ପ୍ରଶାସନ ସମ୍ମୁଖରେ ଗର୍ଜନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ବେହେରା, ମଳୟ ଶତପଥୀ ଏବଂ ପ୍ରତାପ କୁମାର ସାହୁ ସରକାରୀ କର୍ମଚାରୀ ହୋଇ ମଧ୍ୟ ପରୋକ୍ଷରେ ଠିକାଦାର ସାଜି ସବୁ ସରକାରୀ କାମରେ ବ୍ୟାପକ ‘ଫଲ୍ସ ବିଲ’ କରୁଛନ୍ତି। ବିଶେଷ କରି ଯନ୍ତ୍ରୀ ମଳୟ ଶତପଥୀ DMF (District Mineral Foundation) ଯୋଜନାରେ ମହାଘୋଟାଲା କରୁଥିବା ବେଳେ କିଆପଦର ଗ୍ରାମ ପଞ୍ଚାୟତର ସମସ୍ତ ବିକାଶମୂଳକ କାର୍ଯ୍ୟରେ ନିଜେ ଠିକାଦାର ସାଜିଛନ୍ତି। ଏହି ବାବୁମାନେ ସରକାରୀ କାର୍ଯ୍ୟ କରିବା ପରିବର୍ତ୍ତେ ବ୍ୟବସାୟରେ ଲିପ୍ତ ରହି ଠିକା କାମ ପାଇଁ ଆବଶ୍ୟକ ହେଉଥିବା ବାଲି, ଚିପ୍ସ, ସିମେଣ୍ଟ ଓ ରଡ ଭଳି ସମସ୍ତ Infrastructure Material ନିଜେ ସପ୍ଲାଏ କରୁଛନ୍ତି। ସେହିପରି ତଳନାଗୀ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ବେହେରା ନିଜ ମନଇଚ୍ଛା ସରକାରୀ ଟଙ୍କା ଅପବ୍ୟବହାର କରୁଥିବା ବେଳେ ଯନ୍ତ୍ରୀ ପ୍ରତାପ ସାହୁ ମନରେଗା (MGNREGA)ଠାରୁ ଆରମ୍ଭ କରି ଅନେକ ଯୋଜନାରେ କାମ ନକରାଇ ଲକ୍ଷ ଲକ୍ଷ ଟଙ୍କାର ଫଲ୍ସ ବିଲ ଉଠାଉଥିବା ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି। ଏହି ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀମାନଙ୍କୁ ତୁରନ୍ତ ବଦଳି କରିବା ଏବଂ ସେମାନେ ଆତ୍ମସାତ କରିଥିବା ଅର୍ଥ ଓଗାଳିବା ଦାବିରେ ଥୁଆମୂଳ ରାମପୁରର ଶତାଧିକ ଜନସାଧାରଣ ବିଡ଼ିଓଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ (ଓଡ଼ିଶା), ମାନ୍ୟବର ସାଂସଦ (କଳାହାଣ୍ଡି) ଏବଂ CDO-cum-EO, DRDA (କଳାହାଣ୍ଡି)ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଧ୍ରୁବ ଚରଣ ମୁଦୁଲିଙ୍କ ଅନୁପସ୍ଥିତିରେ ଆନ୍ଦୋଳନକାରୀମାନେ ମୁଖ୍ୟ କିରାଣୀ ତଥା ବଡ଼ବାବୁ ଭାସ୍କର ସବରଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ବିଶାଳ ଜନସମାଗମ ଓ ବିକ୍ଷୋଭରେ ଡମ୍ବରୁଧର ମହାରଣା, ରାବେନା ନାଏକ, ବଳରାମ କବାଡି, ବିଜୟ ପ୍ରଧାନୀ, ସତ୍ୟନାରାୟଣ ସିଂ, କ୍ରିଷ୍ଣା ଚନ୍ଦ୍ର ନାଏକ, ବିଦ୍ୟାଧର ଗୌଡ଼, କବିଟ ଗୌଡ଼, ର୍ବିଶିଂ ମାଝୀ, ରାମେଶ୍ୱର ବାଗ, ମାଗୁ ମାଝୀ, ସୁନା ମାଝୀ, ଗଙ୍ଗା ମାଝୀ, ଡମ୍ବରୁଧର ନାଏକ, ଜଗଦୀଶ ମାଝୀ, ଧନେଶ୍ୱର ସାହୁ, ବସନ୍ତ ମାଝୀ, ଗଙ୍ଗାଧର ନାଏକ, ଗୋବିନ୍ଦ ଗୌଡ଼, ନରସିଂହ ମାଝୀ, ତ୍ରିନାଥ ସିଂ ଏବଂ ରାମତୁ ମାଝୀଙ୍କ ସମେତ ଥୁଆମୂଳ ରାମପୁର ଅଞ୍ଚଳର ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?