୧୦ରୁ ୨୦ ବର୍ଷ ଧରି ପଡ଼ିରହିଛି ୨୭ ବିଭାଗର ଇଣ୍ଟରନାଲ ଅଡିଟ୍‌, ଅନ୍ଧାରରେ ସରକାରଙ୍କ…

ଭୁବନେଶ୍ୱର,୨୦ା୪(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ତାଙ୍କର ୨୭ଟି ବିଭାଗରେ ବହୁ ହଜାର କୋଟି ଟଙ୍କାର ଆର୍ଥିକ ହେର୍‌ଫେର୍‌ ହୋଇଥିବା ତଥ୍ୟ ପ୍ରକାଶ କରିଛନ୍ତି। ଗତ ୨୬ ମାର୍ଚ୍ଚରେ ଅର୍ଥ ବିଭାଗ ଅତିରିକ୍ତ ସଚିବ ସାଗରିକା ହୋତା ୨୭ଟି ବିଭାଗର ଫାଇନାନ୍ସିଆଲ୍‌ ଆଡ୍‌ଭାଇଜର୍‌ (ଆର୍ଥତ୍କ ପରାମର୍ଶଦାତା)ଙ୍କୁ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଇଣ୍ଟରନାଲ୍‌ ଅଡିଟ୍‌ ରିପୋର୍ଟ ଏବଂ ଅଡିଟ୍‌ ପାରାଗୁଡ଼ିକର ସମାଧାନରେ ବହୁ ବିଳମ୍ବ ହୋଇଛି। ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରାୟ ୮,୨୧୪ଟି ଅଡିଟ ରିପୋର୍ଟ ଏବଂ ୭୭,୪୧୩ଟି ଅଡିଟ ପାରା ବକେୟା ପଡ଼ିଛି। ଏହି ବକେୟା ପାରାଗୁଡ଼ିକରେ ୪୮,୪୪୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ଜଡ଼ିତ ରହିଛି, ଯେଉଁଥିରେ ଅର୍ଥ ହରିଲୁଟ୍‌ ଏବଂ ବକେୟା ଅଗ୍ରିମ ଅର୍ଥ ଅନ୍ତର୍ଭୁକ୍ତ। ତୁରନ୍ତ ତାହାର ଅଡିଟ୍‌ କରି ଉତ୍ତରଦାୟିତ୍ୱ ସ୍ଥିର କରିବାକୁ ସଚିବ ହୋତା ନିର୍ଦ୍ଦେଶ ଦେଇଛନ୍ତି।

ଆଇନ ଏବଂ ସଂସଦୀୟ ବ୍ୟାପାର ବିଭାଗକୁ ଛାଡ଼ିଦେଲେ ବାକି ୨୭ ବିଭାଗରେ ଗତ ୧୦ରୁ ୨୦ ବର୍ଷ ମଧ୍ୟରେ ୪୮,୪୪୮ କୋଟି ୧୦ ଲକ୍ଷ ୧୮ ହଜାର ୮୩୦ ଟଙ୍କାର ଦୁରୁପଯୋଗ ହୋଇଛି। ଅନିୟମିତତା ହୋଇଥିବା ଅର୍ଥରାଶିର ପରିମାଣ ୨୦୨୬-୨୭ ଆର୍ଥିକ ବର୍ଷର କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ବଜେଟଠାରୁ ବହୁ ଅଧିକ, ଯାହା ରାଜ୍ୟ ସରକାରଙ୍କ ୩.୧ ଲକ୍ଷ କୋଟି ଟଙ୍କା ବଜେଟର ପ୍ରାୟ ୧୬ ପ୍ରତିଶତ। ରାଜ୍ୟ ସରକାରଙ୍କ ୨୭ଟି ବିଭାଗରେ ଆର୍ଥିକ କାରବାର ଅଡିଟ୍‌ କରିବା ଲାଗି ସ୍ବତନ୍ତ୍ର ଭାବେ ଅଡିଟର ରହିଛନ୍ତି। ପ୍ରତ୍ୟେକ ମାସରେ ବିଭାଗଗୁଡ଼ିକ ପକ୍ଷରୁ ଅଡିଟ୍‌ କରାଯାଇ ରିପୋର୍ଟ ଦିଆଯାଇଥାଏ। ମାତ୍ର ୧୦ରୁ ୨୦ ବର୍ଷ ଭିତରେ କିପରି ଅଡିଟ୍‌ ରିପୋର୍ଟ ନ ଆସିବା ସତ୍ତ୍ୱେ ଅର୍ଥ ବିଭାଗ ଚୁପ୍‌ ରହିଥିଲା, ସେନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।
ସଚିବ ହୋତାଙ୍କ ଚିଠିରୁ ଜଣାପଡ଼ୁଛି, ଆକାଉଣ୍ଟ୍‌ ଅଡିଟ୍‌ ଦାୟିତ୍ୱରେ ରହିଥିବା ସଂସ୍ଥାଗୁଡ଼ିକ ସେମାନଙ୍କ ଧ୍ୟାନ ଠିକ୍‌ ଭାବେ ଏହା ଉପରେ ଦେଇନାହାନ୍ତି। ବର୍ତ୍ତମାନ ସମୟରେ ଦୀର୍ଘବର୍ଷ ଧରି ଅନିୟମିତତା ହୋଇଥିବା ଏହି ଅର୍ଥକୁ ଆଦାୟ କରିବା ଏବଂ ଉତ୍ତରଦାୟିତ୍ୱ ସ୍ଥିର କରିବା ଏକ କଷ୍ଟକର ବ୍ୟାପାର ବୋଲି ସେ ଉଲ୍ଲେଖ କରିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀଙ୍କ ଚିଠିରୁ ଆହୁରି ବୁଝାପଡ଼ୁଛି ଯେ, ଅନିୟମିତତା ହୋଇଥିବା ସରକାରଙ୍କ ୪୮,୪୪୮ କୋଟିରୁ ଅଧିକ ଟଙ୍କା ବର୍ତ୍ତମାନ ସରକାରୀ ତହବିଲକୁ ଫେରିବା ଆଶା ନାହିଁ କହିଲେ ଚଳେ। କାରଣ ନିଜେ ସରକାର ଏଥିପାଇଁ କାହା ଉପରେ ଉତ୍ତରଦାୟିତ୍ୱ ସ୍ଥିର କରିବେ ସେ ନେଇ ଉପାୟଶୂନ୍ୟ ଥିବା ଚିଠିରୁ ଜଣାପଡ଼ୁଛି।
ବିଡ଼ମ୍ବନା ଯେ, ୧୦ରୁ ୨୦ ବର୍ଷ ଧରି ଯେଉଁ ଅଡିଟ୍‌ ପାରା ପଡ଼ିରହିଛି, ତା’ର ତର୍ଜମା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ଅବସର ନେଇସାରିଥିବା ବେଳେ ବହୁଜଣ ଇହଧାମ ତ୍ୟାଗ କରିସାରିଲେଣି। ସେମାନଙ୍କ ମଧ୍ୟରୁ ବହୁଜଣ ସରକାରୀ ଅର୍ଥ ଆଦାୟ ରିପୋର୍ଟ ଦାଖଲ କରି ନ ଥିବାବେଳେ ଭୁଲ୍‌ କରିଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ମଧ୍ୟ କରିନାହାନ୍ତି। ଦୁରୁପଯୋଗ କରାଯାଇଥିବା ଏହି ଅର୍ଥର ହିସାବ ନ ରଖାଯିବା, ଏଥିଯୋଗୁ କେତେ କ୍ଷତି ହେଲା ତାହାକୁ ଆଦାୟ ନ ହେବା ଚିନ୍ତାଜନକ। ବିଭାଗଗୁଡ଼ିକର ଆର୍ଥତ୍କ ପରାମର୍ଶଦାତା ଏବଂ ଅତିରିକ୍ତ ଆର୍ଥତ୍କ ପରାମର୍ଶଦାତାମାନେ ଅଡିଟ୍‌ ହୋଇ ନ ଥିବା ରିପୋର୍ଟ ଏବଂ ବଳକାଥିବା ପାରାଗୁଡ଼ିକର ତର୍ଜମା କରି ଏହାକୁ ତୁରନ୍ତ ସମାଧାନ କରିବାକୁ ଅର୍ଥ ବିଭାଗ ଉକ୍ତ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ଅଧିକ ବିଳମ୍ବ ହେବା ପୂର୍ବରୁ ଆର୍ଥତ୍କ ପରାମର୍ଶଦାତା ଏବଂ ଅତିରିକ୍ତ ଆର୍ଥତ୍କ ପରାମର୍ଶଦାତାମାନେ ଅଡିଟ୍‌ ସଂଗଠନ ଜରିଆରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ ତଥ୍ୟ ଦେଇ କିପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ, ସେଥିପ୍ରତି ଧ୍ୟାନ ଦେବେ। ଆସନ୍ତା ଅଡିଟ୍‌ ସମୟରେ ଏହାର ସମାଧାନ ଉପଯୁକ୍ତ ଢଙ୍ଗରେ କରିବେ। ବିଭାଗଓ୍ବାରୀ ସମୀକ୍ଷା କରି ତ୍ରୁଟିଥିବା ଇଣ୍ଟରନାଲ୍‌ ଅଡିଟ୍‌ ରିପୋର୍ଟ ଏବଂ ପାରାକୁ ଅର୍ଥ ବିଭାଗ ଆଗରେ ତଥ୍ୟ ରଖି ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅର୍ଥ ବିଭାଗ ପକ୍ଷରୁ ଅଧିକ ଅନିୟମିତତା ହୋଇଥିବା ନେଇ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ଚିଠିରୁ ଏ ସମ୍ପର୍କିତ ତଥ୍ୟ ଲୋକଲୋଚନକୁ ଆସିଛି। ପୂର୍ତ୍ତ ବିଭାଗ ତୁରନ୍ତ ବାକିଆ ଥିବା ଅଡିଟ୍‌ ରିପୋର୍ଟ ଓ ପାରାକୁ ଗୁରୁତ୍ୱର ସହ ନେଇ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri