୧୦ରୁ ୨୦ ବର୍ଷ ଧରି ପଡ଼ିରହିଛି ୨୭ ବିଭାଗର ଇଣ୍ଟରନାଲ ଅଡିଟ୍‌, ଅନ୍ଧାରରେ ସରକାରଙ୍କ…

ଭୁବନେଶ୍ୱର,୨୦ା୪(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ତାଙ୍କର ୨୭ଟି ବିଭାଗରେ ବହୁ ହଜାର କୋଟି ଟଙ୍କାର ଆର୍ଥିକ ହେର୍‌ଫେର୍‌ ହୋଇଥିବା ତଥ୍ୟ ପ୍ରକାଶ କରିଛନ୍ତି। ଗତ ୨୬ ମାର୍ଚ୍ଚରେ ଅର୍ଥ ବିଭାଗ ଅତିରିକ୍ତ ସଚିବ ସାଗରିକା ହୋତା ୨୭ଟି ବିଭାଗର ଫାଇନାନ୍ସିଆଲ୍‌ ଆଡ୍‌ଭାଇଜର୍‌ (ଆର୍ଥତ୍କ ପରାମର୍ଶଦାତା)ଙ୍କୁ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଇଣ୍ଟରନାଲ୍‌ ଅଡିଟ୍‌ ରିପୋର୍ଟ ଏବଂ ଅଡିଟ୍‌ ପାରାଗୁଡ଼ିକର ସମାଧାନରେ ବହୁ ବିଳମ୍ବ ହୋଇଛି। ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରାୟ ୮,୨୧୪ଟି ଅଡିଟ ରିପୋର୍ଟ ଏବଂ ୭୭,୪୧୩ଟି ଅଡିଟ ପାରା ବକେୟା ପଡ଼ିଛି। ଏହି ବକେୟା ପାରାଗୁଡ଼ିକରେ ୪୮,୪୪୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ଜଡ଼ିତ ରହିଛି, ଯେଉଁଥିରେ ଅର୍ଥ ହରିଲୁଟ୍‌ ଏବଂ ବକେୟା ଅଗ୍ରିମ ଅର୍ଥ ଅନ୍ତର୍ଭୁକ୍ତ। ତୁରନ୍ତ ତାହାର ଅଡିଟ୍‌ କରି ଉତ୍ତରଦାୟିତ୍ୱ ସ୍ଥିର କରିବାକୁ ସଚିବ ହୋତା ନିର୍ଦ୍ଦେଶ ଦେଇଛନ୍ତି।

ଆଇନ ଏବଂ ସଂସଦୀୟ ବ୍ୟାପାର ବିଭାଗକୁ ଛାଡ଼ିଦେଲେ ବାକି ୨୭ ବିଭାଗରେ ଗତ ୧୦ରୁ ୨୦ ବର୍ଷ ମଧ୍ୟରେ ୪୮,୪୪୮ କୋଟି ୧୦ ଲକ୍ଷ ୧୮ ହଜାର ୮୩୦ ଟଙ୍କାର ଦୁରୁପଯୋଗ ହୋଇଛି। ଅନିୟମିତତା ହୋଇଥିବା ଅର୍ଥରାଶିର ପରିମାଣ ୨୦୨୬-୨୭ ଆର୍ଥିକ ବର୍ଷର କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ବଜେଟଠାରୁ ବହୁ ଅଧିକ, ଯାହା ରାଜ୍ୟ ସରକାରଙ୍କ ୩.୧ ଲକ୍ଷ କୋଟି ଟଙ୍କା ବଜେଟର ପ୍ରାୟ ୧୬ ପ୍ରତିଶତ। ରାଜ୍ୟ ସରକାରଙ୍କ ୨୭ଟି ବିଭାଗରେ ଆର୍ଥିକ କାରବାର ଅଡିଟ୍‌ କରିବା ଲାଗି ସ୍ବତନ୍ତ୍ର ଭାବେ ଅଡିଟର ରହିଛନ୍ତି। ପ୍ରତ୍ୟେକ ମାସରେ ବିଭାଗଗୁଡ଼ିକ ପକ୍ଷରୁ ଅଡିଟ୍‌ କରାଯାଇ ରିପୋର୍ଟ ଦିଆଯାଇଥାଏ। ମାତ୍ର ୧୦ରୁ ୨୦ ବର୍ଷ ଭିତରେ କିପରି ଅଡିଟ୍‌ ରିପୋର୍ଟ ନ ଆସିବା ସତ୍ତ୍ୱେ ଅର୍ଥ ବିଭାଗ ଚୁପ୍‌ ରହିଥିଲା, ସେନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।
ସଚିବ ହୋତାଙ୍କ ଚିଠିରୁ ଜଣାପଡ଼ୁଛି, ଆକାଉଣ୍ଟ୍‌ ଅଡିଟ୍‌ ଦାୟିତ୍ୱରେ ରହିଥିବା ସଂସ୍ଥାଗୁଡ଼ିକ ସେମାନଙ୍କ ଧ୍ୟାନ ଠିକ୍‌ ଭାବେ ଏହା ଉପରେ ଦେଇନାହାନ୍ତି। ବର୍ତ୍ତମାନ ସମୟରେ ଦୀର୍ଘବର୍ଷ ଧରି ଅନିୟମିତତା ହୋଇଥିବା ଏହି ଅର୍ଥକୁ ଆଦାୟ କରିବା ଏବଂ ଉତ୍ତରଦାୟିତ୍ୱ ସ୍ଥିର କରିବା ଏକ କଷ୍ଟକର ବ୍ୟାପାର ବୋଲି ସେ ଉଲ୍ଲେଖ କରିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀଙ୍କ ଚିଠିରୁ ଆହୁରି ବୁଝାପଡ଼ୁଛି ଯେ, ଅନିୟମିତତା ହୋଇଥିବା ସରକାରଙ୍କ ୪୮,୪୪୮ କୋଟିରୁ ଅଧିକ ଟଙ୍କା ବର୍ତ୍ତମାନ ସରକାରୀ ତହବିଲକୁ ଫେରିବା ଆଶା ନାହିଁ କହିଲେ ଚଳେ। କାରଣ ନିଜେ ସରକାର ଏଥିପାଇଁ କାହା ଉପରେ ଉତ୍ତରଦାୟିତ୍ୱ ସ୍ଥିର କରିବେ ସେ ନେଇ ଉପାୟଶୂନ୍ୟ ଥିବା ଚିଠିରୁ ଜଣାପଡ଼ୁଛି।
ବିଡ଼ମ୍ବନା ଯେ, ୧୦ରୁ ୨୦ ବର୍ଷ ଧରି ଯେଉଁ ଅଡିଟ୍‌ ପାରା ପଡ଼ିରହିଛି, ତା’ର ତର୍ଜମା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ଅବସର ନେଇସାରିଥିବା ବେଳେ ବହୁଜଣ ଇହଧାମ ତ୍ୟାଗ କରିସାରିଲେଣି। ସେମାନଙ୍କ ମଧ୍ୟରୁ ବହୁଜଣ ସରକାରୀ ଅର୍ଥ ଆଦାୟ ରିପୋର୍ଟ ଦାଖଲ କରି ନ ଥିବାବେଳେ ଭୁଲ୍‌ କରିଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ମଧ୍ୟ କରିନାହାନ୍ତି। ଦୁରୁପଯୋଗ କରାଯାଇଥିବା ଏହି ଅର୍ଥର ହିସାବ ନ ରଖାଯିବା, ଏଥିଯୋଗୁ କେତେ କ୍ଷତି ହେଲା ତାହାକୁ ଆଦାୟ ନ ହେବା ଚିନ୍ତାଜନକ। ବିଭାଗଗୁଡ଼ିକର ଆର୍ଥତ୍କ ପରାମର୍ଶଦାତା ଏବଂ ଅତିରିକ୍ତ ଆର୍ଥତ୍କ ପରାମର୍ଶଦାତାମାନେ ଅଡିଟ୍‌ ହୋଇ ନ ଥିବା ରିପୋର୍ଟ ଏବଂ ବଳକାଥିବା ପାରାଗୁଡ଼ିକର ତର୍ଜମା କରି ଏହାକୁ ତୁରନ୍ତ ସମାଧାନ କରିବାକୁ ଅର୍ଥ ବିଭାଗ ଉକ୍ତ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ଅଧିକ ବିଳମ୍ବ ହେବା ପୂର୍ବରୁ ଆର୍ଥତ୍କ ପରାମର୍ଶଦାତା ଏବଂ ଅତିରିକ୍ତ ଆର୍ଥତ୍କ ପରାମର୍ଶଦାତାମାନେ ଅଡିଟ୍‌ ସଂଗଠନ ଜରିଆରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ ତଥ୍ୟ ଦେଇ କିପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ, ସେଥିପ୍ରତି ଧ୍ୟାନ ଦେବେ। ଆସନ୍ତା ଅଡିଟ୍‌ ସମୟରେ ଏହାର ସମାଧାନ ଉପଯୁକ୍ତ ଢଙ୍ଗରେ କରିବେ। ବିଭାଗଓ୍ବାରୀ ସମୀକ୍ଷା କରି ତ୍ରୁଟିଥିବା ଇଣ୍ଟରନାଲ୍‌ ଅଡିଟ୍‌ ରିପୋର୍ଟ ଏବଂ ପାରାକୁ ଅର୍ଥ ବିଭାଗ ଆଗରେ ତଥ୍ୟ ରଖି ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅର୍ଥ ବିଭାଗ ପକ୍ଷରୁ ଅଧିକ ଅନିୟମିତତା ହୋଇଥିବା ନେଇ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ଚିଠିରୁ ଏ ସମ୍ପର୍କିତ ତଥ୍ୟ ଲୋକଲୋଚନକୁ ଆସିଛି। ପୂର୍ତ୍ତ ବିଭାଗ ତୁରନ୍ତ ବାକିଆ ଥିବା ଅଡିଟ୍‌ ରିପୋର୍ଟ ଓ ପାରାକୁ ଗୁରୁତ୍ୱର ସହ ନେଇ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?