Posted inଖେଳ

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ଏବେ ଏହି ଅଭିଜ୍ଞ କ୍ରିକେଟର୍‌ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ତାଙ୍କୁ ଟିମ ଇଣ୍ଡିଆ ପାଇଁ ଖେଳିବା ଏବଂ ଭାରତୀୟ ନାଗରିକତା ପାଇଁ ପ୍ରସ୍ତାବ ମିଳିଥିଲା।

ରଶିଦ ଖାନ ତାଙ୍କ ପୁସ୍ତକ ‘ରଶିଦ ଖାନ: ଫ୍ରମ ଷ୍ଟ୍ରିଟ୍ସ ଟୁ ଷ୍ଟାରଡମକ୍ଷରେ ଏହା ପ୍ରକାଶ କରିଛନ୍ତି। ରଶିଦ କହିଛନ୍ତି ଯେ, ତାଙ୍କୁ କେବଳ ଭାରତରେ ନୁହେଁ ବରଂ ଅଷ୍ଟ୍ରେଲିଆରେ ମଧ୍ୟ ଖେଳିବା ପାଇଁ ପ୍ରସ୍ତାବ ମିଳିଥିଲା। ଆଫଗାନିସ୍ତାନ କ୍ରିକେଟରଙ୍କୁ ଏହି ପ୍ରସ୍ତାବ ୨୦୨୩ ଆଇପିଏଲ ସମୟରେ ମିଳିଥିଲା, ଯେତେବେଳେ ସେ ଟିମ ଇଣ୍ଡିଆର ଜଣେ ପ୍ରମୁଖ ବ୍ୟକ୍ତିଙ୍କୁ ଭେଟିଥିଲେ।

ରଶିଦଙ୍କ ଟିମ ଇଣ୍ଡିଆର ଜଣେ ପ୍ରମୁଖ ବ୍ୟକ୍ତିଙ୍କୁ ଭେଟିବା ଏବଂ ଭାରତୀୟ ନାଗରିକତା ପ୍ରଦାନ କରିବା ବିଷୟରେ ରସିଦ ପୁସ୍ତକରେ ଲେଖିଛନ୍ତି, ମୁଁ ଯାଇ ତାଙ୍କୁ ଭେଟିଥିଲି। ଆମେ କଥାବାର୍ତ୍ତା ଆରମ୍ଭ କଲୁ ଏବଂ ସେ କହିଲେ, ତୁମର ଦେଶର ପରିସ୍ଥିତି ବହୁତ ଖରାପ। ଭାରତରେ ଆସି ରୁହ। ଆମେ ତୁମକୁ ଭାରତୀୟ ଡକ୍ୟୁମେଣ୍ଟ ଦେବୁ। ଏଠାରେ ରୁହ ଏବଂ ଏଠାରେ କ୍ରିକେଟ ଖେଳ। ତାଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ କିପରି ଉତ୍ତର ଦେବି ଜାଣି ନ ଥିଲି। କିନ୍ତୁ ମୁଁ ହସିକି କହିଲି ଆପଣଙ୍କୁ ବହୁତ ଧନ୍ୟବାଦ, ମୁଁ ମୋ ଦେଶ ଆଫଗାନିସ୍ତାନ ପାଇଁ ଖେଳିବାକୁ ଚାହେଁ।

ତାଙ୍କୁ ଅଷ୍ଟ୍ରେଲିଆରୁ ମଧ୍ୟ ସମାନ ପ୍ରସ୍ତାବ ମିଳିଥିଲା। ରଶିଦ ଲେଖିଛନ୍ତି, ମୁଁ ଭାରତ ଏବଂ ଅଷ୍ଟ୍ରେଲିଆ ଉଭୟରୁ ସମାନ ପ୍ରସ୍ତାବ (ନାଗରିକତା ଏବଂ କ୍ରିକେଟ ଖେଳିବା) ପାଇଥିଲି। କିନ୍ତୁ ମୁଁ ସେମାନଙ୍କୁ କହିଥିଲି ଯେ, ଯଦି ମୁଁ ମୋ ଦେଶ ପାଇଁ ନ ଖେଳେ, ତେବେ ମୁଁ ଅନ୍ୟ କୌଣସି ଦେଶ ପାଇଁ ଖେଳିବି ନାହିଁ।

ରଶିଦ ଖାନ ଟି-୨୦ କ୍ରିକେଟରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛନ୍ତି। କାରଣ ସେ ବର୍ତ୍ତମାନ ଫର୍ମାଟରେ ସର୍ବାଧିକ ଉଇକେଟ ନେଇଥିବା ଖେଳାଳି। ସେ ୭୦୮ ଉଇକେଟ ନେଇଛନ୍ତି। ରଶିଦ ଟି-୨୦ରେ ୭୦୦ ଉଇକେଟ ଅତିକ୍ରମ କରିଥିବା ପ୍ରଥମ ଖେଳାଳି। ୱେଷ୍ଟଇଣ୍ଡିଜର ଡ୍ବେନ ବ୍ରାଭୋ ୬୩୧ ଉଇକେଟ ସହିତ ପ୍ରମୁଖ ଉଇକେଟ ନେବାର ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?