୩୧୫ ତହସିଲଦାରଙ୍କ ଖାତାରେ ଜମାହୋଇଛି ୨୫୬.୮୧କୋଟିର ରୟାଲ୍‌ଟି: ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଲେ ପିଏଜି

ଭୁବନେଶ୍ୱର,୨୧ା୪(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିିଜ ଦ୍ରବ୍ୟରୁ ସରକାରଙ୍କୁ ଯେଉଁ ଅର୍ଥ ମିଳିବା କଥା ତାହା ବାଟବଣା ହୋଇଛି। ନିୟମ ଅନୁଯାୟୀ, ଏହି ଉତ୍ସରୁ ସଂଗ୍ରହ ସମସ୍ତ ରୟାଲ୍‌ଟି ସରକାରଙ୍କ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତା ତଥା ରାଜକୋଷରେ ଡିପୋଜିଟ୍‌ ହେବା ଆବଶ୍ୟକ, ମାତ୍ର ରାଜ୍ୟରେ ୨୦୨୩ରୁ ୨୦୨୫ ଡିସେମ୍ବର ମଧ୍ୟରେ ଆଦାୟ ହୋଇଥିବା ଅର୍ଥ ତହସିଲଦାରମାନଙ୍କ ବ୍ୟାଙ୍କ ଖାତାରେ ଜମାହୋଇଛି। ଏହି ଅବଧି ମଧ୍ୟରେ ୩୧୫ ତହସିଲଦାରଙ୍କ ବ୍ୟାଙ୍କ ଖାତାରେ ୨୫୬.୮୧କୋଟି ଟଙ୍କାର ରୟାଲ୍‌ଟି ବନ୍ଧାହୋଇଛି। ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ହୋଇଥିବାରୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ଲାଗି ପ୍ରମୁଖ ମହାଲେଖାକାର(ପିଏଜି) ଡି. ସାହୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଏନେଇ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଅର୍ଥ ବିଭାଗଠାରୁ ରିପୋର୍ଟ ଲୋଡ଼ାଯିବା ପରେ ଅର୍ଥ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ବିଭାଗକୁ ପତ୍ର ଲେଖାଯାଇ ପୂର୍ଣ୍ଣାଙ୍ଗ ବିବରଣୀ ଲୋଡ଼ାଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରମୁଖ ମହାଲେଖାକାର ମୁଖ୍ୟ ସଚିବଙ୍କୁ ପ୍ରଦାନ କରିଥିବା ତଥ୍ୟରେ ଦର୍ଶାଇଛନ୍ତି, ୨୦୨୩ରୁ ୨୦୨୫ ମଧ୍ୟରେ ସମସ୍ତ ପଞ୍ଚାୟତ ଏବଂ ପୌରାଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ନେଇ ସମୀକ୍ଷା କରାଯାଇଥିଲା। ଏହି ସମୟରେ ଜଣାଯାଇଛି, ୩୧୭ ତହସିଲଦାରଙ୍କ ମଧ୍ୟରୁ ୩୧୫ ତହସିଲଦାରଙ୍କ ବ୍ୟାଙ୍କ ଖାତାରେ ରୟାଲ୍‌ଟି ଟଙ୍କା ଜମାହୋଇଛି। ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ପୌରାଞ୍ଚଳରେ ଏହି କାର୍ଯ୍ୟ ବେଆଇନ। ଏହାକୁ ନେଇ ତୁରନ୍ତ ଅର୍ଥ ବିଭାଗକୁ ଏହାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଉ। ଏହାସହ ଯେଉଁଠାରେ ଆର୍ଥିକ ଅନିୟମିତତା ହୋଇଥିବ ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଏଜି ପତ୍ରରେ ଉଲ୍ଲେଖ କରିଛନ୍ତି। ପିଏଜି ତାଙ୍କ ସୁପାରିସରେ କହିଛନ୍ତି, ପଞ୍ଚାୟତିରାଜ ଏବଂ ପୌରାଞ୍ଚଳ ଅଧିକାରଙ୍କୁ ଏଭଳି ବେଆଇନ କାର୍ଯ୍ୟ ଆଗକୁ ନ କରିବା ଲାଗି କୁହାଯିବା ସହ ରାଜକୋଷରେ ରୟାଲ୍‌ଟି ଟଙ୍କା ବାନ୍ଧିବାକୁ କୁହାଯିବା ଆବଶ୍ୟକ।
ସୂଚନାଯୋଗ୍ୟ, ରାଜ୍ୟରେ ଅଣଟିକସ ରାଜସ୍ବ ବୃଦ୍ଧି ହାର ୨୦୨୫-୨୬ ଆଥିକବର୍ଷରେ ୧୬.୩୭% ରହିଥିବାବେଳେ ଖଣିଜ ରାଜସ୍ବ ହାର ୯.୬୮ ପ୍ରତିଶତ ରହିଛି। ରାଜ୍ୟ ସରକାର ୨୦୨୪-୨୫ରେ ଖଣିଜ ଉତ୍ସରୁ ୪୮ହଜାର ୬୦୦କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ୪୧ହଜାର ୫୧.୮୨କୋଟି ଟଙ୍କା ପାଇଥିଲେ। ସେହିପରି ୨୦୨୫-୨୬ରେ ୪୭ହଜାର ୪୬୭କୋଟି ଟଙ୍କାର ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଥିବାବେଳେ ମାତ୍ର ୪୫ହଜାର ୨୬କୋଟି ଟଙ୍କା ପାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri