ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର ଦିନ ଶତାଧିକ ସଚେତନ ନାଗରିକ ଏକଜୁଟ ହୋଇ ମୈତ୍ରୀ ଇନଫ୍ରା ଏବଂ ବେଦାନ୍ତ କମ୍ପାନୀ ବିରୋଧରେ ହୁଙ୍କାର ଭରିବା ସହ ଏକ ବିରାଟ ଶୋଭାଯାତ୍ରା କରିଛନ୍ତି। ସ୍ଥାନୀୟ ମାଁ ମାଣିକେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ରାଲି ବାହାରି ସହର ପରିକ୍ରମା କରିଥିଲା। ବିକ୍ଷୋଭକାରୀମାନେ “ବେଦାନ୍ତ କମ୍ପାନୀ ମୂର୍ଦାବାଦ”, “ମୈତ୍ରୀ କମ୍ପାନୀ ମୂର୍ଦାବାଦ” ଏବଂ “ମୈତ୍ରୀ କମ୍ପାନୀ ଗୋ ବ୍ୟାକ୍” ଭଳି ନାରା ଦେଇ ଥୁଆମୂଳ ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ ଏବଂ ଅତିରିକ୍ତ ତହସିଲଦାର ତପନ କୁମାର ପତିଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ଖଣି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଖଣି ଖନନ ପାଇଁ ନିୟୋଜିତ ମୈତ୍ରୀ ଇନଫ୍ରା (ବେଦାନ୍ତ କମ୍ପାନୀର ସହଯୋଗୀ ସଂସ୍ଥା) ବିରୋଧରେ ଗ୍ରାମବାସୀମାନେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। କମ୍ପାନୀ ପକ୍ଷରୁ ପୋଲିସ ଓ ପ୍ରଶାସନର ଭୟ ଦେଖାଇ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିବା ଏବଂ ଲୋକଙ୍କ ଜମିବାଡ଼ି ଓ ଗଛଲତା ନଷ୍ଟ କରାଯାଉଥିବା ନେଇ ସେମାନେ ଦର୍ଶାଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଜୀବିକା ଛଡ଼ାଇ ନେବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଦମନଲୀଳା ଚାଲିଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ଖଣି ପାଇଁ ହେବାକୁ ଥିବା ଜନଶୁଣାଣି ଓ ଗ୍ରାମସଭାକୁ ତୁରନ୍ତ ବାତିଲ କରିବାକୁ ଦାବି କରାଯାଇଛି। ଯଦି ଭବିଷ୍ୟତରେ ଗ୍ରାମସଭା ହୁଏ, ତେବେ କେବଳ ଥୁଆମୂଳ ରାମପୁରର ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ନିରପେକ୍ଷ ଭାବେ କରାଯାଉ ଏବଂ ବାହାର ଲୋକଙ୍କୁ ଏଥିରୁ ଦୂରେଇ ରଖାଯାଉ ବୋଲି ଲୋକେ ଜିଦ୍ ଧରିଛନ୍ତି। ଯେପର୍ଯ୍ୟନ୍ତ ମୈତ୍ରୀ ଇନଫ୍ରା କମ୍ପାନୀ ଏହି କାର୍ଯ୍ୟରୁ ବାଦ୍ ପଡ଼ିନାହିଁ, ସେପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହେବାକୁ ଦିଆଯିବ ନାହିଁ ବୋଲି ପ୍ରଶାସନିକ ହସ୍ତକ୍ଷେପ ଲୋଡ଼ାଯାଇଛି।

ଏହି ପ୍ରତିବାଦ ସଭାରେ ଡମ୍ବରୁଧର ମହାରଣା, ରାବେନା ନାଏକ, ବଳରାମ କବାଡି, ବିଜୟ ପ୍ରଧାନୀ, ସତ୍ୟନାରାୟଣ ସିଂ, କ୍ରିଷ୍ଣା ଚନ୍ଦ୍ର ନାଏକ, ବିଦ୍ୟାଧର ଗୌଡ଼, କବିଟ ଗୌଡ଼, ବିର୍ଶିଂ ମାଝୀ, ରାମେଶ୍ୱର ବାଗ ଓ ମାଗୁ ମାଝୀଙ୍କ ସମେତ ଅନେକ ସଚେତନ ନାଗରିକ ସାମିଲ ଥିଲେ। ଯଦି ପ୍ରଶାସନ ଓ ସରକାର ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ରକ୍ଷା ନକରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri