ଐତିହାସିକ ଶତକ ସହ ଅରେଞ୍ଜ କ୍ୟାପ ହାସଲ କଲେ ଅଭିଷେକ

ହାଇଦ୍ରାବାଦ୍‌,୨୨ା୪: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଐତିହାସିକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୪୭ ରନରେ ପରାସ୍ତ କରିଛି। ମ୍ୟାଚ୍‌ରେ ’ପ୍ଲେୟାର ଅଫ ଦି ମ୍ୟାଚ’ ବିଜେତା ଅଭିଷେକ ଶର୍ମା ୧୩୫ ରନ୍‌ର ଏକ ରେକର୍ଡ ଇନିଂସ ଖେଳି ଅରେଞ୍ଜ କ୍ୟାପ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଏହି କ୍ୟାପ ଲିଗ୍‌ରେ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନଙ୍କୁ ପ୍ରଦାନ କରାଯାଇଥାଏ। ପୂର୍ବରୁ ହେନରିଚ କ୍ଲାସେନଙ୍କ ହାତରେ ଏହି କ୍ୟାପ ଥିଲା। ବର୍ତ୍ତମାନ ସେ ଅଭିଷେକଙ୍କଠାରୁ ମାତ୍ର ୩ ରନ୍‌ ପଛରେ ରହିଛନ୍ତି।

ହାଇଦ୍ରାବାଦ୍‌ ଲାଗି ଏହା ହ୍ୟାଟ୍ରିକ ବିଜୟ ଏବଂ ସପ୍ତମ ମ୍ୟାଚ୍‌ରେ ଚତୁର୍ଥ ବିଜୟ। ଏହି ବିଜୟ ସହ ହାଇଦ୍ରାବାଦ୍‌ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଉନ୍ନିତ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ ପାଇଁ ୬ ମ୍ୟାଚ୍‌ରେ ତୃତୀୟ ପରାଜୟ।

ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟରେ ୨୪୨ ରନ କରିଥିଲା। ଦଳ ପାଇଁ ଅଭିଷେକ ଶର୍ମା ୬୮ ବଲରେ ୧୦ ଲେଖାଏ ଚୌକା ଓ ଛକା ସହିତ ୧୩୫ ରନର ଅପରାଜିତ ଶତକୀୟ ଇନିଂସ ଖେଳିଥିଲେ। ଏହା ତାଙ୍କର ଦ୍ୱିତୀୟ ଆଇପିଏଲ୍‌ ଓ ନବମ ଟି୨୦ ଶତକ ଥିଲା।

ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ ହେଡ୍‌ ୨୬ ବଲରେ ୩୭ (୨ ଲେଖାଏ ଚୌକା ଓ ଛକା) ଓ ହେନରିଚ୍‌ କ୍ଲାସେନ ୧୩ ବଲରେ ୩୭ ( ୩ ଲେଖାଏ ଚୌକା ଓ ଛକା) ରନ କରି ଅପରାଜିତ ରହିଥିଲେ।

ଜବାବରେ ଦିଲ୍ଲୀ ଆରମ୍ଭରୁ ପଥୁମ ନିଶଙ୍କା (୮)ଙ୍କ ଉଇକେଟ ହରାଇଥିଲା। ଲୋକେଶ ରାହୁଲ ଓ ନୀତୀଶ ରାଣା ଦ୍ୱିତୀୟ ଉଇକେଟରେ ୪୫ ବଲରେ ୮୬ ରନ ଯୋଡ଼ି ଦଳୀୟ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ପରେ ଦଳ କ୍ରମାଗତ ବ୍ୟବଧାନରେ ନୀତୀଶ (୩୦ ବଲ, ୫୭ ରନ୍‌, ୭ ଚୌକା ଓ ୩ ଛକା), ରାହୁଲ (୨୩ ବଲ, ୩୭ ରନ, ୧ ଚୌକା ଓ ୩ ଛକା) ଓ ଡେଭିଡ୍‌ ମିଲର (୦)ଙ୍କ ଉଇକେଟ ହରାଇଥିଲା।

ସମୀର ରିଜଭି ୨୮ ବଲରେ ୪୧ (୨ ଲେଖାଏ ଚୌକା ଓ ଛକା), ଟ୍ରିଷ୍ଟାନ ଷ୍ଟବ୍ସ ୧୬ ବଲରେ ୨୭ (୩ ଚୌକା ଓ ୧ ଛକା) ଓ ଆଶୁତୋଷ ଶର୍ମା ୧୪ (୨ ଚୌକା) ରନ କରିଥିଲେ। ହେଲେ ତାହା ଦଳର ବିଜୟ ଲାଗି ଯଥେଷ୍ଟ ହୋଇ ନ ଥିଲା। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୯୫ ରନ କରିଥିଲା।

ଏହି ପ୍ରତିଯୋଗିତାରେ ’ପ୍ଲେୟାର ଅଫ ଦି ମ୍ୟାଚ’ ବିଜେତା ଅଭିଷେକ ଶର୍ମା ୧୩୫ ରନ୍ର ଏକ ରେକର୍ଡ ସ୍ଥାପନକାରୀ ଇନିଂସ ଖେଳିଥିଲେ, ଯାହା ତାଙ୍କୁ ଅରେଞ୍ଜ କ୍ୟାପ ହାସଲ କରିବାରେ ସକ୍ଷମ କରିଥିଲା। ଏହି କ୍ୟାପ ଲିଗ୍ରେ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ୍ଙ୍କୁ ପ୍ରଦାନ କରାଯାଏ; ତାଙ୍କ ପୂର୍ବରୁ, ହେନରିଚ କ୍ଲାସେନ୍ଙ୍କ ହାତରେ ଏହି କ୍ୟାପ ଥିଲା, ଯିଏ ଏବେ ଅଭିଷେକଙ୍କଠାରୁ ମାତ୍ର ୩ ରନ ପଛରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: EPF ନିୟମରେ ବଡ଼ ପରିବର୍ତ୍ତନ! ୧୫ ହଜାରରୁ ବଢି ୨୫ ହଜାର ହେବ…

ନୂଆଦିଲ୍ଲୀ,୧୬।୯: ଦେଶର ଲକ୍ଷ ଲକ୍ଷ ବେତନଭୋଗୀ କର୍ମଚାରୀଙ୍କ ପାଇଁ EPF ଓ EPS ସମ୍ପର୍କିତ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ମାସିକ ୧୫,୦୦୦ ଥିବା EPF/EPS…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଆସିଲା ବଡ଼ ଖବର: ପ୍ରଶଂସକ ଶୁଣିଲେ ହୋଇଯିବେ ଖୁସି!

ନୂଆଦିଲ୍ଲୀ,୧୬।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ T20 ସିରିଜ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଦୁଇଟି ମ୍ୟାଚ ଜିତି ଟିମ…

୪ ପୌର ନିଗମରେ ଭାଜପା ବିଜୟୀ

ଜୟପୁର,୧୬ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ପାକିସ୍ତାନରେ ହାହାକାର: ହେବ ଲକଡାଉନ୍‌! ଜାଣନ୍ତୁ କାହିଁକି…

ଇସଲାମାବାଦ,୧୬।୯: ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇନ୍ଧନ ବ୍ୟବହାର ଓ ଯାତାୟାତ କମାଇବା ନେଇ ଅନେକ ବିକଳ୍ପ ଉପରେ…

ସାବଧାନ! ଗୋରା ହେବା ଚକ୍କରରେ ନଷ୍ଟ ହୋଇପାରେ ସୌନ୍ଦର୍ଯ୍ୟ, ପାକିସ୍ତାନର ଏହି କ୍ରିମ୍‌କୁ ବ୍ୟାନ୍‌ କଲା ଭାରତ

ନୂଆଦିଲ୍ଲୀ,୧୬ା୯: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମ୍ପ୍ରତି ପାକିସ୍ତାନରୁ ଉତ୍ପନ୍ନ ଅନଧିକୃତ କସ୍‌ମେଟିକ ଉତ୍ପାଦ ବିକ୍ରୟ ସମ୍ପର୍କରେ ଏକ ସତର୍କତା ଜାରି କରିଛି। ନୋଟିସ୍‌ରେ…

ବିଶ୍ୱକର୍ମା ପୂଜାଠୁ ଏହି ୩ ରାଶି ରୁହନ୍ତୁ ସତର୍କ: ସୂର୍ଯ୍ୟଙ୍କ ଗୋଚର କରିଦେବ କାଙ୍ଗାଳ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଆସନ୍ତା ୧୭ ସେପ୍ଟେମ୍ବରରେ ସୂର୍ଯ୍ୟଦେବ କନ୍ୟା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ଅଧିକାର, କ୍ୟାରିୟର, ମାନ-ସମ୍ମାନ ଏବଂ ବରିଷ୍ଠ ବ୍ୟକ୍ତିଙ୍କ…

ଆରବ ସାଗରରେ ଭାରତ-ପାକିସ୍ତାନ ମଧ୍ୟରେ ମହାଭାରତ! ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଜବାବ ମାଗିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୬।୯: ପାକିସ୍ତାନୀ ନୌସେନା ଜାହାଜ ଏବଂ ଭାରତୀୟ ନୌସେନା ୟୁନିଟ ମଧ୍ୟରେ ହୋଇଥିବା ଧକ୍କାକୁ ନେଇ ଭାରତ ପାକିସ୍ତାନ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ନୂଆଦିଲ୍ଲୀରେ, ବୈଦେଶିକ…

UPI Charges: ଦୋକାନୀମାନଙ୍କୁ ସେମାନଙ୍କର UPI ସ୍କାନର୍‌ ଏବଂ ସାଉଣ୍ଡବକ୍ସ ବଦଳାଇବାକୁ ପଡ଼ିବ? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୧୬।୯: ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ (NPCI) ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR)ଯାହା ମୁଖ୍ୟତଃ ଏକ UPI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?