Posted inଖେଳ

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ସମ୍ମାନଜନକ ସ୍କୋର କରିଛି। ତିଲକ ୧୦୧ ରନରେ ଅପରାଜିତ ରହିଥିବାବେଳେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୧୯୯ ରନ ସଂଗ୍ରହ କରିଛି। ତିଲକ ମାତ୍ର ୪୫ ବଲ୍‌ରେ ଶତକ ମାରିଥିଲେ।

ତିଲକ ବର୍ମା ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶତକ ମାରିବାରେ ସବୁଠାରୁ ଦ୍ରୁତତମ ଭାରତୀୟ ଖେଳାଳି ହୋଇଛନ୍ତି। ତିଲକ ବର୍ମାଙ୍କ ପୂର୍ବରୁ ସନଥ ଜୟସୁରିଆ ମାତ୍ର ୪୫ ବଲ୍‌ରେ ଶତକ ମାରିଥିଲେ। ସେ ୨୦୦୮ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଏହି ଇନିଂସ ଖେଳିଥିଲେ। ତିଲକ ୫୨ ବଲ୍‌ରେ ଶତକ ମାରିଥିବା ସଞ୍ଜୁ ସାମସନଙ୍କ ରେକର୍ଡ ଭାଙ୍ଗିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ କ୍ୱିଣ୍ଟନ ଡି କକ ମଧ୍ୟ ଦ୍ରୁତତମ ଶତକ ମାରିଥିଲେ। ଏହା ଆଇପିଏଲରେ ତିଲକ ବର୍ମାଙ୍କ ପ୍ରଥମ ଶତକ।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ଅଧିନାୟକ ଶୁବମନ ଗିଲ୍‌। ଏକାଧିକ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଟପ୍‌ ଅର୍ଡର ବ୍ୟାଟର ଡାନିସ ମେଲଓ୍ବେର ଓ ମିଡିୟମ ଫାଷ୍ଟ ବୋଲର କ୍ରିଶ୍‌ ଭଗତ ଆଇପିଏଲ୍‌ ଡେବ୍ୟୁ କରିବାର ସୌଭାଗ୍ୟ ପାଇଥିଲେ। ମେଲଓ୍ବେର ନିଜ ପ୍ରଥମ ମ୍ୟାଚରେ ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିବାବେଳେ କ୍ୱିଣ୍ଟନ ଡି’କକ୍‌ ୧୩ ରନରେ ଆଉଟ ହେବାରୁ ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫର୍ମ ପାଇଁ ସଂଘର୍ଷ କରୁଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ମାତ୍ର ୧୫ ରନରେ ପ୍ୟାଭିଲିୟନ ଫେରିଥିଲେ। ଆରମ୍ଭରେ ଧିମା ଖେଳିଥିବା ତିଲକ ବର୍ମା ପରେ ଦ୍ରୁତ ହାରରେ ରନ ସଂଗ୍ରହ କରିବା ସହ ମୁମ୍ବାଇ ଇନିଂସର ବ୍ୟାଟିଂ ମେରୁଦଣ୍ଡ ସାଜିଥିଲେ। ସେ ୪ର୍ଥ ଉଇକେଟରେ ନମନ ଧୀରଙ୍କ ସହ ୫୨ ଓ ୫ମ ଉଇକେଟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ୩୮ ବଲ୍‌ରୁ ୮୧ ରନର ମୂଲ୍ୟବାନ ଭାଗୀଦାରି ଗଢ଼ିଥିଲେ। ଦଳର ସଙ୍କଟ ସମୟରେ ନମନ ୩୨ ବଲ୍‌ରୁ ୪୫ (୬ ଚୌକା, ୧ ଛକା) ରନ ସଂଗ୍ରହ କରିଥିଲେ। ହାର୍ଦ୍ଦିକ ପ୍ରଭାବୀ ବ୍ୟାଟିଂ କରିପାରି ନ ଥିଲେ ମଧ୍ୟ ତିଲକ ଷ୍ଟୋକପୂର୍ଣ୍ଣ ଶତକ ହାସଲ କରିବାରୁ ମୁମ୍ବାଇ ସ୍କୋର ୧୯୯ ହୋଇ ଯାଇଥିଲା। ୪୫ଟି ବଲ୍‌ର ସମ୍ମୁଖୀନ ହୋଇଥିବା ତିଲକ ୮ ଚୌକା ଓ ୭ ଛକା ସହାୟତାରେ ୧୦୧ ରନକରି ଅପରାଜିତ ରହିଥିଲେ। ଆଇପିଏଲ୍‌ରେ ଏହାଥିଲା ତାଙ୍କର ପ୍ରଥମ ଶତକ। ପୂର୍ବରୁ ୮୪*ଥିଲା ତାଙ୍କର ସର୍ବାଧିକ ସ୍କୋର। ଏଠାରେ ପ୍ରଥମ ୨୨ ବଲ୍‌ରେ ମାତ୍ର ୧୯ ରନ କରିଥିବା ତିଲକ ପରବର୍ତ୍ତୀ ୨୩ ବଲ୍‌ରେ ୮୨ ରନ ସଂଗ୍ରହ କରି ମୁମ୍ବାଇ ସ୍କୋରକୁ ୧୯୯ରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗୁଜରାଟ ପକ୍ଷରୁ କାଗିସୋ ରାବାଡ଼ା ୩ଟି ଏବଂ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri