ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ ଭାରତୀୟ ପୁଞ୍ଜିବଜାର ଅସ୍ବାଭାବିକ ସ୍ଥିତିରେ ରହିଛି। ଅସ୍ଥିର ବଜାରକୁ ଦେଖି କେବଳ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ନୁହେଁ, ଘରୋଇ ନିବେଶକାରୀମାନେ ଅର୍ଥ ଉଠାଇବାରେ ଲାଗିଛନ୍ତି। ଅନେକ କାରଣ ସହିତ ଅନ୍ୟତମ କାରଣ ଭାବେ ନିବେଶକମାନେ ଆମେରିକୀୟ ଡଲାର ଆକାରରେ ଅର୍ଥ ଉଠାଣ କରୁଥିବାରୁ ଭାରତରେ ସେହି ବିଦେଶୀ ମୁଦ୍ରା କମିବାରେ ଲାଗିଛି।
ଭାରତୀୟ ମୁଦ୍ରା କାହିଁକି ଦୁର୍ବଳ ହେଉଛି ତାହାକୁ ଖୋଜି ବାହାର କରିବାରେ କାହାରି ଇଚ୍ଛା ଥିବାଭଳି ମନେହେଉ ନାହିଁ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଖ୍ୟ ଦାୟିତ୍ୱ ହେବା କଥା ଦେଶର ମୁଦ୍ରାର ମୂଲ୍ୟ ଜଗିବା। ମୂଲ୍ୟ ଯଦି ହ୍ରାସ ହେଉଛି ତାହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ। ଭାରତର ଅର୍ଥନୀତି ଏବେ ସେହି ସ୍ଥିତିର ସମ୍ମୁଖୀନ ହେଉଛି। ଦେଶରେ ଘଟୁଥିବା ଅର୍ଥନୈତିକ ଅସ୍ଥିରତାର ପ୍ରଭାବ ସାଧାରଣ ନାଗରିକର ଜୀବନରେ ଅନୁଭୂତ ହେବାକୁ ଆରମ୍ଭ କଲାଣି। ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପଛରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କାରଣ ରହିଛି। ତେବେ ଏହିସବୁ କାରଣ ମଧ୍ୟରୁ ଗୋଟିଏ ପ୍ରମୁଖ ସମସ୍ୟାକୁ କେହି ଇଙ୍ଗିତ କରୁନାହାନ୍ତି। ସମସ୍ତେ କେବଳ ଅଭିବୃଦ୍ଧି ଅଙ୍କକୁ ପ୍ରଦର୍ଶନ କରି ପ୍ରଚାର କରୁଛନ୍ତି। ଅନ୍ୟପଟେ କହିଲେ ପୂର୍ବରୁ ଯେଭଳି ମୁୁକ୍ତ ଭାବେ ମୁଦ୍ରା କାରବାର ହେଉଥିଲା, ବର୍ତ୍ତମାନର ଆର୍ଥିକ ସ୍ଥିତି ଦେଖିଲେ କଟକଣା ଲାଗୁ କରିବାକୁ ଶୀର୍ଷ ନୀତି ନିର୍ଦ୍ଧାରକ ସଂସ୍ଥା ପଦକ୍ଷେପ ନେଉଥିବା କହୁଛନ୍ତି। ଯଦି କୌଣସି କଟକଣା ଜାରି କରାଯାଏ, ତେବେ ଭବିଷ୍ୟତରେ କୌଣସି ବିଦେଶୀ ପୁଞ୍ଜିନିବେଶକ ଭାରତୀୟ ବଜାରରେ ଅର୍ଥ ଲଗାଇବାକୁ ଇଚ୍ଛା କରିବେ ନାହିଁ। କଟକଣା ମାତ୍ର କିଛି ସମୟ ପାଇଁ ସ୍ଥିତି ସମ୍ଭାଳିପାରେ। କିନ୍ତୁ ଦୀର୍ଘମିଆଦୀ କ୍ଷତି ନିଶ୍ଚିତ ଭାବେ ପହଞ୍ଚତ୍ବ। ଏଭଳି ହଲପ୍‌ ଦେଇ କହିବାର ଅର୍ଥ ହେଲା ଭାରତରେ ନୀତି ନିର୍ଦ୍ଧାରକମାନେ ଦେଶର ଅଭିବୃଦ୍ଧି ଅଙ୍କକୁ ବଢ଼ାଇ କରି ଦେଖାଇବାରେ ବ୍ୟସ୍ତ। ସେମାନଙ୍କର ଏଭଳି ମାନସିକତା ଉପୁଜିବା ପଛରେ ଭାରତୀୟ ଅର୍ଥ ବ୍ୟବସ୍ଥା ରାଜନୈତିକ ଚାପଠାରୁ ଅଲଗା ହୋଇପାରୁ ନାହିଁ। ବିଗତ ଦିନରେ ବିମୁଦ୍ରୀକରଣଠାରୁ ଆରମ୍ଭ କରି ଯେତେ ବଡ଼ ପଦକ୍ଷେପ ନିଆଯାଇଛି, ସେଥିରେ ରାଜନୈତିକ ହସ୍ତକ୍ଷେପ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏକ ସ୍ବାଧୀନ ନୀତି ନିର୍ଦ୍ଧାରଣ ବ୍ୟବସ୍ଥା ଗଢ଼ିଉଠୁ ନ ଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ମାନ୍ଦାବସ୍ଥା ଭଳି ସ୍ଥିତି ଉପୁଜିଲା ବେଳକୁ ଏଠାରେ ସୁଧାର ଆସିପାରୁ ନାହିଁ।
ବର୍ତ୍ତମାନ ଡଲାର ତୁଳନାରେ ଭାରତୀୟ ମୁଦ୍ରା କ୍ରମାଗତ ଦୁର୍ବଳ ହେବାରେ ଲାଗିଛି। ଆର୍‌ବିଆଇ ସହ ଅନ୍ୟାନ୍ୟ ଆର୍ଥିକ ନୀତି ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରୁଥିବା ଥିଙ୍କ୍‌ଟ୍ୟାଙ୍କ୍‌କୁ ବ୍ୟାଙ୍କିଙ୍ଗ୍‌, ମୁଦ୍ରା କାରବାର ଓ ବଜାର ନିୟନ୍ତ୍ରଣ ଲାଗି ସ୍ବାଧୀନ ଭାବେ ଦାୟିତ୍ୱ ଦିଆଯାଇପାରିଲେ ହୁଏତ ସ୍ଥିତିରେ ଉନ୍ନତି ଆସିପାରନ୍ତା। କିନ୍ତୁ ସେହି ବିଶ୍ୱାସ ଓ ଭରସା ଦେବାର ଦାୟିତ୍ୱ ରାଜନୈତିକ ବ୍ୟବସ୍ଥା କେବେ ଅର୍ପଣ କରିବ ତାହା କେହି ଜାଣି ନାହାନ୍ତି। ଏଠାରେ ମନେରଖିବାକୁ ହେବ ଯେ, ପାଶ୍ଚାତ୍ୟ ଅର୍ଥନୀତି ବିଭିନ୍ନ ଐତିହାସିକ କାରଣରୁ ସୁସ୍ଥ ସବଳ ରହିଆସିଥିଲା। ଏବେ ସେଗୁଡ଼ିକରେ ବି ଫାଟ ଦିଶିଲାଣି। ଅନ୍ୟପଟେ ଭାରତ ଭଳି ଏକ ଦୁର୍ବଳ ଅର୍ଥନୀତିକୁ ଜଗିରଖିବା ହେବା କଥା ରାଜନୈତିକ ନେତୃବୃନ୍ଦଙ୍କ ପ୍ରମୁଖ ଦାୟିତ୍ୱ। ଦୁଃଖର ବିଷୟ ପ୍ରଚାର ପ୍ରସାରକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଚାହିଦା ଅନୁଯାୟୀ ସୁରକ୍ଷା ମିଳିପାରୁ ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri