ଗରିବଙ୍କୁ ଦିଆଯିବ ଫ୍ଲାଟ୍‌: ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତଦ୍ୟୋୟ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ତଥାପି ସହରାଞ୍ଚଳରେ ବହୁ ଗରିବ ଏଥିରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ବିଭାଗ ପକ୍ଷରୁ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ। ମହାରାଷ୍ଟ୍ର ମଡେଲରେ ଗରିବଙ୍କୁ ଫ୍ଲାଟ କରି ବଣ୍ଟନ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଲୋକସେବା ଭବନରେ ମଙ୍ଗଳବାର ମନ୍ତ୍ରୀ ପୂଜାରୀ କହିଛନ୍ତି, ଗ୍ରାମାଞ୍ଚଳରେ ଜମି ଅଧିକ ରହିଥିବାବେଳେ କମ୍‌ ଲୋକ ଭୂମିହୀନ ରହିଛନ୍ତି। ‘ବସୁନ୍ଧରା’ ଯୋଜନାରେ ସେମାନଙ୍କୁ ଜମି ଯୋଗାଇ ଦିଆଯାଉଛି। ମାତ୍ର ସହରାଞ୍ଚଳରେ ଲୋକ ଅଧିକ ରହିଥିଲେ ହେଁ ତାଙ୍କ ପାଇଁ ଆବଶ୍ୟକ ପରିମାଣର ଜମି ନାହିଁ। ସରକାରଙ୍କ ପକ୍ଷରୁ ବସୁନ୍ଧରା ଯୋଜନାର ରୂପରେଖ ବଦଳାଇ ନୂତନ ଯୋଜନା ଅଣାଯିବାକୁ ନଗର ଉନ୍ନୟନ ବିଭାଗ ସହିତ ଆଲୋଚନା ଶେଷ ହୋଇଛି। ଖୁବ୍‌ଶୀଘ୍ର ସରକାରଙ୍କ ପକ୍ଷରୁ ଏହି ନୂତନ ନୀତି କାର୍ଯ୍ୟକାରୀ କରାଯିବ। ଯେଉଁଠାରେ ଜମିର ଅଭାବ ରହିବ ସେଠାରେ ଘର ଦିଆଯିବ। ରାଜସ୍ବ ବିଭାଗ ଜମି ଦେବ, ନଗର ଉନ୍ନୟନ ବିଭାଗ ଉନ୍ନୟନ କରିବ ଏବଂ ସହରାଞ୍ଚଳ ଗରିବମାନଙ୍କୁ ସରକାର-ଘରୋଇ ସହଭାଗିତା(ପିପିପି) ମଡେଲରେ ଫ୍ଲାଟ ନିର୍ମାଣ କରି ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଯେଉଁସବୁ ଅଞ୍ଚଳରେ ଅହେତୁକ ଭାବେ ଜମିର ଦର ବୃଦ୍ଧି ହୋଇଥିବା ଅଭିଯୋଗ ଆସୁଛି ତାହାକୁ ତର୍ଜମା କରିବାକୁ ଏକ କମିଟି ଗଠନ କରିବା ଲାଗି ନିର୍ଦେଶ ଦିଆଯାଇଛି। ଉକ୍ତ କମିଟି ଜମିର ବାସ୍ତବିକ ଦର କେତେ ହେବା କଥା ତାହା ଅନୁଧ୍ୟାନ କରି ରିପୋର୍ଟ ଦେଲେ, ସେହି ଅନୁସାରେ ଦର ପୁନନିର୍ଦ୍ଧାରଣ ଲାଗି ବିଚାର କରାଯିବ। ତେବେ ପ୍ରତ୍ୟେକ ୨ବର୍ଷରେ ଥରେ ଜମିର ଦର ନିର୍ଦ୍ଧାରଣ ହେବା ନିୟମ ରହିଛି। ସେହି ଅନୁସାରେ ଜମିର ପଞ୍ଜୀକରଣ ମୂଲ୍ୟ ଏବଂ ବାଜର ଦରକୁ ନେଇ ଜମିର ମୂଲ୍ୟାୟନ କରାଯାଇଥାଏ। ଯେଉଁଠାରେ ଏଭଳି ଅଭିଯୋଗ ରହିଛି ତାହାକୁ ବିଭାଗ ଅନୁଧ୍ୟାନ କରିବ ବୋଲି ମନ୍ତ୍ରୀ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri