କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା କଷ୍ଟକର ହୋଇପଡିଛି। ଏଭଳି କ୍ଷେତ୍ରରେ ପିଲାଙ୍କର ଫୋନ୍‌ ବ୍ୟବହାର କମ୍‌ କରିବା ପାଇଁ କ’ଣ କରିବେ ଜାଣନ୍ତୁ…

-ପିଲାଙ୍କ ପାଇଁ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ଏକ ଟାଇମ୍‌ ଟେବଲ ସ୍ଥିର କରନ୍ତୁ। ପାଠପଢା ଖେଳକୁଦ ସହିତ ଫୋନ୍‌ ଦେଖିବାର ଏକ ସମୟ ନିର୍ଦ୍ଦିଷ୍ଟ କରନ୍ତୁ, ଯେପରି ପିଲାମାନେ କେବଳ ସେହି ସମୟ ମଧ୍ୟରେ ଫୋନ୍‌ ବ୍ୟବହାର କରିବେ। ଏପରି ହେଲେ ଅନ୍ୟ ସମୟରେ ସେମାନେ ନିଜ କାମ କରିବେ।

-ପିଲାଙ୍କୁ ଆଉଟ୍‌ଡୋର୍‌ ଗେମ୍‌ ନିମନ୍ତେ ଉତ୍ସାହିତ କରନ୍ତୁ। କ୍ରିକେଟ୍‌, ଫୁଟବଲ୍‌ ଓ ସାଇକେଲିଂ ଆଦି ବିଭିନ୍ନ ଖେଳପାଇଁ ବ୍ୟବସ୍ଥା କରି ଦିଅନ୍ତୁ। ଫଳରେ ପିଲାମାନେ ଫୋନ୍‌ଠାରୁ କିଛି ସମୟ ଦୂରରେ ରହିବାର ସୁଯୋଗ ପାଇବେ।
-ମୋବାଇଲ୍‌କୁ ପିଲାଙ୍କ ପାଇଁ ଏକ ପୁରସ୍କାର ଭଳି ବ୍ୟବହାର କରନ୍ତୁ। ସେମାନେ ହୋମୱାର୍କ କରିସାରିବା ପରେ କିମ୍ବା କୌଣସି ପାଠ ପୂରା କରିସାରିବା ପରେ କିଛି ସମୟ ପାଇଁ ଫୋନ୍‌ ବ୍ୟବହାର କରିବାର ସୁଯୋଗ ଦିଅନ୍ତୁ। ଏପରି କଲେ ସେମାନଙ୍କର ପାଠପ୍ରତି ଆଗ୍ରହ ବଢ଼ିବ।
-ନିଜେ ପିଲାଙ୍କ ସହିତ କିଛି ସମୟ କଟାନ୍ତୁ। ସେମାନଙ୍କୁ ବାହାରକୁ ବୁଲାଇବା ପାଇଁ ନିଅନ୍ତୁ କିମ୍ବା ଖେଳନ୍ତୁ। ଏସବୁ ନ ହେଲେ ସେମାନଙ୍କ ସହିତ କେବଳ ଗପନ୍ତୁ। ଫଳରେ ମୋବାଇଲ୍‌ ବ୍ୟବହାର କରିବାର ସୁଯୋଗ ପାଇବେ ନାହିଁ ପିଲାମାନେ।
-ମୋବାଇଲ୍‌ ବ୍ୟବହାରର ଖରାପ ପ୍ରଭାବ ସମ୍ପର୍କରେ ପିଲାଙ୍କୁ ବୁଝାନ୍ତୁ। ପିଲାମାନେ ଖରାପ ପ୍ରଭାବ ସମ୍ପର୍କରେ ବୁଝିପାରିଲେ ନିଜେ ଫୋନ୍‌ ବ୍ୟବହାର କମ୍‌ କରିବା ନେଇ ସଚେତନ ହୋଇପାରିବେ।
-ପିଲାଙ୍କ ଆଗରେ ଅଭିଭାବକମାନେ ନିଜେ ଫୋନ୍‌ ବ୍ୟବହାର କରନ୍ତୁ ନାହିଁ। ଆବଶ୍ୟକ ହେଲେ ପିଲାଙ୍କୁ ନିଜର ଉଦାହରଣ ଦେଇପାରିବେ।
-ଶୋଇବା ସମୟରେ ନିଜେ ଫୋନ୍‌ ଦେଖନ୍ତୁ ନାହିଁ କି ପିଲାଙ୍କୁ ଦେଖାନ୍ତୁ ନାହିଁ। ତେଣୁ ଶୋଇବା ଘରକୁ ଯିବା ପୂର୍ବରୁ ହିଁ ଫୋନ୍‌କୁ ବାହାରେ ରଖି ଯାଆନ୍ତୁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ...

ଫାଣ୍ଡି ସାମ୍ନାରେ ବସ୍‌କୁ ଧକ୍କା ଦେଲା ଟ୍ରଲର, ଯୋଡାରୁ ଟାଟାକୁ ଯାଉଥିବାବେଳେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଅଧିନସ୍ଥ ଜୟନ୍ତୀଗଡ଼ ଫାଣ୍ଡି ସାମ୍ନାରେ ମଙ୍ଗଳବାର କାରଓ୍ବା ନାମକ ଯାତ୍ରୀବାହୀ...

ଶହବାଜ-ମୁନିରଙ୍କୁ ମନାଇବାକୁ ପାକିସ୍ତାନ ଗସ୍ତ କରିବେ ସି ଜିନପିଙ୍ଗ

ବେଜିଂ,୨୦।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଘୋଷଣା କରିଛନ୍ତି ଯେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଖୁବ ଶୀଘ୍ର ପାକିସ୍ତାନ ଗସ୍ତ କରିବେ। ଏହି ଗସ୍ତ...

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏହି ସବୁ ଦାବି କଲେ ଜମି ହରାଉଥିବା ଲୋକେ, ଏକକାଳୀନ ୫ କୋଟି ଟଙ୍କା ସହ…

ପାଟଣା ,୨୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ଜେଏସଡବ୍ଲୁ ଓ ପସ୍କୋ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବାରଡାଙ୍ଗୁଆ ଗ୍ରାମରେ...

ଧୋକାବାଜ ବାହାରିଲେ ସ୍ବାମୀ, ୩-୩ଟା ବିବାହ କରିଥିବା ଜାଣିବା ପରେ ଦ୍ୱିତୀୟ ସ୍ତ୍ରୀ କଲେ ଏମିତି…

ପାଟନା, ୨୦।୧: ବିହାରର ବାଙ୍କାରୁ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚାଟମାଡିହ ଗାଁର ବାସିନ୍ଦା ନୀଲୁ କୁମାରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ...

ଆଜିଠୁ ନବୀନ ଯୁଗ ଆରମ୍ଭ: ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରତୀକ୍ଷା ପରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ନୂତନ ସଭାପତି ମିଳିଛି। ପାଞ୍ଚଥର ବିଧାୟକ ନୀତିନ ନବୀନଙ୍କୁ ଦଳର ନୂତନ ମୁଖ୍ୟ...

ନିମନ୍ତ୍ରଣ କାର୍ଡର ଦାମ୍ ୨୫ ଲକ୍ଷ; ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ବାପାଙ୍କ ଅନନ୍ୟ ପଦକ୍ଷେପ, ୩ କେଜି ରୂପା…

ଜୟପୁର,୨୦ା୧: ପ୍ରତ୍ୟେକ ପିତା ଚାହାଁନ୍ତି ଯେ ତାଙ୍କ ଝିଅର ବିବାହ ଏକ ସ୍ମରଣୀୟ ହେଉ, ଯାହା ଜୀବନବ୍ୟାପୀ ସେମାନଙ୍କ ହୃଦୟରେ ରହିବ । ଜୟପୁରର ଶିବ...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ବାଂଲାଦେଶ: ଚାଇନା ସହ ମିଶି ଚିକେନ ନେକରେ…

ଢାକା,୨୦।୧: ମହମ୍ମଦ ୟୁନୁସଙ୍କ ଶାସନରେ ବାଂଲାଦେଶ ନିରନ୍ତର ଭାରତ ବିରୋଧୀ ପଦକ୍ଷେପ ନେଇ ଆସୁଛି। ଭାରତ ବିରୋଧରେ ବାଂଲାଦେଶର ଷଡ଼ଯନ୍ତ୍ର ପୂର୍ବରୁ ପର୍ଦ୍ଦାଫାସ ହୋଇସାରିଛି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri