ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ: ସଚିବ ଉଷା ପାଢ଼ୀ କହିଲେ ଆମ ବସ୍‌ ଚଳାଇକୁ ହେଲେ ଡ୍ରାଇଭରଙ୍କ…

ଭୁବନେଶ୍ୱର,୪।୧: ଆମ ବସ୍‌ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ରବିବାର ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀ ବସ୍‌ ଚଳାଚଳ ଉପରେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଡ୍ରାଇଭରଙ୍କ ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ। ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ଗାଡ଼ି ଚଳାଇବାକୁ ଡ୍ରାଇଭରଙ୍କୁ ଅନୁମତି ମିଳିବ। ନଚେତ ମିଳିବ ନାହିଁ ବୋଲି ସଚିବ ପାଢୀ ଗଣମାଧ୍ୟମକୁ କହିଛନ୍ତି।

ଯେଉଁ ଡ୍ରାଇଭର ଅଧିକ ସମ୍ବେଦନଶୀଳ ପ୍ରମାଣ କରିବେ ଇନ୍‌ସେଣ୍ଟିଭ ମିଳିବ। ଲେନ୍‌ ଡ୍ରାଇଭିଂକୁ ଗୁରୁତ୍ୱ ଦିଆଯାଉଛି। ମାସେ ପର୍ଯ୍ୟନ୍ତ ଅନୁଧ୍ୟାନ କରିବୁ। ରୋଡ ସେଫ୍ଟି ପାଇଁ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିଛି। ସ୍ମାର୍ଟ ସିଟି ଅଫିସ୍‌ରେ କିମ୍ବା କ୍ରୁଟ ଅଫିସ୍‌ରେ ଏମ୍‌ଡି ତଦାରଖ କରିବେ। ଯଦି ଆମ ବସ୍‌ ଟ୍ରାଫିକ ନିୟମ ଭାଙ୍ଗେ, ତା’ହେଲେ ଇ-ଚାଲାଣ କଟିବ। ତଦାରଖ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି ବୋଲି ସଚିବ କହିଛନ୍ତି। କମିଟିରେ ପରିବହନ କମିଶନର, ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ, ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ କଟକଣା

ଡେରାଡୁନ୍‌,୭ା୧: ହରିଦ୍ୱାରରେ ଥିବା ୧୦୫ଟି ଘାଟକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ସେହିପରି ହରିଦ୍ୱାର ଓ...

ପ୍ରେମ ପାଇଁ ଯୁବତୀଙ୍କୁ କାର ଭିତରେ ଦେଖାଇଲେ ବନ୍ଧୁକ

ଭୁବନେଶ୍ୱର,୭।୧ ଭୁବନେଶ୍ୱରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ। କାର ଭିତରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ସାମନ୍ତରାପୁର ଅଞ୍ଚଳରେ।...

ଛେଳି ଧରି ଚମ୍ପଟ ମାରୁଥିଲା କାର୍‌: ଗାଡିକୁ ପିଛା କରି ଧାଇଁଲେ ଲୋକେ, ତା’ପରେ…

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କାଡଶପାଟା ଏବଂ ଡଲାବାଡି ଅଞ୍ଚଳରୁ ଛେଳି ଧରି ପଳାଉଥିବା କାର୍‌କୁ ପୋଲିସ ଜବତ କରିଛି...

ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ, ୧୦ ଡିଗ୍ରୀ ତଳେ ୨୩ ସହର

ଭୁବନେଶ୍ୱର,୭ା୧: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ। ୨୩ ସହରର ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ୩୮ସହରରେ ୧୨ ଡିଗ୍ରୀ ତଳେ ତାପମାତ୍ରା ରହିଛି।...

ଦୋକାନ ସାମଗ୍ରୀ କିଣିବାକୁ ଯାଇ ଆଉ ଫେରିଲେନି ଯୁବକ, ଖୋଜାଖୋଜି କରିବା ପରେ ଗଛରୁ ମିଳିଲା…

ପାଟଣାଗଡ଼ ୭।୧ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଧାତୁକ ପଞ୍ଚାୟତ ମଲ୍ଲିକମୁଣ୍ଡା ଗ୍ରାମର ଅନତି ଦୂରରେ ରାସ୍ତା କଡର ଏକ ଗଛରୁ ଜଣେ...

ବଙ୍ଗୋପସାଗରରେ ଅବପାତ ରୂପ ନେଲା ଲଘୁଚାପ, ୨୪ ଘଣ୍ଟାରେ…

ଭୁବନେଶ୍ୱର,୭।୧: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ରୂପ ନେଇଛି। ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ...

ପୂର୍ବତନ ସମିତିସଭ୍ୟାଙ୍କ ପରଲୋକ, ରାଜନୈତିକ କ୍ୟାରିୟରରେ…

ପାଟଣା,୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ପୂର୍ବସମିତି ସଭ୍ୟା ଯଶୋଦା ସେଠୀଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟ...

୬୦ବର୍ଷରେ ପ୍ରତି ମାସରେ ମିଳିବ ୩ହଜାର ଟଙ୍କା ପେନଶନ! ଏବେଠୁ ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୭ା୧: ଭାରତରେ ଲକ୍ଷ ଲକ୍ଷ ଅସଂଗଠିତ ଶ୍ରମିକଙ୍କ ପାଇଁ, ବୃଦ୍ଧାବସ୍ଥାରେ ସବୁଠାରୁ ବଡ଼ ଚିନ୍ତା ହେଉଛି ଆର୍ଥିକ ସୁରକ୍ଷା। ନିୟମିତ ଆୟ ଏବଂ ସାମାଜିକ ସୁରକ୍ଷାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri