Posted inଜାତୀୟ

ଇନ୍ଦୋର ପାଣିରେ ବ୍ୟାକ୍ଟେରିଆ

ନୂଆଦିଲ୍ଲୀ,୩ା୧: ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ଭଗୀରଥପୁରା ଅଞ୍ଚଳରେ ଦୂଷିତ ପାଣିରୁ ଡାଇରିଆ ବ୍ୟାପି ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୪୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଭଗୀରଥପୁରାରେ ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସ୍ଥାନୀୟ ସୂଚନା ଅନୁଯାୟୀ ମୃତ୍ୟୁସଂଖ୍ୟା ୧୦ ବୋଲି ଇନ୍ଦୋର ମେୟର ପୁଷ୍ୟାମିତ୍ର ଭାର୍ଗବ କହିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ସହ ଇନ୍ଦୋର ଅତିରିକ୍ତ କମିଶନର ଏବଂ ଡ୍ୟୁଟିରେ ଥିବା ଭାରପ୍ରାପ୍ତ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଭଗୀରଥପୁରା ଫାଣ୍ଡି ନିକଟରେ ଥିବା ପାନୀୟ ଜଳ ଯୋଗାଣର ମୁଖ୍ୟ ପାଇପ୍‌ ଲାଇନ୍‌ ଏପରି ସ୍ଥାନରେ ଛିଦ୍ର ହୋଇଛି, ଯେଉଁଠି ଏକ ପାଇଖାନା ନିର୍ମାଣ ହୋଇଛି। ଏହି ଲିକ୍‌ ଯୋଗୁ ପାନୀୟ ଜଳ ଦୂଷିତ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ଦୂଷିତ ପାଣି ପିଇ ୬ ମାସର ଶିଶୁ ଅସୁସ୍ଥ ହେବା ସହ ପ୍ରାଣ ହରାଇଛି। ସହରର ବିଭିନ୍ନ ହସ୍ପିଟାଲରେ ଝାଡ଼ାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ରୋଗୀ ଭର୍ତ୍ତି ହୋଇଛନ୍ତି। ଦୂଷିତ ଜଳ ଯୋଗୁ ଡାଇରିଆ ବ୍ୟାପିଥିବା ଲାବରେଟୋରି ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଇନ୍ଦୋର ମେଡିକାଲ କଲେଜ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ, ଭଗୀରଥପୁରାରୁ ସଂଗୃହୀତ ପାନୀୟ ଜଳ ଦୂଷିତ ହୋଇଛି ଓ ଏଥିରେ ବ୍ୟାକ୍ଟେରିଆ ରହିଥିବା ଇନ୍ଦୋର ମୁଖ୍ୟ ମେଡିକାଲ ଅଫିସର ଡ. ମାଧବ ପ୍ରସାଦ ହାସନି କହିଛନ୍ତି।
ଦୂଷିତ ପାଣି ପିଇ ୧୦ ଜଣଙ୍କ ଜୀବନ ଯିବା ଘଟଣାରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳଜୀବନ ମିଶନର ପ୍ରଚାର ଚଳାଇଥିବାବେଳେ ଦୂଷିତ ଜଳଜନିତ ମୃତ୍ୟୁକୁ ନେଇ ନୀରବ ରହିଛନ୍ତି। ମୋଦି ସରକାର ଏବଂ ଭାଜପା ଦେଶବାସୀଙ୍କୁ ସ୍ବଚ୍ଛ ଜଳ କିମ୍ବା ସ୍ବଚ୍ଛ ବାୟୁ ଯୋଗାଇବାରେ ବିଫଳ ହୋଇଥିବା କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ସର୍ବେକ୍ଷଣରେ ଇନ୍ଦୋର କ୍ରମାଗତ ଭାବେ ଅଷ୍ଟମ ଥର ପାଇଁ ଦେଶର ସବୁଠୁ ସ୍ବଚ୍ଛ ସହରର ମାନ୍ୟତା ପାଇଆସିଥିବାବେଳେ ସେଠାରେ ଦୂଷିତ ପାଣି ପିଇ ଲୋକଙ୍କ ମୃତ୍ୟୁ ଘଟିବା ଲଜ୍ଜାଜନକ। ଭାଜପାର ଅକ୍ଷମତା ଯୋଗୁ ଲୋକେ ବିଶୁଦ୍ଧ ଜଳରୁ ବଞ୍ଚତ୍ତ ହୋଇଥିବା ଖାର୍ଗେ Xରେ ଲେଖିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋଲେଷ୍ଟରଲ୍‌ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ସହଜ ଉପାୟ…

ଆମ ଶରୀରରେ କୋଲେଷ୍ଟରଲ ପରିମାଣ ନିୟନ୍ତ୍ରଣରେ ରହିବା ନିହାତି ଦରକାର। ତେବେ ଏହାର ଏକ ସରଳ ତଥା ସହଜ ଉପାୟ ହାତ ପାଆନ୍ତାରେ ରହିଛି। ତାହା...

ଆଣ୍ଟିବାୟୋଟିକ୍‌ ଖାଉଥିଲେ ହୋଇଯାନ୍ତୁ ସାବଧାନ: ନଚେତ୍‌ ହୋଇପାରେ..

କେତେକ ରୋଗରୁ ଉପଶମ ପାଇବା ଲାଗି ଡାକ୍ତର ଔଷଧ ସହ ଆଣ୍ଟିବାୟୋଟିକ୍‌ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ରୋଗର କାରଣକୁ ଭଲ ଭାବରେ ତର୍ଜମା କରି ସେ...

ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଦୀପିକା

ବଲିଉଡର ସବୁଠାରୁ ପ୍ରତିଭାଶାଳୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦୀପିକା ପାଦୁକୋଣ ଅନ୍ୟତମ। ଦୀପିକି ନିଜ ଜନ୍ମଦିନ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଜଣେ ଅଭିନେତ୍ରୀ, ପ୍ରଯୋଜକ,...

ବବି ଦାସଙ୍କୁ କଡ଼ା କାଉଣ୍ଟର କଲେ ପ୍ରୀତିରଞ୍ଜନ ଘଡ଼ାଇ, କହିଲେ କୋରେଇରେ ଯେଉଁମାନେ ଥିଲେ ସମସ୍ତେ…

ଯାଜପୁର,୫ା୧: ବିଜେଡି ନେତା ବବି ଦାସଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ବବି କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷରେ ଟାର୍ଗେଟ୍‌...

ଅଭିଯୋଗ ଶୁଣାଣିକୁ ବିଳମ୍ବରେ ଆସିଲେ ଅଧିକାରୀ, ବାହାର କରିଦେଲେ ଜିଲାପାଳ

ରାୟଗଡା,୫/୨(ଆଶିଷ ରଞ୍ଜନ ପଣ୍ଡା)- ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ କିଛି ଜିଲାସ୍ତରୀୟ ଅଧିଳାରୀ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଆସିବାରୁ ଭିତରକୁ ପ୍ରବେଶ କରିବା...

ଶିକ୍ଷା ସହିତ ମନୋରଞ୍ଜନ ନିତ୍ୟାନ୍ତ ଆବଶ୍ୟକ କହିଲେ ବିଧାୟକ

ପରଜଙ୍ଗ,୫।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ପିଏମ୍‌ ଶ୍ରୀ ମହେଶ୍ଚନ୍ଦ୍ର ସୁବହୁସିଂହ ନୋଡାଲ ବିଦ୍ୟାପୀଠଠାରେ ସୋମବାର ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ପରଜଙ୍ଗ ବିଧାୟକ...

ମୁସ୍ତାଫିଜୁରଙ୍କୁ KKR ବାଦ୍ ଦେବାପରେ ପାଲଟା ପଦକ୍ଷେପ, ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୫।୧: ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାସନ୍ଦ କରାଯିବା ପରେ ବାଂଲାଦେଶ ବିଚଳିତ ଅବସ୍ଥାରେ ଅଛି। ଏହି ଘଟଣାର ପ୍ରତିକ୍ରିୟାରେ ବାଂଲାଦେଶ କ୍ରିକେଟ୍ ଅଜବ...

ଗାଁରେ ପଶି ଦଳିତଙ୍କୁ କରାଉଥିଲେ ଧର୍ମ ପରିବର୍ତ୍ତନ : ପହଞ୍ଚିଗଲେ ଲୋକେ, ପରେ..

ପରଜଙ୍ଗ, ୫।୧ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ପଞ୍ଚାୟତର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦଳିତ ବସ୍ତି ମଧ୍ୟରେ ଜଣେ ବ୍ୟକ୍ତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri