ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଦଳ ଭିତରେ ଅପମାନିତ ଏବଂ ଅବମାନିତ ଅନୁଭବ କରି ଦଳ ଛାଡିଛି ବୋଲି ସେ ବୟାନ ଦେଇଥିଲେ । ଏହାରି ଭିତରେ ଆଜି ପୁଣି ଥରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଦେବାଶିଷ ।
ଭାଜପାରେ ସାମିଲ ହୋଇ ଭୁବନେଶ୍ବର ଫେରିବା ପରେ ଦେବାଶିଷ କହିଛନ୍ତି ଯେ, ଆଗକୁ ଦେଖନ୍ତୁ ବିଜେଡିର ଅବସ୍ଥା କଣ ହେଉଛି । ବାହାଦୁରୀ ମାରୁନି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମିଳିଲେ ପୁଣିଥରେ ରାଜ୍ୟ ସଭା ଯିବି ବୋଲି କହିଛନ୍ତି ।

