ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସିନ୍ଧବା ଗ୍ରାମର ଶିବା ଓରଫ ଶିବ ଶଙ୍କର ଗୌଡ଼(୨୨) ଏବଂ ତାଙ୍କ ସମ୍ପର୍କୀୟ ଚିକୁନ୍ ଗୌଡ଼(୨୫) ଙ୍କୁ ତଦନ୍ତକାରୀ ଅଧିକାରୀ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୧/୨୬ ଦଫା -୧୦୩(୧)/୩(୫) ଭାରତୀୟ ନ୍ୟାୟ ସଂହିତା  ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।

ସନିଆଙ୍କ ନାବାଳିକା ନାତୁଣୀ(୧୬) ଗତ ମଙ୍ଗଳବାର ରାତିରେ ତାଙ୍କ ଛେଳି ଗୁହାଳରେ କାମ କରୁଥିବା ବେଳେ ଶିବ ସେଠାରେ ପହଞ୍ଚି ତାଙ୍କୁ ଟେକିନେଇ ଗୁହାଳ ଘର ଭିତରେ ଜବରଦସ୍ତ ବଳାତ୍କାର କରିଥିଲେ। ଗୁରୁବାର ସକାଳେ ସନିଆ , ତାଙ୍କ ପୁଅ ବିଚିତ୍ର ଗୌଡ଼ ଏବଂ ତାଙ୍କ ଗ୍ରାମର ଶତ୍ରୁଘ୍ନ ଗୌଡ଼ ଘର ସାମ୍ନାରେ ବଳାତ୍କାର ଘଟଣା ସମ୍ପର୍କରେ କଥା ହେଉଥିବା ବେଳେ ପଡୋଶୀ ଶିବ ସେମାନଙ୍କ କଥା ଶୁଣି ସମ୍ପର୍କୀୟ ଚିକୁନ୍ ସହ ସେଠାରେ ପହଞ୍ଚି ସନିଆଙ୍କ ସହ ପ୍ରବଳ ଯୁକ୍ତିତର୍କ  କରିଥିଲେ। ପ୍ରତିବାଦ କରିବାରୁ ଶିବ ସେଠାରେ ପଡ଼ିଥିବା ଏକ  କାଠଖଣ୍ଡ ସହାୟତାରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ଚିକୁନ୍ ସନିଆଙ୍କୁ ମୁଥ ମାରିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ଚେତାଶୂନ୍ୟ ହୋଇ ପଡ଼ିଯାଇଥଲେ। ଗୁରୁତର ସନିଆଙ୍କୁ ପରିବାର ଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସନିଆଙ୍କ ପୁଅ ବିଚିତ୍ର ଏତଲା ଦେବାପରେ ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ରକ୍ତଭିଜା ମାଟି, ମୃତ ସନିଆଙ୍କ ଲୁଗା, ଅଭିଯୁକ୍ତ ଦ୍ବୟଙ୍କ ପୋଷାକ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ  କାଠଖଣ୍ଡ ଜବତ କରିଥିଲେ। ପରେ ଅଭିଯୁକ୍ତ ଦ୍ବୟଙ୍କ ଘରେ ଚଢ଼ାଉ କରି ଉଭୟଙ୍କୁ ଧରି ଥାନାକୁ ଉଠାଇ ନେଇଥିଲେ। ପଚରା ଉଚୁରା ପରେ ଉଭୟ ନିଜ ନିଜର ଦୋଷ ସ୍ବୀକାର କରିଥିବା ଆଇଆଇସି କହିଛନ୍ତି।

ଅପରପକ୍ଷରେ ବଳାତ୍କାର ପୀଡ଼ିତା ଶୁକ୍ରବାର ଥାନାରେ ପହଞ୍ଚି ଅଭିଯୁକ୍ତ ଶିବଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨/୨୬ ଦଫା – ୬୫(୧)/୩(୫) ଭାରତୀୟ ନ୍ୟାୟ ସଂହିତା ଏବଂ ପୋକସ ଆଇନର ଧାରା – ୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ତଦନ୍ତକାରୀ ଅଧିକାରୀ ଚିକିଟି ଫାଣ୍ଡି ଏସ.ଆଇ ଗୌତମ ସାହୁ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି। ଶନିବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ

ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri