ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ ପିଆଇ ମାରିଦେବା ଅଭିଯୋଗ କରି ପରିବାର ଲୋକେ ଦର୍ପନାରାୟଣପୁର ଫାଣ୍ଡିକୁ ଅଭିଯୋଗ କରିବାକୁ ଗୁରୁବାର ଆସିଥିଲେ। ତେବେ ପୋଲିସ ଏତଲା ନ ରଖିବାରୁ ମହିଳାମାନେ ଉତ୍ତେଜିତ ହୋଇ ଫାଣ୍ଡି ସମ୍ମୁଖରେ ଧାରଣା ଦେଇଥିଲେ। ପରେ ରଣପୁର ଥାନା ଆଇଆଇସି ଆସି ଏତଲା ଗ୍ରହଣ କରିଥିଲେ। ତେବେ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଧାରଣା ଚାଲୁ ରହିଛି।

ପ୍ରକାଶଯେ, ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଖତିଆ ଗଁାର ବିପିନ ନୟାଗଡ଼ ସଦର ଥାନା ଜୟମଙ୍ଗଳପ୍ରସାଦ ଆଟିକାପୋଡି ଗଁାର ବର୍ଷା(୨୧)ଙ୍କୁ ୯ ମାସ ତଳେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ବର୍ଷା ଛୋଟ ଛୋଟ କଥାକୁ ନେଇ ଗଣ୍ଡଗୋଳ କରୁଥିଲେ। ଏନେଇ ଝଗଡ଼ା ଲାଗି ରହିଥିଲା। ପରେ ବର୍ଷା ତାଙ୍କ ବାପଘରକୁ ଚାଲିଯାଇଥିଲେ। ଗତ ୩୦ ତାରିଖରେ ବିପିନ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବିପିନଙ୍କୁ ଶ୍ୱଶୁର ଘର ଲୋକେ ଜବରଦସ୍ତ ବିଷ ପିଆଇ ଦେଇଥିଲେ। ସେ ଗୁରୁତର ହୋଇପଡିବାରୁ ତାଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ବର୍ଷାଙ୍କ ପରିବାର ଲୋକେ ବିପିନଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କ ପରିବାର ଲୋକେ ଚିକିତ୍ସାଳୟକୁ ଆସିବା ପରେ ଶ୍ୱଶୁର ଘର ଲୋକ ସେଠାରୁ ଫେରାର ହୋଇଯାଇଥିଲେ। ବିପିନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି।

ଚିକିତ୍ସିତ ହେଉଥିବା ବେଳେ ବିପିନଙ୍କୁ କିପରି ଶ୍ୱଶୁର ଘର ଲୋକମାନେ ବିଷ ପିଆଇ ମାରିବାକୁ ଉଦ୍ୟମ କରିଛନ୍ତି, ତାର ଭିଡିଓ ଭାଇରାଲ ହୋଇଛି। ମୃତ୍ୟୁ ପୂର୍ବରୁ ବିପିନ ୧ ମିନିଟ୍‌ ୪୮ ସେକେଣ୍ଡର ଭିଡିଓରେ କହୁଛନ୍ତି, ମୋ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକ ୮ ଦିନ ହେଲା ମୋ ସହ କଥା ହେଉ ନ ଥିଲେ। କଥା ହେବା ପାଇଁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ମୋତେ ମାଗିଥିଲେ। ମୁଁ ୫୦ ହଜାର ଟଙ୍କା ନେଇ ଶ୍ୱଶୁର ଘରକୁ ଯାଇଥିଲି। ଶ୍ୱଶୁର, ଧରମ ଶ୍ୱଶୁର ଓ ଅନ୍ୟ ଜଣେ ମୋତେ ମାରପିଟ୍‌ ପରେ ଥଣ୍ଡାରେ ବିଷ ମିଶାଇ ପିଆଇଲେ। ପରେ ମୋ ବାପାଙ୍କୁ ଫୋନକରି ତୁମ ପୁଅ ବିଷ ପିଇଛି ବୋଲି କହିଥିଲେ ବୋଲି ଏକ ଭିଡିଓ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

ଜୟଶଙ୍କରଙ୍କ ବଡ଼ ବୟାନ: କହିଲେ ଆମ ପଡ଼ୋଶୀମାନେ ଭଲ ନୁହନ୍ତି, ଭାରତ କାହାକୁ ତା’ର…

ନୂଆଦିଲ୍ଲୀ,୨ା୧: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ଏକ ବଡ଼ ଚେତାବନୀ ଦେଇଛନ୍ତି। ଆଇଆଇଟି ମାଡ୍ରାସର ଛାତ୍ରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଯଦି...

ହାଇ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ...

ପାକିସ୍ତାନ ହୋଇଯିବ ମାଲାମାଲ: ବିଶାଳ ଭଣ୍ଡାର ମିଳିବା ପରେ ଖୁସିରେ ଗଦଗଦ ହେଲେ ଶେହବାଜ ଶରିଫ

ଇସଲାମାବାଦ୍‌,୨।୧: ପାକିସ୍ତାନ ଖାଇବର ପଖତୁନଖୱା ପ୍ରଦେଶରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ନୂତନ ଭଣ୍ଡାର ଆବିଷ୍କାର କରିଥିବା ଦାବି କରିଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ...

ଗିଗ୍ ୱର୍କର୍ସଙ୍କ ପାଇଁ ଖୁସି ଖବର: କେନ୍ଦ୍ର ସରକାର ଆଣିଲେ ସୁରକ୍ଷା ନିୟମ

ନୂଆଦିଲ୍ଲୀ,୨।୧: ସ୍ୱଳ୍ପକାଳୀନ କିମ୍ବା ଚୁକ୍ତିଭିତ୍ତିକ କାର୍ଯ୍ୟ କରୁଥିବା ‘ଗିଗ୍ ୱର୍କର୍ସ’ ମାନଙ୍କ ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି।...

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖୋଲିଲା ମଣ୍ଡି: ପ୍ରଥମ ଦିନରେ ଧାନ ଦେଲେ ଏତିକି ଚାଷୀ

ପାଟଣା,୨।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ରାଜ୍ୟ ଯୋଗାଣ ନିଗମ ତରଫରୁ ଧାନ ମଣ୍ଡି ଖୋଲିଛି। ପ୍ରଥମ ଦିନରେ ପାଟଣା...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri