ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା ସତ୍ତ୍ୱେ ପରିବର୍ତ୍ତର ସନ୍ଧିକ୍ଷଣ ପ୍ରାଣରେ ଭରିଦିଏ ଏକ ଉଲ୍ଲାସମୟ ଶିହରଣ। କାରଣ ଜୀବନର ପ୍ରାୟତଃ ସବୁ କ୍ଷେତ୍ରରେ ନୂଆ ପ୍ରତି ଥାଏ ଏକ ବିଶେଷ ଉନ୍ମାଦନା। ବର୍ଷ ହେଉ କି ବୟସ, ନୂଆ ସର୍ୱଦା ପ୍ରାଣରେ ଭରିଦିଏ ହର୍ଷ, ଉଲ୍ଲାସ ଓ ଆହ୍ଲାଦ। ତାକୁ ସ୍ୱାଗତ କରିବା ପାଇଁ ବ୍ୟାକୁଳ ହୁଏ ମନ।
ଅନ୍ତର୍ଜାତୀୟ ନୂଆବର୍ଷ ବ୍ୟତୀତ ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ସମୟରେ ପାଳନ ହୁଏ ନିଜସ୍ୱ ନୂଆବର୍ଷ। କାରଣ ସମୟ ଗଣନା ପଦ୍ଧତିରେ ରହିଛି ଭିନ୍ନତା। ଏହି କାରଣରୁ ଗ୍ରୀକ, ମିଶର ମେସୋପଟାମିଆ, ବେବିଲୋନ, ସୁମେରିଆନ ଓ ଭାରତୀୟ ସଭ୍ୟତାରେ ଘଡ଼ି ଓ କ୍ୟାଲେଣ୍ଡରରେ ରହିଛି ଅନେକ ଭିନ୍ନତା। ଇତିହାସ କହେ ପାଶ୍ଚାତ୍ୟ କାଳଗଣନା ପ୍ରଥମେ ରୋମରେ ଆରମ୍ଭ ହୋଇଥିଲା ଏବଂ ସେତେବେଳେ ସେଠାକାର ବିଦ୍ୱାନ୍‌ମାନଙ୍କ ସିଦ୍ଧାନ୍ତ ଅନୁସାରେ ବର୍ଷକ ଥିଲା ୩୦୪ ଦିନ। ପରବର୍ତ୍ତୀ ସମୟରେ ପୋପ୍‌ ଗ୍ରେଗେରୀ ଜୁଲିଅସ (୧୩ତମ)ଙ୍କ ସମୟରେ ସେଥିରେ ଥିବା ତ୍ରୁଟି ସଂଶୋଧିତ ହୋଇ ପ୍ରକାଶ ପାଇଲା ଗ୍ରେଗେରିଆନ କ୍ୟାଲେଣ୍ଡର। ପୃଥିବୀ ସୂର୍ଯ୍ୟକୁ ଥରେ ପ୍ରଦକ୍ଷଣ କରିବା ପାଇଁ ୩୬୦ ଦିନ ସମୟ ନିଏ ବୋଲି ଏହି କ୍ୟାଲେଣ୍ଡର କହିଲା, ଯାହା ଭାରତୀୟ କାଳଗଣନା ଅନୁଯାୟୀ ତ୍ରୁଟିଯୁକ୍ତ। ଭାରତୀୟ ଜ୍ୟୋତିର୍ୱିଜ୍ଞାନର ପ୍ରାଚୀନ ଗ୍ରନ୍ଥ ‘ସୂର୍ଯ୍ୟ ସିଦ୍ଧାନ୍ତ’ ଅନୁସାରେ ବର୍ଷକ ୩୬୦ ଦିନ ନୁହେଁ, ୩୬୫ ଦିନ ୧୫ ଘଣ୍ଟା ୩୧ ବିପଲ। ଗ୍ରେଗେରିଆନ କ୍ୟାଲେଣ୍ଡରରେ ତିଥି ଓ ମାସର କ୍ଷୟ ବୃଦ୍ଧି ନାହିଁ, ଯାହା ରହିଛି ଭାରତୀୟ କାଳ ଗଣନାରେ। ଏଥିରୁ ବୁଝିବାକୁ ହେବ ଯେ ପାଶ୍ଚାତ୍ୟ ତୁଳନାରେ ଭାରତୀୟ କାଳଗଣନା ପଦ୍ଧତି ଅଧିକ ସୂକ୍ଷ୍ମ ଓ ତ୍ରୁଟିଶୂନ୍ୟ। ଭାରତୀୟ ପରମ୍ପରାରେ ମେଷ ସଂକ୍ରାନ୍ତି (ବିଷୁବ ସଂକ୍ରାନ୍ତି)ରୁ ଆରମ୍ଭ ହୁଏ ନୂଆବର୍ଷ। ମାତ୍ର ବୈଶ୍ୱିକ ସମ୍ପର୍କ ଆଧାରରେ ପାଶ୍ଚାତ୍ୟ କାଳଗଣନା ସହିତ ସବୁଦେଶ ଅଭ୍ୟସ୍ତ ହୋଇଥିବାରୁ ଜାନୁଆରୀ ପହିଲାରେ ପାଳନ ହେଉଛି ନୂଆବର୍ଷ। ସମଗ୍ର ବିଶ୍ୱ ଏହାକୁ ପାଳନ କରୁଥିବାରୁ ଆମେ ମଧ୍ୟ ପାଳନ କରୁଛୁ ଖୁବ୍‌ ଉତ୍ସାହ ଓ ଉଦ୍ଦୀପନାର ସହ। ଏଭଳି ଅନୁକରଣ ଦ୍ୱାରା ହିଁ ପଲ୍ଲବିତ ଓ ପୁଷ୍ପିତ ହୁଏ ସଂସ୍କୃତି। ମାତ୍ର କୌଣସି ବାହ୍ୟ ସଂସ୍କୃତି ଭାରିପଡ଼ିବା କାରଣରୁ ଯଦି ତାକୁ ବଦଳେଇବାକୁ ଚେଷ୍ଟା କରାଯାଏ, ତେବେ ବିଳପିଉଠେ ଜାତିର ସାଂସ୍କୃତିକ ଆତ୍ମା। ଇଂଲିଶ ନୂଆବର୍ଷ ପାଳନ କରିବାର ମାତ୍ରାଧିକ ମୋହ ଯୋଗୁ ଏବେ ବିକୃତାୟନର ସମ୍ମୁଖୀନ ହେଉଛି ଓଡ଼ିଆ ସଂସ୍କୃତି।
ଇଂଲିଶ ନୂଆବର୍ଷ ପାଳନ କରିବାର ଉଦ୍ଦେଶ୍ୟ ଏହା ଥିଲା ଯେ ଝରକା ଦେଇ ଆମ ଘର ଭିତରକୁ ପାଶ୍ଚାତ୍ୟ ସଂସ୍କୃତିର ମଳୟ ପ୍ରବେଶ କରୁ ଏବଂ ଏଠାରେ ମିଳନ ହେଉ ବିଭିନ୍ନ ସଭ୍ୟତା ଓ ସଂସ୍କୃତିର। ଏହି ଅନୁକରଣ ମାଧ୍ୟମରେ ଆସିଥିଲେ ଆସିପାରିଥାନ୍ତା ଅନେକ ମୂଲ୍ୟବାନ୍‌ ସାଂସ୍କୃତିକ ବିଭବ। କହିବାର କଥା ଥାଇଲାଣ୍ଡରେ ଅସହାୟଙ୍କୁ ଭୋଜନ ସହିତ ନୂତନ ବସ୍ତ୍ର ଦାନକରିବା ନୂଆବର୍ଷର ପରମ୍ପରା। ନୂଆବର୍ଷରେ ବ୍ରାଜିଲବାସୀ ରଙ୍ଗିନ ପୋଷାକ ବଦଳରେ ସାଦା ପୋଷାକ ପିନ୍ଧନ୍ତି, ଯାହା ଶୁଦ୍ଧତା ଓ ସରଳତାର ପ୍ରତୀକ। ନୂଆବର୍ଷ ଦିନ ସ୍ପେନ୍‌ରେ ପାଳନ ହୁଏ ୧୨ ଅଙ୍ଗୁର ଉତ୍ସବ। ସେଠାରେ ଲୋକେ ସେଦିନ ୧୨ଟି ଲେଖା ଅଙ୍ଗୁର ଖାଆନ୍ତି ଏବଂ ପ୍ରତିଟି ଅଙ୍ଗୁର ସହିତ ଥାଏ ଗୋଟିଏ ସଙ୍କଳ୍ପ ନେବାର ବିଧି। ସେହି ପ୍ରତିବଦ୍ଧତା ନେଇ ସେମାନେ କାମ କରନ୍ତି ବର୍ଷ ତମାମ। ରୋମ ଭଳି କେତେକ ଦେଶରେ ଆଡ଼ମ୍ୱରପୂର୍ଣ୍ଣ ଭାବରେ ନବବର୍ଷ ପାଳନ କରିବା ଏକ ଅପରାଧ। ଅଥଚ ଆମେ ଏଠି ଇଂଲିଶ ନୂଆବର୍ଷକୁ ସ୍ୱାଗତ କରୁଛୁ ମହା ଆଡ଼ମ୍ୱରରେ ଜିରୋନାଇଟ୍‌ ସେଲିବ୍ରେଶନରେ ଖର୍ଚ୍ଚ କରୁଛୁ ଆଖିବୁଜା ଟଙ୍କା।
ଇଂଲିଶ ନୂଆବର୍ଷରେ ଋତୁ ପରିବର୍ତ୍ତନ ହୁଏ ନାହିଁ କି ବଦଳେ ନାହିଁ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି। କେବଳ କ୍ୟାଲେଣ୍ଡର ଓ ଡାଏରି ବଦଳେ ଏବଂ ହ୍ୱାଟ୍ସଆପ୍‌, ଫେସ୍‌ବୁକ, ଟୁଇଟର ଓ ଏସ୍‌ଏମ୍‌ଏସ୍‌ ଆଦି ଜରିଆରେ ଚାଲେ ପରସ୍ପରକୁ ଅଭିନନ୍ଦନ ଜଣାଇବାର ଔପଚାରିକତା। କିଏ ସାଙ୍ଗସାଥୀ ମେଳରେ ବଣଭୋଜି କରେ ତ ଆଉ କିଏ ଫୁଲତୋଡ଼ା ଧରି ନେତା, ମନ୍ତ୍ରୀ ଓ ହାକିମଙ୍କ ଘର ଆଗରେ ଧାଡ଼ିବାନ୍ଧେ ଟିକେ ଅନୁକମ୍ପା ପାଇଁ।
ଅନ୍ୟପକ୍ଷରେ ଓଡ଼ିଆ ନୂଆବର୍ଷରେ ଥାଏ ଏକ ପାରିବେଶିକ ପ୍ରଭାବ ଓ ଆଧ୍ୟାତ୍ମିକ ମହକ। ସୌରବୃତ୍ତର ପ୍ରଥମ ବିନ୍ଦୁରେ ସୂର୍ଯ୍ୟଙ୍କର ସ୍ଥିତି ହିଁ ମହାବିଷୁବ ସଂକ୍ରାନ୍ତିର ପୁଣ୍ୟ ମୁହୂର୍ତ୍ତ। ସେଦିନ ଚଉରାମୂଳେ ଦୀପଜାଳି ବୃନ୍ଦାବତୀଙ୍କ ପାଖରେ ଅର୍ପଣ କରାଯାଏ ସୁଆଦିଆ ପଣା। ମନ୍ଦିରରେ ପାଞ୍ଜି ଗଣନା ହେବା ସହିତ ଘିଅ, ଦୀପ, ଧୂପ ଓ ଝୁଣାର ମହକରେ ସୃଷ୍ଟିହୁଏ ଭକ୍ତିମୟ ପରିବେଶ। ଅସହାୟଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତି ଅନେକ ଧର୍ମପ୍ରାଣ ଲୋକ। ଓଡ଼ିଆ ନୂଆବର୍ଷରୁ ଆରମ୍ଭ ହୁଏ ଆର୍ଥିକ ବର୍ଷ ଓ ପିଲାଙ୍କ ପାଠପଢ଼ା। ଇଂଲିଶ କ୍ୟାଲେଣ୍ଡର ଅନୁସାରେ ସିନା ସରକାରୀ କାମହୁଏ ଓ ଚାକିରିଆ ଦରମା ନିଅନ୍ତି, ହେଲେ ଓଡ଼ିଆ ପାଞ୍ଜି ଅନୁସାରେ ପାଳନହୁଏ ପର୍ୱପର୍ୱାଣି।
ପ୍ରତ୍ୟେକ ଉତ୍ସବ ପାଳନର ଲକ୍ଷ୍ୟ ଆନନ୍ଦ ପ୍ରତି ଅଭିପ୍ରେତ। ତାହା ହିଁ ଅସଲ ଆନନ୍ଦ, ଯାହା ଅନ୍ତରକୁ ଭିଜେଇ ଦିଏ ଏବଂ ହୃଦୟରୁ ହୃଦୟକୁ ସଞ୍ଚରିଯାଏ ଆହ୍ଲାଦପଣ। ଆନନ୍ଦର ଭାଷା କେବେ ହିଂସାର ନୁହେଁ କି ପ୍ରଦୂଷଣର ନୁହେଁ, ତାହା ସ୍ନେହ, ପ୍ରେମ ଓ ଆତ୍ମୀୟତାର। ଓଡ଼ିଆ ନୂଆବର୍ଷରେ ନ ଥାଏ ମଦ ମାଂସର ବନ୍ୟା। ଥାଏ କେବଳ ଭଲପାଇବା ଓ ଭାଇଚାରା। ଅନ୍ୟପକ୍ଷରେ ଇଂଲିଶ ନୂଆବର୍ଷରେ ଆମର ଆନନ୍ଦ ପାଇଁ ବଳିପଡ଼ନ୍ତି ଶହଶହ କୁକୁଡ଼ା ଓ ଛେଳି। ନୂଆବର୍ଷର ନୂଆ ସକାଳରେ ମଙ୍ଗଳ ଆଳତି ପରିବର୍ତ୍ତେ ପରିବେଶକୁ ଦୂଷିତ କରେ ହାଣମୁହଁକୁ ଯାଉଥିବା ଅସୁମାରି ପଶୁପକ୍ଷୀଙ୍କ ଆର୍ତ୍ତଚିତ୍କାର। ସେମାନଙ୍କୁ ହତ୍ୟାକରି ଆମେ ଯେଉଁ ଆନନ୍ଦ ଲାଭକରୁ ତାହା ବିମଳ ଆନନ୍ଦ ନୁହେଁ, ବୀଭତ୍ସ ଆନନ୍ଦ। ନିଷ୍ଠୁରତାର ଏକ ପ୍ରମତ୍ତପଣ।
ନୂଆବର୍ଷ ନୂଆ କିଛି କରିବା ନିମନ୍ତେ ଶୁଭ ସଙ୍କଳ୍ପର କ୍ଷଣ। ବଦଗୁଣ ପରିତ୍ୟାଗ ନିମନ୍ତେ ପ୍ରତିବଦ୍ଧତାର ସମୟ। ସମୟର କାଳଖଣ୍ଡରେ ଏମିତି ସଙ୍କଳ୍ପ ନେବାର ହିଁ ପରିବର୍ତ୍ତନର ବାର୍ତ୍ତାବହ। କାରଣ ସାଧାରଣ ସଙ୍କଳ୍ପଟିଏ ତିଆରି କରିପାରେ ଅସାମାନ୍ୟ ଉଦାହରଣ। ଗତକାଲିର ସ୍ୱପ୍ନ ପାଲଟି ଯାଇପାରେ ଆସନ୍ତାକାଲିର ସମ୍ଭାବନା। ମାତ୍ର ଆମର ଏଠି ନୂଆବର୍ଷରେ ଯେଉଁ ସଙ୍କଳ୍ପ ନିଆଯାଏ, ତାକୁ କାର୍ଯ୍ୟକାରୀ କରିବାକୁ ନ ଥାଏ କାହାରି ପ୍ରତିବଦ୍ଧତା। ତେଣୁ ବର୍ଷାନ୍ତର କେବଳ ସଙ୍କଳ୍ପ ନେବାର ଏକ ‘କା’ ମାତ୍ର।
ଅବସରପ୍ରାପ୍ତ ଅଧ୍ୟକ୍ଷ, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri