ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ ଆୟୋଜନ ଓ ସମ୍ବଲପୁରୀ ସାହିତ୍ୟ ପରିଷଦର ଆହ୍ବାନ କ୍ରମେ, ଭାଷା ଗବେଷକ ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଗୁରୁ ଭାଗବତ ପ୍ରଧାନ ଉଦ୍‌ଘାଟନ କରିଥିଲେ । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି, ଉତ୍ତରପ୍ରଦେଶ ରାଏବରେଲିର ପରିଚିତ ଖବରଦାତା ଗୌରବ ଅୱସ୍ଥି ଓ ବିନୋଦ ଶୁକ୍ଲା, ଦିଲ୍ଲୀ ସଂଯୁକ୍ତ କିସାନ ମୋର୍ଚ୍ଚାର ଅଫଲାତୁନ, ଔପନ୍ୟାସିକ ଧନପତି ମହାପାତ୍ର, ଅବସରପ୍ରାପ୍ତ ସେନା ଅଧିକାରୀ ନିର୍ମଳ ଦେହେରୀ, ଚାଷୀନେତା ରମେଶ ମହାପାତ୍ର, ସଂଗଠକ ନରେନ୍ଦ୍ର ମହାନ୍ତି, ପ୍ରଦୀପ ସାହୁ ଓ ଦିଲ୍ଲୀପ କୁମାର ଦେବତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସେବା ଭାବନାରେ ସହଭାଗୀ ହେବାପାଇ ଇଚ୍ଛା ପ୍ରକାଶ କରି ସାଂସଦ ପ୍ରଦୀପ ପୁରୋହିତ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଦିବଂଗତ କବି ପୀତାମ୍ବର ଗୁରୁ, ଅଟଳ ବିହାରୀ ପଣ୍ଡା, ବାଳକୃଷ୍ଣ ଦାଶ ଓ ବିନୋଦ ପଶାୟତଙ୍କ କୃତି ସମ୍ପର୍କରେ ଆଲୋଚନା ଓ ଶ୍ରଦ୍ଧାସୁମନ ଅର୍ପଣ ସହିତ ଉପସ୍ଥିତ ଥିବା କବି ସରୋଜ ଆଚାର୍ଯ୍ୟ ଓ ସଂଗୀତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେବା ସମ୍ମାନରେ ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମର ପରିଚାଳକ ଜଳନ୍ଧର ପଟେଲ ଓ ଭାଷାର ଧରସା ସମ୍ମାନରେ ଘାଏ ଦେଖତ କଳାପଟା, ଗାଇସିଲଟର ପରିଚାଳକ ବୈରାଗୀ ସାହୁ ଓ ନୀଳମଣି ଭୋଇଙ୍କୁ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ସୁକୁମାର ଭୋଇ,କବି ସାଗରୀକା ସାହୁ ଓ ଗଣେଶ ପଧାନଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସଂଗଠକ ସୁରେଶ ଚନ୍ଦ୍ର ଭୋଇ ସମାବେଶର ଉଦ୍ଦେଶ୍ୟ ଜ୍ଞାପନ,ଅଧ୍ୟାପକ ସୁବାସ ଭୁଏ ସ୍ବାଗତ,କଥାକାର ତେଜରୁ ବାରିକ ଅତିଥି ପରିଚୟ, ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ ସଂଯୋଜନା କରିଥିବା ବେଳେ କବି ଲଳିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ନିଜସ୍ବ ତତ୍ତ୍ୱାବଧାନରେ ସମସ୍ତ ବ୍ୟବସ୍ଥା କରିଥିବା ଦୁତିକା ପ୍ରଧାନ ଓ ସାମନ୍ତ ପ୍ରଧାନଙ୍କଠାରେ କୃତଜ୍ଞତା ପ୍ରକାଶ କରିଥିଲେ । କବି ଗୌରଚରଣ ପ୍ରଧାନଙ୍କ ସଭାପତିତ୍ୱ ଓ ଡ. ନାରାୟଣ ଭୋଇଙ୍କ ସଂଯୋଜନାରେରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ କବି ସମ୍ମିଳନୀରେ ଅତିଥି ଭାବେ ବଳଦେବ ଦୀକ୍ଷିତ, ଅଶୋକ ପୁଜାହାରୀ,ଅର୍ଜୁନ ମେହେର, ଶିବଶଙ୍କର ପ୍ରଧାନ,ରଞ୍ଜନ ପଣ୍ଡା, ନୀତିଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ରାଜେଶ କାରିଆ, ରୁକ୍ମଣ ବିଶ୍ୱାଳ ଓ ମନୋରଞ୍ଜନ ଲୁହା ଯୋଗ ଦେଇଥିଲେ । ଏହି ଅଧିବେଶନରେ କବି ସୁଶାନ୍ତ ଭୋଇ,ଗୋବିନ୍ଦ ମେହେର,କମଳ ଲୋଚନ ପଣ୍ଡା, ଅହଲ୍ୟା ପ୍ରଧାନ, ସାବିତ୍ରୀ ମେହେର,ପୁଷ୍ପାଞ୍ଜଳି ପଣ୍ଡା, ଦୁର୍ବାଦଳ ମେହେର,ଜଟାଧାରୀ ପ୍ରଧାନ, ଅନନ୍ତ ମେହେର, ଲକ୍ଷ୍ମଣ ମଲ୍ଲିକ, ମୋହନ ମହାନନ୍ଦ,ମଣ୍ଟୁ ପ୍ରଧାନ, ରୋହିତ ମେହେର,ଅଶ୍ୱିନୀ ସାହୁ,ଦିଲେଶ ମେହେର, ମକରଧ୍ୱଜ ସାହୁ, ଯୁବରାଜ ଦୀପ, ପ୍ରହଲ୍ଲାଦ ସେଠ, ମହେନ୍ଦ୍ର ସେଠ, ଜଗନ୍ନାଥ ମେହେର,ଗୋପାଳ ଭେସ୍ରା, କିଶୋର ପାତ୍ର, ଦୁର୍ଲଭ ଗଡ଼ତିଆ, ସୁଦାମା ଠେଠୁଆର, ସଦାନନ୍ଦ ମେହେର, ସୁବାସ ମେହେର,ସୁରେନ ମେହେର, ପିଙ୍କୁ ରାନବିଡା,ଯୋଗେଶ୍ୱର ତାଣ୍ଡି ପ୍ରମୁଖ କବିତା ପାଠ କରିଥିଲେ।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri