Posted inଖେଳ

ଧାଓ୍ବନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ-ଏ ପରାସ୍ତ

ଥିରୁଭାନନ୍ତପୁରମ, ୫।୯ (ପି.ଟି.)- ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ୪ର୍ଥ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ବରିଷ୍ଠ ଓପନର୍‌ ଶିଖର ଧାଓ୍ବନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ-ଏ ଦଳ ଭିଜେଡି ପଦ୍ଧତି ୪ ରନରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ନିକଟରୁ ପରାସ୍ତ ହୋଇଛି। ସିରିଜରେ ଘରୋଇ ଭାରତ-ଏ’ର ଏହା ପ୍ରଥମ ପରାଜୟ ଥିଲା। ଏହି ପରାଜୟ ସତ୍ତ୍ୱେ ଭାରତ-ଏ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୩-୧ରେ ଅଗ୍ରଣୀ ରହିଛି। ସିରିଜର ଅନ୍ତିମ ତଥା ୫ମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ।
ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍‌ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା-ଏ ଦଳ ୨୨ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ୧୨୨ ରନ କରିଥିଲା। ଏହି ସମୟରେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବାରୁ ଏହାକୁ ୨୫ ଓଭରକୁ କମାଇ ଦିଆଯାଇଥିଲା। ବର୍ଷା ଛାଡ଼ିବା ପରେ ଦକ୍ଷିଣ ଆଫ୍ରିକା-ଏ ୨୫ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ୧୩୭ ରନ କରିଥିଲା। ଏହାପରେ ଭିଜେଡି ପଦ୍ଧିତିରେ ଭାରତ-ଏ ସମ୍ମୁଖରେ ୨୫ ଓଭରରେ ୧୯୩ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଭାରତ-ଏ ୭.୪ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ୫୬ ରନ କରିଥିବାବେଳେ ପୁଣିଥରେ ବର୍ଷା ହେବାରୁ ଏହାକୁ ରିଜର୍ଭ ଦିବସ ଅର୍ଥାତ୍‌ ଗୁରୁବାରକୁ ଘୁଞ୍ଚାଇ ଦିଆଯାଇଥିଲା। ଗୁରୁବାର ଏହି ଅସମାପ୍ତ ଇନିଂସରୁ ବ୍ୟାଟିଂ ଆରମ୍ଭ କରି ଭାରତ-ଏ ନିର୍ଦ୍ଧାରିତ ୨୫ ଓଭରରେ ୯ ଉଇକେଟ୍‌ ହରାଇ ୧୮୮ ରନ କରିବା ସହ ୪ ରନରେ ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ଅଭିଜ୍ଞ ଓପନର୍‌ ଧାଓ୍ବନ ୪୩ ବଲରୁ ୮ ଚୌକା ସହାୟତାରେ ସର୍ବାଧିକ ୫୨ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଭମ ଦୁବେ ୩୧, ଅଧିନାୟକ ଶ୍ରେୟାସ ଆୟାର ୨୬ ଓ ପ୍ରଶାନ୍ତ ଚୋପ୍ରା ୨୬ ରନ କରିଥିଲେ। ବିଜୟୀ ଦଳ ପକ୍ଷରୁ ଏନ୍‌ରିଚ୍‌ ନର୍ଟେଜ ଓ ମାର୍କୋ ଜନସନ ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡକ୍‌ଓ୍ବର୍ଥ ଲୁଇସ୍‌ ପଦ୍ଧତି ଭଳି ଭାରତର ଘରୋଇ କ୍ରିକେଟ୍‌ରେ ଭିଜେଡି ପଦ୍ଧତି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ବ୍ୟବହାର କରାଯାଇଥିଲା। ଭାରତୀୟ ଇଞ୍ଜିନିୟର ଭି. ଜୟଦେବନ ଏହାକୁ ଆବିଷ୍କାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri