ଶ୍ରୀଲିଙ୍ଗରାଜଙ୍କ ଜମିରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପ୍ରସଙ୍ଗ: ୩୫ ଘଣ୍ଟା ଉପବାସ ରହିଲେ ଶ୍ରୀଜୀଉ

ପୁରୁଣା ଭୁବନେଶ୍ୱର, ୫।୯ (ଡି.ଏନ.ଏ.): ନୂଆଗଁ। ମୌଜାରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ପକ୍ଷରୁ ବେଆଇନ ଭାବେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି। ଏହାକୁ ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ ବିରୋଧ କରି ମଙ୍ଗଳବାର ସକାଳଠାରୁ ଶ୍ରୀଜୀଉଙ୍କ ନୀତିକାନ୍ତି ବନ୍ଦ କରି ଦେଇଥିଲେ। ଫଳରେ ଶ୍ରୀଜୀଉଙ୍କୁ ଉପବାସ ରହିବାକୁ ପଡିଥିଲା। ଦେବୋତ୍ତର କମିଶନର ଜମି ବିବାଦ ସମାଧାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ନୀତିକାନ୍ତି ବୁଧବାର ସନ୍ଧ୍ୟାରେ ଆରମ୍ଭ କରିଛନ୍ତି। ପରିସ୍ଥିତି ସ୍ବାଭାବିକ ହୋଇଛି। ମଙ୍ଗଳବାର ସକାଳ ୭ଟାରୁ ବନ୍ଦ ଥିବା ସମସ୍ତ ନୀତିକାନ୍ତି ବୁଧବାର ସନ୍ଧ୍ୟା ୬ଟାରେ ୩୫ ଘଣ୍ଟା ପରେ ଆରମ୍ଭ ହୋଇଛି। ସନ୍ଧ୍ୟା ପ୍ରାୟ ୬ଟାରେ ଶ୍ରୀଜୀଉଙ୍କ ମହାସ୍ନାନ ପରେ ମଙ୍ଗଳଆଳତି, ରୋଷହୋମ ଶେଷ ହୋଇଥିଲା। ପରେ ରୋଷେଇ କାର୍ଯ୍ୟ କରାଯାଇଛି। ପୁନର୍ବାର ମାଘସ୍ନାନ କରାଯାଇ ଠାକୁରଙ୍କ ବେଶ କରାଯାଇଥିଲା। ପରେ ଶ୍ରୀଜୀଉଙ୍କ ଅନ୍ୟ ନୀତି ସମ୍ପନ୍ନ ହୋଇଥିଲା। ଏପଟେ ଶ୍ରୀଜୀଉଙ୍କ ଜାଗାରେ ନିର୍ମାଣ କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି।
ଗଙ୍ଗୁଆ ବ୍ରିଜଠାରେ ଥିବା ମହାପ୍ରଭୁଙ୍କର ଏ ୨.୨୬୩ ପରିମିତ ଜାଗା ଯାହା ନୂଆଗଁ। ମୌଜାର ଚକ ନଂ. ୮୧ରେ ୧୧୮ପ୍ଲଟ୍‌ ଏବଂ ଖାତା ନଂ. ୪୩୭ରେ ରହିଥିଲା। ଏଠାରେ ବଡୁ ନିଯୋଗର ଜନୈକ ସେବାୟତ ମାର୍କେଟ କମ୍ପ୍ଲେକ୍ସ ପାଇଁ ନିର୍ମାଣ କାମ କରୁଥିଲେ। ବେବନ୍ଦୋବସ୍ତ ଥିବା ସେହି ଜମିରେ କିଭଳି କେଉଁ ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ କରାଯାଉଛି ସେ ନେଇ ଖବର ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ଜୁଲାଇରେ ଏହି ବେଆଇନ ନିର୍ମାଣ ଉପରେ ଅଙ୍କୁଶ ଲାଗିଥିଲା। ଏହି ଜାଗାରେ ୧୪୪ ଧାରା ଲଗାଇ ଥିଲେ କୋର୍ଟ। ହେଲେ ଏହି ଧାରା ୬୦ଦିନ ବଳବତ୍ତର ରହିଥିବାବେଳେ ଶନିବାର ପୁଣି ବଡୁ ନିଯୋଗ ପକ୍ଷରୁ କମଳାକାନ୍ତ ବଡୁ କାମ ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ପକ୍ଷରୁ ଠାକୁରଙ୍କ ନୀତି ପରିଚାଳନାରେ ଅସହଯୋଗ କରିଥିଲେ। ଦାବି ମୁତାବକ ନିର୍ମାଣ କାମ ବନ୍ଦ ହେଲେ ନୀତି ଚାଲିବ ବୋଲି ସେମାନେ ସର୍ତ୍ତ ରଖିଥିଲେ। ବୁଧବାର ଅପରାହ୍ନରେ ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ କଳ୍ପନାସ୍ଥିତ ଦେବୋତ୍ତର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଶନର ଓଡ଼ିଶା ହିନ୍ଦୁ ରିଲିଜିୟସ୍‌ ଆକ୍ଟ କ୍ଷମତା-୭ ବଳରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ସେକ୍‌ସନ-୩୨ ବଳରେ ଉଭୟ ନୀତି ବନ୍ଦ କରିଥିବା ଏବଂ ବେଆଇନ ନିର୍ମାଣ କରିଥିବା ବଡୁ ନିଯୋଗକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ପରେ ସମସ୍ତ ନିଯୋଗ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ସମ୍ପୂର୍ଣ୍ଣ ମାମଲାକୁ ସହକାରୀ ଦେବୋତ୍ତର କମିଶନର ଆଶିଷ ପଟ୍ଟନାୟକ ଅନୁସନ୍ଧାନ ପୂର୍ବକ କାର୍ଯ୍ୟନିର୍ବାହ କରିବାକୁ ସ୍ଥିର ହୋଇଥିଲା। ଧଉଳି ଥାନାକୁ ନିର୍ମାଣ କାମ ଉପରେ ନଜର ରଖିବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri