ଲାହୋର,୨୮ା୧୦: ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍ଏଲ୍ସି)ର ଏକ ପ୍ରତିନିଧି ଦଳ ପାକିସ୍ତାନ ପଠାଇଛି। କାରଣ ସେମାନଙ୍କ ଦଳ ପାକିସ୍ତାନରେ ଅନେକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ପ୍ରତିନିଧି ଦଳ ଇତିମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଫିସିଆଲଙ୍କ ସହ ଆଲୋଚନା କରିଛି। ସେମାନଙ୍କ କ୍ରିକେଟ ଦଳ ପାଇଁ କି ପ୍ରକାଶ ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ପିସିବି ଅଫିସିଆଲଙ୍କଠାରୁ ସେମାନେ ପଚାରି ବୁଝିଛନ୍ତି। ଶ୍ରୀଲଙ୍କା ପ୍ରତିନିଧି ଦଳ ଲାହୋର, ରାଓ୍ବଲପିଣ୍ଡି ଓ ଫୈସଲାବାଦର ମ୍ୟାଚ ସ୍ଥଳ ଗସ୍ତ କରିବେ, ଯେଉଁଠାରେ କି ମ୍ୟାଚଗୁଡ଼ିକ ଖେଳାଯିବ।
ସେଠାରେ ସେମାନେ ଅୟୋଜକ ଏବଂ ପୋଲିସ ଅଫିସିଆଲଙ୍କ ସହ ଆଲୋଚନା କରିବେ। ସୂଚନାଯୋଗ୍ୟ, ୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଦଳ ବସ୍ ଉପରେ ଆକ୍ରମଣପରେ ୧୦ ବର୍ଷ ପରେ ଅର୍ଥାତ ୨୦୧୯ରେ ଶ୍ରୀଲଙ୍କା ପ୍ରଥମ ଥର ପାକିସ୍ତାନରେ ଖେଳିବାକୁ ଆସିଥିଲା। ଏହାପରେ ଶ୍ରୀଲଙ୍କା କ୍ରିକେଟ ଦଳ ଅନେକ ଥର ପାକିସ୍ତାନ ଟୁର୍ରେ ଆସିଛି। ଚଳିତ ବର୍ଷ ପ୍ରାରମ୍ଭରେ ପାକିସ୍ତାନ ଆଇସିସି ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଅୟୋଜନ କରିଥିଲା। ଏଥର ଶ୍ରୀଲଙ୍କା ଦଳ ନଭେମ୍ବର ୧୧ରୁ ୧୫ ପ୍ରଥମେ ପାକିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦ୍ୱିପାକ୍ଷିକ ସିରିଜ ଖେଳିବ। ପରେ ଦଳ ଅନ୍ୟ ଦଳ ଜିମ୍ବାଓ୍ବେକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜରେ ଭାଗ ନେବ। ଏହା ନଭେମ୍ବର ୧୯ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ। ତ୍ରିରାଷ୍ଟ୍ରୀୟ ସିରିଜରେ ଆଫଗାନିସ୍ତାନ ବଦଳରେ ଜିମ୍ବାଓ୍ବେକୁ ସାମିଲ କରାଯାଇଛି।
Dharitri – Odisha’s No.1 Odia Daily


