୪୦ତମ ପ୍ରତିଷ୍ଠା ଦିବସ ପାଳିବ ଓଟିଡିସି: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି ‘ପାନ୍ଥନିବାସ’

ଭୁବନେଶ୍ୱର,୩।୯(ବ୍ୟୁରୋ): ୨୦୨୦ ମସିହା ସୁଦ୍ଧା ଓଡିଶାକୁ ୨.୫ କୋଟି ପର୍ଯ୍ୟଟକଙ୍କୁ ଆଣିିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିଲାଗି ଇକୋ ଟୁରିଜମ୍‌ଠାରୁ ଆରମ୍ଭକରି ପ୍ୟାଲେସ୍‌ ଟୁରିଜମ୍‌ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟଟନକୁ ବ୍ୟାପକ କରାଯାଉଛି। ରାଜ୍ୟ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ପାଇଁ ଏକାଧିକ ଯୋଜନା ମାଧ୍ୟମରେ ପ୍ରୟାସ ହେଉଛି। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭାଗ ଲାଗିପଡିଥିବାବେଳେ ଏପଟେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି। ରାଜ୍ୟରେ ଆବଶ୍ୟକ ପାନ୍ଥନିବାସ ନ ଥିବାରୁ ବାହାରୁ ଆସୁଥିବା ଯାତ୍ରୀ ବା ପର୍ଯ୍ୟଟକମାନେ ନାନା ଅସୁବିଧାର ସମ୍ମୁଖୀନ ହେବାସହ ହୋଟେଲଗୁଡିକ ଦ୍ବାରା ଅନେକ ସମୟରେ ଶୋଷଣର ଶିକାର ହେଉଛନ୍ତି। ସେହିଭଳି ଯେତିକି ବି ପାନ୍ଥନିବାସ ରହିଛି ତାହାର ପରିଚାଳନା ଠିକ୍‌ ଭାବେ ହେଉ ନ ଥିବାରୁ ବାହାରୁ ଆସୁଥିବା ଯାତ୍ରୀମାନେ ଏଠାରେ ରହିବାକୁ ନାପସନ୍ଦ କରୁଛନ୍ତି। ପଡ଼ୋଶୀ ପଶ୍ଚିମବଙ୍ଗରୁ ଆସୁଥିବା ପର୍ଯ୍ୟଟକଙ୍କ ଭରସାରେ କିଛିଟା ପାନ୍ଥନିବାସ ଭଲରେ ଚାଲୁଥିବାବେଳେ ଅଧିକାଂଶ କ୍ଷତିରେ ଚାଲୁଥିବା ଜଣାପଡ଼ିଛି।
ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ସେଥିମଧ୍ୟରୁ ଅଧିକାଂଶ କେବଳ ଯୋଜନାରେ ସୀମିତ ହୋଇ ରହିଯାଇଛି। ପର୍ଯ୍ୟଟନ ବିଭାଗରୁ ମିଳିଥିବା ସୂଚନାନୁସାରେ, ଗତ ୧୦ବର୍ଷ ମଧ୍ୟରେ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ବଢିଛି। ୨୦୦୫ରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ୪୬ଲକ୍ଷ ୩୨ହଜାର ୯୭୬ଜଣ ଘରୋଇ ପର୍ଯ୍ୟଟକ ଆସିଥିବାବେଳେ ବିଦେଶୀଙ୍କ ସଂଖ୍ୟା ଥିଲା ୩୩ହଜାର ୩୧୦। ୨୦୧୩ରେ ଏହି ସଂଖ୍ୟା ବୃଦ୍ଧିପାଇ ୮୯ଲକ୍ଷ ୧୩୫ ଘରୋଇ ଓ ୬୬ହଜାର ୬୭୫ ଜଣ ବିଦେଶୀ ପର୍ଯ୍ୟଟକ ଓଡିଶା ଆସିଥିଲେ। ସେହିଭଳି ୨୦୧୮-୧୯ରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇ ୧କୋଟି ୫୫ଲକ୍ଷ ୯ହଜାର ୫୨୯ରେ ପହଞ୍ଚତ୍ଥିବାବେଳେ ବିଦେଶୀଙ୍କ ସଂଖ୍ୟା ବଢି ୧ଲକ୍ଷ ୧୩ହଜାର ୭୨୧ରେ ପହଞ୍ଚତ୍ଥିଲା। ତେବେ ପୁରୀ, ଭୁବନେଶ୍ୱର, ଚାନ୍ଦିପୁର, ଗୋପାଳପୁର, କୋଣାର୍କ, ସିମିଳିପାଳ ଭଳି ପ୍ରମୁଖ ସ୍ଥାନକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ଘଟୁଥିଲେ ମଧ୍ୟ ଏହିସବୁ ସ୍ଥାନରେ ପର୍ଯ୍ୟଟକଙ୍କ ରହିବା ଲାଗି ସେଭଳି କିଛି ସୁବିଧା ନ ଥିବାରୁ ଅଧିକାଂଶ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରି ଫେରୁଛନ୍ତି।
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧୀନ ୨୧ ସ୍ଥାନରେ ପାନ୍ଥନିବାସ ଏବଂ ଯାତ୍ରୀନିବାସ ପ୍ରତିଷ୍ଠା କରାଯାଇଛି। ହେଲେ ସେଥିରେ ବ୍ୟାପକ ସୁବିଧା ସୁଯୋଗ ମିଳୁ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଗତ ୫ବର୍ଷ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲେ ମଧ୍ୟ ପାନ୍ଥନିବାସ ଏବଂ ଯାତ୍ରୀନିବାସ ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସିନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୨୦୧୦ରେ ରାଜ୍ୟରେ ପାନ୍ଥନିବାସ ଓ ଯାତ୍ରୀନିବାସଗୁଡିକରେ ଯେତିକି ରୁମ୍‌ ଏବଂ ଶଯ୍ୟା ଥିଲା ତାହା ଏବେ କମିଯାଇଛି। ପର୍ଯ୍ୟଟନ ବିଭାଗ ତଥ୍ୟ ଅନୁଯାୟୀ ୨୦୧୧ରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପାନ୍ଥନିବାସ, ଯାତ୍ରୀନିବାସ, ପାନ୍ଥଶାଳା ଓ ପାନ୍ଥିକାରେ ୫୨୬ ରୁମ୍‌ ଏବଂ ୧୧୫୦ ଶଯ୍ୟା ଥିଲା। ଏବେ ଶଯ୍ୟା ସଂଖ୍ୟା ହ୍ରାସ ପାଇ ୧୧୨୮ରେ ପହଞ୍ଚତ୍ଛି। ସେହିପରି ୪ଟି କନ୍‌ଫରେନ୍ସ ହଲ୍‌ ରହିଛି। ପୁରୀ ଏବଂ ଭୁବନେଶ୍ୱରରେ ଥିବା ପାନ୍ଥନିବାସକୁ ଛାଡ଼ିଦେଲେ ଅନ୍ୟସ୍ଥାନରେ ରୁମ୍‌ ଓ ଶଯ୍ୟା ସଂଖ୍ୟା ସେଭଳି ବୃଦ୍ଧି କରାଯାଇନାହିଁ। ଫଳରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲ ହିଁ ଏକମାତ୍ର ଭରସା ସାଜିଥିବାବେଳେ ରାଜ୍ୟରେ ହୋଟେଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଉନାହିଁ। ହୋଟେଲ ଶିଳ୍ପରେ ଓଡ଼ିଶା ବହୁ ପଛରେ ରହିଛି। ଏକ୍ଷେତ୍ରରେ ଦେଶର ଶ୍ରେଷ୍ଠ ୧୦ ପର୍ଯ୍ୟଟନ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ନାହିଁ। ଏଭଳିସ୍ଥିତିରେ ରାଜ୍ୟ ସରକାର ପାନ୍ଥନିବାସ ଏବଂ ଯାତ୍ରୀନିବାସ ସଂଖ୍ୟା ସହ ଶଯ୍ୟା ବୃଦ୍ଧି ଉପରେ ଗୁରୁତ୍ବ ଦେଇ ଏହାର ପରିଚାଳନା ଠିକ୍‌ଭାବେ କରିବାକୁ ଦାବି ହୋଇଛି। ନିକଟରେ ଓଟିଡିସି ନୂତନ ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀମୟୀ ମିଶ୍ର ପାନ୍ଥନିବାସ ଲାଭ କ୍ଷତିକୁ ନେଇ ପ୍ରଥମେ ସମୀକ୍ଷା କରିବେ ବୋଲି କହିଥିବାବେଳେ ପାନ୍ଥନିବାସଗୁଡ଼ିକୁ କିଭଳି ପ୍ରଦୂଷଣମୁକ୍ତ କରାଯାଇପାରିବ ତାହା ଓଟିଡିସିର ୪୦ତମ ପ୍ରତିଷ୍ଠା ଦିବସ ପାଳନର ଆଭିମୁଖ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri