ନୋବେଲ ଇତିହାସରେ ବିରଳ ପରମ୍ପରା

”ଡେନ୍‌ମାର୍କର ପଦାର୍ଥ ବିଜ୍ଞାନୀ ନେଲ୍‌ସ ବୋର୍‌ ‘ପରମାଣୁର ଗଠନ ଓ ବିକିରଣ’ ସମ୍ପର୍କରେ ଗବେଷଣାକରି ୧୯୨୨ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲାବେଳେ ୧୯୭୫ ମସିହାରେ ତାଙ୍କର ସୁଯୋଗ୍ୟ ପୁତ୍ର ଆଜେ ବୋର୍‌ ସେହି ପଦାର୍ଥ ବିଜ୍ଞାନରେ ଆଉ ଏକ ନୋବେଲ ପୁରସ୍କାର ଲାଭ କରିଥିଲେ।“

ପିତାଙ୍କ ନୋବେଲ ପୁତ୍ର ଜିନ୍‌ରେ
୧୯୫୯ ମସିହାରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଜଣେ ଆମେରିକୀୟ ବୈଜ୍ଞାନିକ ଆର୍ଥର କର୍ନବର୍ଗଙ୍କୁ ମିଳିଥିଲା। ତାଙ୍କ ଗବେଷଣାର ବିଷୟବସ୍ତୁ ଥିଲା ‘ମା’ କୋଷରୁ କନ୍ୟା କୋଷକୁ ଜିନୀୟ ସନ୍ଦେଶ ସଞ୍ଚରଣ’। ୨୦୦୬ ଅକ୍ଟୋବର ୩ରେ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଗ୍ରହଣ ପାଇଁ ମଞ୍ଚରେ ଆଉ ଜଣେ କର୍ନବର୍ଗଙ୍କୁ ଦେଖିବାକୁ ମିଳିଥିଲା। ସେ ଥିଲେ ଆର୍ଥର କର୍ନବର୍ଗଙ୍କ ସୁଯୋଗ୍ୟ ପୁତ୍ର ରଜର କର୍ନବର୍ଗ। ଦିନେ ସେ ପିତାଙ୍କ ପୁରସ୍କାର ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ତାଙ୍କ ସହ ଯାଇଥିଲେ ଷ୍ଟକ୍‌ହୋମ୍‌। ସେତେବେଳେ ସେ ଥିଲେ ମାତ୍ର ୧୨ବୟସର ବାଳକ। ସେଦିନର ସେ ଘଟଣା ତାଙ୍କ ମନରେ ଗଭୀର ରେଖାପାତ କରିଥିଲା। ପରବର୍ତ୍ତୀ କାଳରେ, ସେ ପିତାଙ୍କ ଜିନ୍‌ ସଂକ୍ରାନ୍ତୀୟ ଗବେଷଣାକୁ ଆଉ କେଇ ପାଦ ଆଗେଇନେଇ ଜିନ୍‌ରେ ସଞ୍ଚିତ ମଣିଷର ସମସ୍ତ ଗୁଣାବଳୀର ସନ୍ଦେଶ କିପରି ପ୍ରତିଲିପୀକରଣ ଜରିଆରେ ପ୍ରୋଟିନ୍‌ରେ ରୂପାନ୍ତରିତ ହୋଇ ନୂଆ ଜୀବକୋଷ ସୃଷ୍ଟିକରେ, ତା’ ଉପରେ ଆଲୋକପାତ କରିଥିଲେ।
ପିତାଙ୍କ ମତକୁ କାଟି ପୁଅ
ଜିତିଲେ ନୋବେଲ
୧୯୦୬ ମସିହାରେ ଇଂଲଣ୍ଡର ବୈଜ୍ଞାନିକ ଜେ. ଜେ. ଟମ୍‌ସନ୍‌ ସ୍ବଳ୍ପ ଚାପଯୁକ୍ତ ଗ୍ୟାସ୍‌ ମଧ୍ୟରେ ବିଦ୍ୟୁତ୍‌ ପ୍ରବାହିତକରି ଏକ ରହସ୍ୟମୟ ଉପାଦାନ ଆବିଷ୍କାର କରିଥିଲେ। ସେ ଏହି ଉପାଦାନର ଚାର୍ଜ ଓ ବସ୍ତୁତ୍ୱର ଅନୁପାତ ନିରୂପଣକରି ଏହାକୁ ଏକ କଣିକା ରୂପେ ପ୍ରତିପାଦନ କରିଥିଲେ, ଯାହାର ନଁା ଦିଆଗଲା ଇଲେକ୍‌ଟ୍ରନ୍‌। ତାଙ୍କର ଏହି ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ସେ ବର୍ଷର ନୋବେଲ ପୁରସ୍କାର ମିଳିଥିଲା। ପରବର୍ତ୍ତୀ କାଳରେ ଏଭଳି ଅନେକ ଘଟଣା ନଜରକୁ ଆସିଲା, ଯାହାକୁ ଇଲେକ୍‌ଟ୍ରନ୍‌ର କଣିକାତତ୍ତ୍ୱ ବୁଝାଇପାରିଲା ନାହିଁ ଏବଂ ଏକ ନୂତନ ତତ୍ତ୍ୱର ଆବଶ୍ୟକତା ଦେଖାଗଲା। ପରବର୍ତ୍ତୀ ପରିସ୍ଥିତିରେ ତାଙ୍କର ସୁପୁତ୍ର ଜି.ପି. ଟମ୍‌ସନ୍‌ ଏକ ଉଚ୍ଚକୋଟୀର ପରୀକ୍ଷା ମାଧ୍ୟମରେ ଇଲେକ୍‌ଟ୍ରନ୍‌ର ତରଙ୍ଗ ଆଚରଣ ସମ୍ପର୍କରେ ସୂଚନା ଦେଇ ଉପୁଜିଥିବା ସମସ୍ୟାର ସମାଧାନ ନିମନ୍ତେ ମାର୍ଗଦର୍ଶନ କଲେ। ତାଙ୍କର ଏହି ବୈପ୍ଳବିକ ଆବିଷ୍କାର ପାଇଁ ତାଙ୍କୁ ୧୯୩୬ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଗଲା।
ପିତା-ପୁତ୍ର ନିଜ ମଧ୍ୟରେ
ପୁରସ୍କାର ବାଣ୍ଟିଲେ
ବ୍ରିଟେନର ଦୁଇଜଣ ପଦାର୍ଥ ବିଜ୍ଞାନୀ ଉଇଲିୟମ ହେନେରି ବ୍ରାଗ୍‌ (ପିତା) ଏବଂ ଉଇଲିୟମ ଲରେନ୍ସ ବ୍ରାଗ୍‌ (ପୁତ୍ର) ଏକ ସ୍ଫଟିକ ମଧ୍ୟରେ ରଞ୍ଜନରଶ୍ମି ଅତିକ୍ରମକରି ଗୋଟିଏ ଫଟୋଗ୍ରାଫି ଫିଲିମ୍‌ ଜରିଆରେ ଏହାର ପ୍ରତିଲିପି ଲକ୍ଷ୍ୟ କଲେ। ଏହି ରଶ୍ମି ସ୍ଫଟିକ ମଧ୍ୟରେ ଥିବା ପରମାଣୁ ସବୁ ଦ୍ୱାରା ବଙ୍କେଇଯାଇ ପ୍ରତିବିମ୍ବରେ ଛାଇ ଆଲୁଅର ରୂପରେଖମାନ ସୃଷ୍ଟିକଲା। ବ୍ରାଗ୍‌ ପିତା-ପୁତ୍ର ଦ୍ୱୟ ଏହି ରୂପରେଖ ସବୁକୁ ଆଲୋକର ଏକ ବିଶେଷ ଧର୍ମ ଡିଫ୍ରାକ୍ସନ୍‌ ସଙ୍ଗେ ସଂଶ୍ଳିଷ୍ଟ କରି ସ୍ପଟିକର ପରମାଣୁ ସବୁ ମଧ୍ୟରେ ଥିବା ସୂକ୍ଷ୍ମାତିସୂକ୍ଷ୍ମ ବ୍ୟବଧାନକୁ ନିରୂପଣ କଲେ। ଏହି ପଦ୍ଧତି ଦ୍ୱାରା କୌଣସି ସ୍ପଟିକର ଗଠନ ବିଶ୍ଳେଷଣ କରାଯାଇ ସ୍ଫଟିକ ମଧ୍ୟରେ ସ୍ଥାନ ବିଶେଷରେ ଖଞ୍ଜାଥିବା ପରମାଣୁ ସବୁର ତ୍ରୈମାତ୍ରିକ ସଂରଚନାର ସ୍ପଷ୍ଟ ଚିତ୍ର ମିଳିପାରିଲା। ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ଯୋଗୁ ବ୍ରାଗ୍‌ ପିତା-ପୁତ୍ରଦ୍ୱୟଙ୍କୁ ୧୯୧୫ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ପଦାର୍ଥ ବିଜ୍ଞାନୀ ପିତା-ପୁତ୍ର
ଡେନ୍‌ମାର୍କର ପଦାର୍ଥ ବିଜ୍ଞାନୀ ନେଲ୍‌ସ ବୋର୍‌ ‘ପରମାଣୁର ଗଠନ ଓ ବିକିରଣ’ ସମ୍ପର୍କରେ ଗବେଷଣାକରି ୧୯୨୨ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲାବେଳେ ୧୯୭୫ ମସିହାରେ ତାଙ୍କର ସୁଯୋଗ୍ୟ ପୁତ୍ର ଆଜେ ବୋର୍‌ ସେହି ପଦାର୍ଥ ବିଜ୍ଞାନରେ ଆଉ ଏକ ନୋବେଲ ପୁରସ୍କାର ଲାଭ କରିଥିଲେ।
ପିତା-କନ୍ୟା
ଫ୍ରାନ୍ସର ବୈଜ୍ଞାନିକ ପିୟରେ କ୍ୟୁରି ୧୯୦୩ ମସିହାରେ ପ୍ରାକୃତିକ ତେଜଷ୍କ୍ରିୟ ପଦାର୍ଥ ଉପରେ ଗବେଷଣାକରି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ହାସଲ କରିଥିଲେ। ୧୯୩୫ ମସିହାରେ ତାଙ୍କର ସୁପୁତ୍ରୀ ଇରିନ୍‌ ଜୁଲିଅଟ୍‌ କ୍ୟୁରି ନିଜର କୃତ୍ରିମ ତେଜଷ୍କ୍ରିୟତା ସମ୍ପର୍କରେ ଗବେଷଣା ପାଇଁ ରସାୟନ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୋବେଲ ପୁରସ୍କାରପ୍ରାପ୍ତ ହୋଇ ଏକ ବିରଳ ପିତା-କନ୍ୟା ଯୋଡ଼ି ସୃଷ୍ଟି କରିଛନ୍ତି।
ସ୍ବାମୀ-ସ୍ତ୍ରୀ
୧୯୦୩ ମସିହାରେ ଫ୍ରାନ୍ସର ପିୟରେ କ୍ୟୁରି ଏବଂ ତାଙ୍କ ସ୍ତ୍ରୀ ମ୍ୟାରି କ୍ୟୁରି ପଦାର୍ଥ ବିଜ୍ଞାନରେ ମିଳିତ ଭାବେ ନୋବେଲ ପୁରସ୍କାର ଜିତିଥିଲାବେଳେ ୧୯୩୫ ମସିହାରେ ସେହି ଫ୍ରାନ୍ସର ଫ୍ରେଡ୍‌ରିକ୍‌ ଜୁଲିଅଟ କ୍ୟୁରି ଏବଂ ତାଙ୍କ ସ୍ତ୍ରୀ ଇରିନ୍‌ ଜୁଲିଅଟ୍‌ କ୍ୟୁରି ରସାୟନ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ନୋବେଲ ପୁରସ୍କାର ଲାଭ କରିଥିଲେ।
ଦାଦା-ପୁତୁରା
୧୯୩୦ ମସିହାରେ ଭାରତୀୟ ବୈଜ୍ଞାନିକ ସାର୍‌ ଚନ୍ଦ୍ରଶେଖର ଭେଙ୍କଟରମଣ ସ୍ପଟିକ ଦ୍ୱାରା ଆଲୋକର ବିଚ୍ଛୁରଣ ଉପରେ ଗବେଷଣାକରି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଲାଭ କରିଥିଲାବେଳେ ତାଙ୍କ ପୁତୁରା ସୁବ୍ରମଣ୍ୟନ୍‌ ଚନ୍ଦ୍ରଶେଖର ଏକ ଶ୍ୱେତ ବାମନ ତାରକା ସମ୍ପର୍କରେ ଆଲୋକପାତକରି ୧୯୮୩ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ନୋବେଲ ପୁରସ୍କାରପ୍ରାପ୍ତ ହୋଇଥିଲେ।
ଜଣକୁ ଦୁଇଥର ନୋବେଲ
ଫ୍ରାନ୍ସର ମ୍ୟାରି କ୍ୟୁରି ଥରେ ପଦାର୍ଥ ବିଜ୍ଞାନରେ (୧୯୦୩) ଏବଂ ଆଉ ଥରେ ରସାୟନ ବିଜ୍ଞାନରେ (୧୯୧୧) ଏହିଭଳି ସମୁଦାୟ ଦୁଇଟି ନୋବେଲେ ପୁରସ୍କାର ଲାଭକରି ଏକ ବିରଳ ପ୍ରତିଭାର ଅଧିକାରିଣୀ ହୋଇଛନ୍ତି। ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର ଲିନ୍ସ ପାଉଲିଙ୍ଗ ମଧ୍ୟ ଥରେ ରସାୟନ ବିଜ୍ଞାନ (୧୯୫୪) କ୍ଷେତ୍ରରେ ଏବଂ ଆଉ ଥରେ ଶାନ୍ତି (୧୯୬୨) କ୍ଷେତ୍ରରେ ଏହିପରି ମୋଟ ଦୁଇଥର ନୋବେଲ ପୁରସ୍କାର ଜିତି ଇତିହାସ ରଚନା କରିଛନ୍ତି।
ନୋବେଲ ପରିବାର
ଫ୍ରାନ୍ସର କ୍ୟୁରି ପରିବାର ଏଭଳି ଏକ ପରିବାର ଯେଉଁଠି ପିତା, ମାତା, କନ୍ୟା ଓ ଜାମାତା ଏକାବେଳକେ ଚାରିଜଣ ବ୍ୟକ୍ତି ନୋବେଲ ପୁରସ୍କାର ଜିତି ଇତିହାସରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ୧୯୦୩ ମସିହାରେ ପିୟରେ କ୍ୟୁରି (ପିତା) ଓ ମ୍ୟାରି କ୍ୟୁରି (ମାତା) ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ମିଳିତ ଭାବେ ନୋବେଲ ପୁରସ୍କାର ଲାଭ କରିଥିଲାବେଳେ ୧୯୩୫ ମସିହାରେ ଇରିନ୍‌ ଜୁଲିଅଟ୍‌ କ୍ୟୁରି(କନ୍ୟା), ଫ୍ରେଡ୍‌ରିକ୍‌ ଜୁଲିଅଟ କ୍ୟୁରି (ଜାମାତା) ରସାୟନ ବିଜ୍ଞାନ କ୍ଷେତ୍ରରେ ଏକାଠି ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲେ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri