Posted inଜାତୀୟ

‘ଏଜୁକେଟ୍‌ ଗଲର୍‌ସ’କୁ ମାଗ୍‌ସେସେ ପୁରସ୍କାର

ମାନିଲା,୧।୯(ପି.ଟି.): ସ୍କୁଲ ବାହାରେ ଦୁର୍ଗମ ଗ୍ରାମାଞ୍ଚଳରେ ଝିଅମାନଙ୍କୁ ଶିକ୍ଷାଦାନ କରୁଥିବା ଭାରତୀୟ ଏନ୍‌ଜିଓ ‘ଏଜୁକେଟ୍‌ ଗଲର୍‌ସ’ ଚଳିତ ବର୍ଷର ରମୋନ ମାଗ୍‌ସେସେ ପୁରସ୍କାର ପାଇଁ ମନୋନୀତ ହୋଇଥିବା ରବିବାର ଫାଉଣ୍ଡେଶନ ପକ୍ଷରୁ ଘୋଷଣା କରାଯାଇଛି। ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାରେ ଏଜୁକେଟ୍‌ ଗଲର୍‌ସ ପ୍ରଥମ ଭାରତୀୟ ସଂଗଠନ ବୋଲି ରମୋନ ମାଗ୍‌ସେସେ ଆଓ୍ବାର୍ଡ ଫାଉଣ୍ଡେଶନ (ଆର୍‌ଏମ୍‌ଏଏଫ୍‌) ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ରମୋନ ମାଗ୍‌ସେସେ ପୁରସ୍କାର ଏସିଆରେ ନୋବେଲ ପୁରସ୍କାର ସମକକ୍ଷ। ଏସିଆରେ ନିଃସ୍ବାର୍ଥପର ସେବା ମନୋଭାବର ମହାନତାର ସ୍ବୀକୃତି ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପୁରସ୍କାରର ଅନ୍ୟ ୨ ବିଜେତା ହେଲେ ମାଳଦ୍ୱୀପର ସାହିନା ଅଲି ଏବଂ ଫିଲିପାଇନ୍ସର ଫ୍ଲାଭିଆନୋ ଆଣ୍ଟୋନିଓ ଏଲ୍‌ ଭିଲ୍ଲାନୁଏଭା। ପରିବେଶ ବିକାଶ ଦିଗରେ ସାହିନାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ରାଷ୍ଟ୍ରପତି ରମୋନ ମାଗାସେସେଙ୍କ ଫଟୋ ଥିବା ମେଡାଲ, ପ୍ରଶସ୍ତିପତ୍ର ଓ ନଗଦ ଅର୍ଥରାଶି ପ୍ରଦାନ କରାଯିବ। ୬୭ତମ ରମୋନ ମାଗ୍‌ସେସେ ପୁରସ୍କାର ପ୍ରଦାନ ଉତ୍ସବ ନଭେମ୍ବର ୭ରେ ମାନିଲାର ମେଟ୍ରୋପଲିଟାନ ଥିଏଟରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏସିଆର ଏହି ସର୍ବଶ୍ରେଷ୍ଠ ପୁରସ୍କାର ପାଇଁ ସଫିନା ହୁସେନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଏଜୁକେଟ୍‌ ଗଲର୍‌ସ ମନୋନୀତ ହୋଇଛି। ଝିଅ ଏବଂ କମ୍‌ ବୟସ୍କା ମହିଳାମାନଙ୍କୁ ଶିକ୍ଷା ପ୍ରଦାନ ଜରିଆରେ ସେମାନଙ୍କୁ ନିରକ୍ଷରତାର ବନ୍ଧନରୁ ମୁକ୍ତ କରିବା ସହ ଦକ୍ଷ ଏବଂ ସାହସୀ କରାଇବା ଓ ପୂର୍ଣ୍ଣ ମାନବୀୟ ସାମର୍ଥ୍ୟ ହାସଲ କରାଇବା ଦିଗରେ ଏହି ସଂସ୍ଥା କାର୍ଯ୍ୟ କରିଥାଏ। ଲଣ୍ଡନ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରୁ ସ୍ନାତକ ଡିଗ୍ରୀ ପରେ ସାନ୍‌ଫ୍ରାନ୍ସିସ୍କୋରେ କାର୍ଯ୍ୟ କରୁଥିବା ସାଫିନା ହୁସେନ୍‌ ନାରୀ ନିରକ୍ଷରତା ଆହ୍ବାନକୁ ଗ୍ରହଣ କରି ୨୦୦୭ରେ ଏଜୁକେଟ୍‌ ଗଲର୍‌ସ ପ୍ରତିଷ୍ଠା କରିଥିଲେ। ପ୍ରଥମେ ରାଜସ୍ଥାନରେ ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କରିଥିଲା। ଆଦୌ ସ୍କୁଲ୍‌ ଯାଇ ନ ଥିବା ଓ ସ୍କୁଲ୍‌ଶିକ୍ଷାରୁ ବାଦ୍‌ ପଡ଼ିଥିବା ଝିଅମାନଙ୍କୁ ଆଣି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ସମର୍ଥ ହେବା ଓ ଲାଭଦାୟକ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ପାଖରେ ରଖିଥାଏ। ୨୦୧୫ରେ ଏହା ସାରା ଦେଶର ୩୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାମରେ ୫୦ ପାଇଲଟ୍‌ ଭିଲେଜ ସ୍କୁଲ୍‌ ଆରମ୍ଭ କରିଥିଲା, ଯେଉଁଥିରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଝିଅ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri