ଯାତ୍ରୀ ପ୍ରତୀକ୍ଷାଳୟରେ ପାନୀୟଜଳ ପ୍ରକଳ୍ପ ଅଚଳ, ଛାତରେ ଝୁଲୁଛି ଅକାମୀ ପଙ୍ଖା, ଆଶ୍ରୟ ନେବା ପାଇଁ…

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ତାତି ବଢ଼ୁଛି। ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ବରଗଡ଼ ସହର ପେଣ୍ଠସ୍ଥଳୀରେ ରହିଥିବା ସରକାରୀ ବସଷ୍ଟାଣ୍ଡରେ ସର୍ବନିମ୍ନ ମୌଳିକ ସେବା ଅପହଞ୍ଚ ହୋଇପଡ଼ିଛି। ଏଠାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ନିତିଦିନିଆ ଘଟଣା ହୋଇପଡ଼ିଛି। କେବଳ ସେତିକି ନୁହେଁ, ଉକ୍ତ ସରକାରୀ ବସଷ୍ଟାଣ୍ଡରେ ରହିଥିବା ଯାତ୍ରୀ ପ୍ରତୀକ୍ଷାଳୟରେ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ସେଠାରେ ଲାଗିଥିବା ଅନେକ ପଙ୍ଖା ମଧ୍ୟ ଅକାମୀ ହୋଇ ଛାତରେ ଝୁଲୁଛି। ଫଳରେ ପ୍ରତୀକ୍ଷାଳୟକୁ ଆଶ୍ରୟ ନେବା ପାଇଁ ଆସୁଥିବା ଯାତ୍ରୀମାନଙ୍କୁ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି।
ବରଗଡ଼ ସରକାରୀ ବସଷ୍ଟାଣ୍ଡ ଦେଇ ଜିଲା ତଥା ଜିଲା ବାହାରକୁ ଅନେକ ବସ୍‌ ଚଳାଚଳ କରୁଛି। ଏହା ସହିତ ଗ୍ରାମାଞ୍ଚଳକୁ ଲକ୍ଷ୍ମୀବସ୍‌ ମଧ୍ୟ ନିୟମିତ ଯାତାୟାତ କରୁଥିବାବେଳେ ରାଜ୍ୟ ବାହାରକୁ ମଧ୍ୟ ଏଠାରୁ ଯାତ୍ରୀବାହୀ ବସ୍‌ଗୁଡ଼ିକ ଯିବା ଆସିବା କରୁଛି। ଫଳରେ ଏଠାକୁ ଆସୁଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ସରକାରୀ ବସଷ୍ଟାଣ୍ଡ୍‌ ପରିସରରେ ୨୦୨୧-୨୨ ଆର୍ଥିକ ବର୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମିତ ହୋଇଛି। ୨୦୨୩ ଅକ୍ଟୋବର ୧୯ତାରିଖରେ ଏହି ପ୍ରତୀକ୍ଷାଳୟ ଉଦ୍‌ଘାଟିତ ହୋଇଥିଲା। ତେବେ ଉଦ୍‌ଘାଟନୀକୁ ପ୍ରାୟ ଅଢ଼େଇ ବର୍ଷ ପୂରିଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରତୀକ୍ଷାଳୟ ଅବ୍ୟବସ୍ଥା ଘେରରେ ପଡ଼ି ରହିଛି।
ପ୍ରତୀକ୍ଷାଳୟକୁ ନିୟମିତ ସଫା କରାଯାଉ ନାହିଁ। ଫଳରେ ଚତୁଃପାର୍ଶ୍ୱରେ କୁଢ଼କୁଢ଼ ମଇଳା, ଆବର୍ଜନା ଏବଂ ଅବ୍ୟବହୃତ ସାମଗ୍ରୀ ପଡ଼ି ରହିଛି। ସେହିପରି ଏଠାରେ ୪ଟି ପଙ୍ଖା(ସିଲିଂ ଫ୍ୟାନ) ଲାଗିଥିଲା। ମାତ୍ର ସେଥିରୁ ଗୋଟିଏ ପଙ୍ଖାକୁ ହଟାଇ ଦିଆଯାଇ ଥିବାବେଳେ ବର୍ତ୍ତମାନ କେବଳ ଗୋଟିଏ ପଙ୍ଖା ଚାଲୁଛି। ଅନ୍ୟ ୨ଟି ପଙ୍ଖା ଅକାମୀ ହୋଇ ଝୁଲି ରହିଛି। କେବଳ ସେତିକି ନୁହେଁ, ପ୍ରତୀକ୍ଷାଳୟ ପରିସରରେ ରହିଥିବା ଥଣ୍ଡା ପାନୀୟଜଳ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି। ଫଳରେ ପ୍ରତୀକ୍ଷାଳୟକୁ ଆସୁଥିବା ଯାତ୍ରୀମାନଙ୍କୁ ପାନୀୟଜଳ ପାଇଁ ଡହଳବିକଳ ହେବାକୁ ପଡୁଥିବାବେଳେ ପଙ୍ଖା ଅଚଳ ଥିବାରୁ ଗୁଳୁଗୁଳି, ଗ୍ରୀଷ୍ମ ପ୍ରବାହରେ ସେଠାରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ସେହିପରି ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟ କଥା ନ କହିବା ଭଲ, ମାସ ମାସ ଧରି ଅପରିଷ୍କୃତ ଭାବେ ପଡ଼ି ରହିଛି। ଲୋକଙ୍କ ସେବାରେ ତାହା ଆସିବା ତ ଦୂରର କଥା, ସେଠାରୁ ନାକଫଟା ଦୁର୍ଗନ୍ଧ ବାହାରୁଥିବାରୁ ଶୌଚାଳୟକୁ ପ୍ରବେଶ କରିବା କଷ୍ଟସାଧ୍ୟ ହୋଇ ପଡୁଥିବାବେଳେ ସେବା ବଦଳରେ ଉକ୍ତ ଶୌଚାଳୟଟି ସଂକ୍ରାମକ ରୋଗର ବାହକ ସାଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

IND vs NZ: ଦ୍ୱିତୀୟ ଦିନିକିଆରେ ମାତ୍ର ଗୋଟିଏ ରନ ସଂଗ୍ରହ କରି ବଡ଼ ରେକର୍ଡ ଭାଙ୍ଗିବେ ବିରାଟ କୋହଲି…

ନୂଆଦିଲ୍ଲୀ,୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ମାତ୍ର ଗୋଟିଏ…

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

ବିଳାସପୂର୍ଣ୍ଣ ଫ୍ଲାଟ କିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଏହି କ୍ରିକେଟର, ଦାମ ଜାଣିଲେ…

ନୂଆଦିଲ୍ଲୀ,୫।୧୧: ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ମୁମ୍ବାଇରେ ମୋଟ ୨୪.୭୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଆଲିସାନ ଫ୍ଲାଟ କିଣିଛନ୍ତି। ଆନ୍ତର୍ଜାତୀୟ ଏବଂ ଲିଗ କ୍ରିକେଟରୁ ଅବସର…

୪ ଉଇକେଟ୍‌, ୮ ମେଡେନ୍‌ ଓଭର: ପୁଣି ଚମକିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣିଥରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି। ୨୦୨୬-୨୭ ରଣଜୀ ଟ୍ରଫିରେ ବଙ୍ଗଳା ପକ୍ଷରୁ ଖେଳୁଥିବା ଶାମି…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ICC ରାଙ୍କିଂରେ ଭାରତର ଦବଦବା, ବଢ଼ିଲା ରେଟିଂ ପଏଣ୍ଟ

ଅକଲାଣ୍ଡ,୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା…

ଭଞ୍ଜନଗରରେ ଚାଞ୍ଚଲ୍ୟ: ଗୁଣି ସନ୍ଦେହରେ ତ୍ରିନାଥଙ୍କୁ ପଥର ଛେଚି ହତ୍ୟା

ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?