କଲ୍ୟାଣସିଂହପୁର, ୧୯।୮( ଦୀପକ କୁମାର ପରିଡ଼ା): ପାନୀୟ ଜଳ ସମସ୍ୟାକୁ ନେଇ ହାଣ୍ଡି, ଗରା ଆଦି ଧରି ରାଜ ରାସ୍ତାରେ ଶତାଧିକ ମହିଳା। ଏଭଳି ଦେଖିବାକୁ ମିଳିଛି ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକାରପାଇ ସାହି ନିକଟରେ। ପିଇବା ପାଣିର ସୁବିଧା ନ ହେବା ଯାଏଁ ରାସ୍ତାରୁ ଉଠିବେନି ବୋଲି ଦୁଇ ସାହିର ଶତାଧିକ ମହିଳା କହିଛନ୍ତି। ଫଳରେ କଲ୍ୟାଣ ସିଂହପୁର ଠାରୁ କାଶୀପୁର, ରାୟଗଡ଼ା ଆଦି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡ଼ିଛି। ପ୍ରକାଶ ଥାଉକି, ଗତ ୪ ଦିନ ଧରି ଶିକରପାଇ ଗ୍ରାମରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏନେଇ କୌଣସି ପଦକ୍ଷେପ ନିଆନଯିବାରୁ ଶେଷରେ ଉତ୍ତେଜିତ ହୋଇ ରାସ୍ତାରୋକୋ କରିଛନ୍ତି ଗ୍ରାମବାସୀ।


