ଏହି ଦେଶକୁ ଆମେରିକାର ୫୧ତମ ରାଜ୍ୟ ଦର୍ଶାଇଲେ ଟ୍ରମ୍ପ୍‌: ସାରା ବିଶ୍ୱରେ ହଲଚଲ

ୱାଶିଂଟନ, ୧୪ା୫:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ବିବାଦୀୟ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଚାଇନା ଗସ୍ତରେ ଥିବା ସମୟରେ ଟ୍ରମ୍ପ ନିଜର ‘ଟ୍ରୁଥ୍‌ ସୋସିଆଲ’ ପ୍ଲାଟ୍‌ଫର୍ମରେ ଭେନେଜୁଏଲାର ଏକ ମାନଚିତ୍ର ପୋଷ୍ଟ କରିଛନ୍ତି, ଯେଉଁଥିରେ ଆମେରିକାର ପତାକା ସହ ଏହାକୁ ଆମେରିକାର ‘୫୧ତମ ରାଜ୍ୟ’ ଭାବେ ଦର୍ଶାଯାଇଛି। ଏହି ପୋଷ୍ଟଟି ଏପରି ଏକ ସମୟରେ ଆସିଛି, ଯେତେବେଳେ ଭେନେଜୁଏଲାର ମଧ୍ୟବର୍ତ୍ତିକାଳୀନ ରାଷ୍ଟ୍ରପତି ଡେଲସି ରୋଡ୍ରିଗୁଏଜ ଗୋଟିଏ ଦିନ ପୂର୍ବରୁ ସ୍ପଷ୍ଟ କରିଥିଲେ, ତାଙ୍କ ଦେଶ କେବେ ହେଲେ ଆମେରିକାର ୫୧ତମ ରାଜ୍ୟ ହେବା କଥା ଚିନ୍ତା କରିନାହିଁ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀରେ ଆମେରିକୀୟ ସେନା ଦ୍ୱାରା ପୂର୍ବତନ ଶାସକ ନିକୋଲାସ ମାଦୁରୋଙ୍କୁ କ୍ଷମତାଚ୍ୟୁତ କରାଯାଇଥିଲା। ସେବେଠାରୁ ଭେନେଜୁଏଲାର ତୈଳ ସମ୍ପଦ ଉପରେ ଟ୍ରମ୍ପଙ୍କ ନଜର ରହିଛି। ପୂର୍ବରୁ ଟ୍ରମ୍ପ କାନାଡାକୁ ମଧ୍ୟ ଆମେରିକାର ୫୧ତମ ରାଜ୍ୟ କରିବା ନେଇ ବାରମ୍ବାର ପରିହାସ କରିଆସୁଥିଲେ। ୨୦୨୪ରେ ଜଷ୍ଟିନ୍‌ ଟ୍ରୁଡୋ ଏବଂ ପରେ ୨୦୨୫ରେ ମାର୍କ କାର୍ନେଙ୍କୁ ସେ କାନାଡ଼ା-ଆମେରିକାର ମିଶ୍ରଣ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର କାନାଡା ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା। ରୋଡ୍ରିଗୁଏଜ ଶାସନ ଭାର ଗ୍ରହଣ କରିବା ପରେ ଆମେରିକା ସହ
ସମ୍ପର୍କରେ କିଛିଟା ସୁଧାର ଆସିଛି। ସେଠାକାର ଖଣି ଏବଂ ତୈଳ କ୍ଷେତ୍ରକୁ ବିଦେଶୀ କମ୍ପାନୀ, ବିଶେଷକରି ଆମେରିକୀୟ କମ୍ପାନୀଙ୍କ ପାଇଁ ଖୋଲାଯାଇଛି। ମାତ୍ର ବିରୋଧୀ ଦଳ ପକ୍ଷରୁ ନିର୍ବାଚନ ପାଇଁ ଦାବି ହେଉଥିବା ବେଳେ ସରକାର ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିନାହାନ୍ତି। ଟ୍ରମ୍ପଙ୍କର ଏହି ‘୫୧ତମ ରାଜ୍ୟ’ ପୋଷ୍ଟ ଦକ୍ଷିଣ ଆମେରିକାର ଦେଶଗୁଡ଼ିକ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ ମତରେ, ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ ପୂର୍ବରୁ ଟ୍ରମ୍ପ ଏଭଳି ପୋଷ୍ଟ କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?