ସୌମ୍ୟ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: ଘଟଣା ଦିନ ନେଇଥିଲେ…

ଭୁବନେଶ୍ୱର,୧୩।୫(ତ୍ରିନାଥ ମହାନ୍ତି):ଯୁବତୀଙ୍କୁ ଅସଦାଚରଣ ଓ ବଳାତ୍କାର ଉଦ୍ୟମ କରିଥିବା ଜିଆର୍‌ପି କନ୍‌ଷ୍ଟେବଲ୍‌ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକୁ ୩ଦିନ ପୂରିଲାଣି। ରବିବାର ରାତିରେ ଉପରଠାଉରିଆ ଭାବେ ଜଣେ ପୀଡ଼ିତାଙ୍କ ବୟାନ ନିଆଯାଇଥିବାବେଳେ ଅନ୍ୟଜଣେ ପୀଡ଼ିତାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଏପର୍ଯ୍ୟନ୍ତ ପଚରାଉଚରା କରିପାରି ନାହିଁ। କ୍ରାଇମ୍‌ବ୍ରାଞ୍ଚ ସୌମ୍ୟ ମାମଲାରେ ସତ କ’ଣ ପଦାକୁ ଆଣିବାକୁ ଚାହୁଁନି। କେବଳ ତଦନ୍ତ ନାମରେ ଦିନ ଗଡ଼ାଉଛି ବୋଲି ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏନେଇ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି , ଆମର ଏକ ଟିମ୍‌ ସବୁ ଦିଗକୁ ନେଇ ତଦନ୍ତ କରୁଛନ୍ତି। ଆମକୁ ଯେଉଁ ତଥ୍ୟ ମିଳିଛି ସେଇ ଆଧାରରେ ଡିଜିପିଙ୍କୁ ତଦନ୍ତ ରିପୋର୍ଟ ଜଣାଇ ଦିଆଯାଉଛି। ତଦନ୍ତରେ କିଛି ତ୍ରୁଟି ଥିଲେ ଆମେ ଏହାକୁ ସୁଧାରିବାକୁ ବ୍ୟବସ୍ଥା କରୁଛୁ।
ଅନ୍ୟପଟରେ ଫୋରେନ୍‌ସିକ ରିପୋର୍ଟରେ ଏକ ଭିନ୍ନ ତଥ୍ୟ ପଦାକୁ ଆସିଛି। ସୌମ୍ୟ ଘଟଣାଦିନ ବାଲିଅନ୍ତା ରାମଚନ୍ଦ୍ରପୁରକୁ ଯିବାପୂର୍ବରୁ ଜିମ୍‌ରେ ଶକ୍ତିବର୍ଦ୍ଧକ ଷ୍ଟେରଏଡକୁ ଅଧିକ ମାତ୍ରାରେ ନେଇଥିଲେ। ସାଧାରଣତଃ ଜିମ୍‌ କରୁଥିବା ବଡି ବିଲ୍ଡର ସିଙ୍ଗ୍‌ଲ୍‌ ଡୋଜ୍‌ ଅଥାତ୍‌ ୧୦ଏମ୍‌ଏଲ୍‌ ନେଇଥାନ୍ତି। କିନ୍ତୁ ସୌମ୍ୟ ସେଦିନ ୩୦ ଏମ୍‌ଏଲ୍‌ ଷ୍ଟେରଏଡ୍‌ ନେଇଥିଲେ। ଏକାବେଳେ ୧୫ଏମ୍‌ଏଲ୍‌ର ଦୁଇଟି ଡୋଜ୍‌ ନେଇଥିଲେ ବୋଲି ସୌମ୍ୟଙ୍କ ସାଙ୍ଗ ପୋଲିସକୁ ବୟାନ ଦେଇଛନ୍ତି। ଡବଲ୍‌ ଡୋଜ୍‌ ଷ୍ଟେରଏଡ୍‌ ନେଲା ପରେ ସେ ଓମ୍‌ଙ୍କୁ ଡକାଇଥିଲେ। ତାଙ୍କ ବାଇକ୍‌ରେ ବସି ଆସିଥିଲେ।
ରାସ୍ତାରେ ବାଇକ୍‌ରେ ବସିଲା ବେଳେ ନିଜକୁ ସମ୍ଭାଳି ପାରୁ ନ ଥିଲେ। ବେଳେ ବେଳେ ଅଣାୟତ୍ତ ହୋଇଯାଉଥିଲେ। ସେ ଓମ୍‌ଙ୍କ ବେକକୁ ବାରମ୍ବାର ଚିପୁଥିଲେ। ୨ ଯୁବତୀଙ୍କୁ କମେଣ୍ଟ ମାରିବାକୁ ଓମ୍‌ ତାଙ୍କୁ ମନା କରିବା ସହ ଅଟକାଇବାକୁ ଚେଷ୍ଟା କରୁଥିଲେ। ହେଲେ ସେ ଓମ୍‌ଙ୍କ କଥା ମାନି ନ ଥିଲେ ବରଂ ଓମ୍‌କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଦୁର୍ଘଟଣା ପରେ ଜଣେ ଯୁବତୀ ତଳେ ପଡ଼ି ଯିବାପରେ ସୌମ୍ୟ ହିଂସ୍ର ହୋଇ ଯାଇଥିଲେ। ପୀଡ଼ିତାଙ୍କୁ ଗାଳିଗୁଲଜ ସହ ତାଙ୍କ ପୋଷାକ ଚିରିଥିଲେ। ଏପରି କି ଜଣଙ୍କୁ ଚୂମ୍ବନ ମଧ୍ୟ ଦେଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଶାନ୍ତ ହେବା ବଦଳରେ ପାଲଟା ଉପସ୍ଥିତ ଲୋକଙ୍କୁ ଆକ୍ରମଣ କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।
ଜଣେ ଡାକ୍ତର କହିଛନ୍ତି, ଜିମ୍‌ରେ ଝାଳ ବୁହାଉଥିବା ବ୍ୟକ୍ତିଙ୍କ ପାଇଁ ସାଧାରଣତଃ ୧୦ ଏମ୍‌ଏଲ୍‌ ଷ୍ଟେରଏଡ୍‌ ଠିକ୍‌ ଅଛି। ଫଳର ସେ ଜିମ୍‌ରେ ଖଟିବା ସହ ଅତି ହାର୍ଡଓ୍ବାର୍କ ଜିମ୍‌ କରିପାରିବେ। କିନ୍ତୁ ଏହି ଷ୍ଟେରଏଡ୍‌ ପରିମାଣ ୧୨ଏମ୍‌ଏଲ୍‌ଠାରୁ ଅଧିକ ହେଲେ ଉକ୍ତ ବ୍ୟକ୍ତି କାହାକୁ ମାନି ନ ଥାନ୍ତି। ଏପରିକି ଲୁହାରଡ୍‌ ଭାଙ୍ଗିବା ସହ କ’ଣ କରନ୍ତି ତାହା ସେମାନେ ଜାଣି ପାରନ୍ତି ନାହିଁ। ସୌମ୍ୟଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ସୌମ୍ୟ ୧୦ ଏମ୍‌ଏଲ୍‌ରୁ ୩୦ଏମ୍‌ଏଲ୍‌ ଷ୍ଟେରଏଡ ନେଇଛନ୍ତି। ଫଳରେ ମାନସିକ ଚାପ ସହ ଏହାକୁ ସମ୍ଭାଳିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ତାଙ୍କୁ ସମ୍ଭାଳି ନ ପାରିବାରୁ ବାଧ୍ୟ ହୋଇ ଲୋକେ ତାଙ୍କୁ ବାନ୍ଧି ପକାଇଥିଲେ। ବିଶେଷଚ୍‌କରି ଅଧିକ ମାଡ଼ରୁ ତାଙ୍କ ମୃତ୍ୟୁ ଘଟିଥିଲା। ମୁଣ୍ଡ ଏବଂ ଛାତିରେ ମାଡ଼ ହେତୁ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?