ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି। ଏହାର ସିଧାସଳଖ ପ୍ରଭାବ ଭାରତର ସରକାରୀ ତୈଳ କମ୍ପାନୀଗୁଡ଼ିକ ଉପରେ ପଡ଼ିବାରେ ଲାଗିଛି। ଇଣ୍ଡିଆନ ଅଏଲ (IOC), ବିପିସିଏଲ (BPCL) ଏବଂ ଏଚ୍‌ପିସିଏଲ୍‌(HPCL) ଭଳି କମ୍ପାନୀଗୁଡ଼ିକ ପ୍ରତିଦିନ ପ୍ରାୟ ୧,୬୦୦ ରୁ ୧,୭୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି।

ରିପୋର୍ଟ ଅନୁଯାୟୀ, ଗତ ୧୦ ସପ୍ତାହ ମଧ୍ୟରେ ଏହି କମ୍ପାନୀଗୁଡ଼ିକର ମୋଟ କ୍ଷତି (Under-recovery) ୧ ଲକ୍ଷ କୋଟି ଟଙ୍କା ଟପିଗଲାଣି। ଅଶୋଧିତ ତୈଳ ଦର ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଥିଲେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦୁଇ ବର୍ଷ ତଳର ସ୍ଥିତିରେ ରହିଛି।

ପେଟ୍ରୋଲ ଲିଟର ପିଛା ୯୪.୭୭ ଟଙ୍କା ଏବଂ ଡିଜେଲ ୮୭.୬୭ ଟଙ୍କାରେ ବିକ୍ରି ହେଉଛି। ମାର୍ଚ୍ଚ ମାସରେ ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ାଯାଇଥିଲେ ମଧ୍ୟ ଏହା ଏବେ ବି ପ୍ରକୃତ ଖର୍ଚ୍ଚ ତୁଳନାରେ କମ ରହିଛି। ଉପଭୋକ୍ତାଙ୍କ ଉପରୁ ବୋଝ କମାଇବା ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ କମାଇଛନ୍ତି। ପେଟ୍ରୋଲ ଶୁଳ୍କ ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ ପାଇଛି। ଡିଜେଲ ଶୁଳ୍କ ୧୦ ଟଙ୍କାରୁ ଶୂନ (୦) କୁ ହ୍ରାସ ପାଇଛି। ଏହି ପଦକ୍ଷେପ ଯୋଗୁ ସରକାରଙ୍କୁ ମାସିକ ପ୍ରାୟ ୧୪,୦୦୦ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡ଼ୁଛି।

ପଶ୍ଚିମ ଏସିଆ ସଙ୍କଟ ଯୋଗୁ ଭାରତର ଶକ୍ତି ସୁରକ୍ଷା ବାଧାପ୍ରାପ୍ତ ହୋଇଛି। ଅଶୋଧିତ ତୈଳର ୪୦% ଆମଦାନୀ ପ୍ରଭାବିତ ହୋଇଥିବା ବେଳେ LPGର ୯୦% ଆମଦାନୀ ଉପରେ ପ୍ରଭାବ ଏବଂ ପ୍ରାକୃତିକ ଗ୍ୟାସର ଆମଦାନୀ ବାଧାପ୍ରାପ୍ତ ହୋଇଛି।
ଜାପାନ ଏବଂ ବ୍ରିଟେନ ଭଳି ଦେଶରେ ତୈଳ ଦର ୩୦% ବୃଦ୍ଧି ପାଇଥିବାବେଳେ ଭାରତରେ ଏହାକୁ ସ୍ଥିର ରଖାଯାଇଛି।

ତେବେ ତୈଳ ଦର ବୃଦ୍ଧି ଏବେ ଏକ ପ୍ରକାର ଅର୍ନିବାର୍ଯ୍ୟ ହୋଇପଡ଼ିଛି, ଯାହାର ଚୂଡ଼ାନ୍ତ ନିଷ୍ପତ୍ତି ସରକାରଙ୍କ ଉପରେ ର୍ନିଭର କରେ। ଏଭଳି ସ୍ଥିତିରେ ତୈଳ କମ୍ପାନୀଗୁଡ଼ିକୁ କାର୍ଯ୍ୟକାରୀ ପୁଞ୍ଜି (Working Capital) ଯୋଗାଡ଼ କରିବା ପାଇଁ ଅଧିକ ଋଣ କରିବାକୁ ପଡ଼ିପାରେ, ଯାହା ସେମାନଙ୍କର ଭବିଷ୍ୟତ ଯୋଜନା ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନ୍ମଥ ମିଶ୍ର ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

ଜିଲାପାଳଙ୍କ ବଡ଼ ଆହ୍ବାନ: ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗ’ କାର୍ଯ୍ୟକ୍ରମ

ଛତ୍ରପୁର,୧୦।୮୯(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ପବିତ୍ର ସ୍ବାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ଦେଶରେ ‘ଘରେ ଘରେ ତ୍ରିରଙ୍ଗା-୨୦୨୬’ କାର୍ଯ୍ୟକ୍ରମ ପାଳନ…

ବ୍ରହ୍ମପୁର ଚାଲାଣ କରୁଥିଲେ ଗଞ୍ଜେଇ, ବାଟରେ ଧରି ପକାଇଲା ପୋଲିସ, ତା’ପରେ…

ପାରଳାଖେମୁଣ୍ଡି,୧୦।୮ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୋମବାର ସକାଳ ପ୍ରାୟ ୬ଟାରେ ଏସଆଇ ପ୍ରଫୁଲ୍ଲ…

ବଡ଼ ଯା’ ହତ୍ୟା ମାମଲା: ସାନ ଯା’ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri