ମାନିଲା,୧୨ା୫:ଫିଲିପାଇନ୍ସ ଉପରାଷ୍ଟ୍ରପତି ସାରା ଡୁଟେର୍ଟେଙ୍କୁ ବହିଷ୍କାର ପାଇଁ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଦେଶର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ସୋମବାର ସଂଖ୍ୟାଧିକ ଭୋଟରେ ଗୃହୀତ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା, ସରକାରୀ ପାଣ୍ଠିର ଦୁରୁପଯୋଗ ଏବଂ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ସାରାଙ୍କୁ ବହିଷ୍କାର କରିବା ପାଇଁ ମହାଭିଯୋଗ ପ୍ରସ୍ତାବ ଅଣାଯାଇଥିଲା। ପ୍ରସ୍ତାବ ସପକ୍ଷରେ ୨୫୫ ଭୋଟ ପଡ଼ିଥିବାବେଳେ ବିରୋଧରେ ୨୬ ଜଣ ଭୋଟ ଦେଇଥିଲେ ଏବଂ ୯ ଜଣ ଅନୁପସ୍ଥିତ ଥିଲେ। ଏବେ ସାରାଙ୍କ ବିରେଧରେ ୨ଟି ମହାଭିଯୋଗ ପ୍ରସ୍ତାବ ସିନେଟ୍ର ବିଚାର ପାଇଁ ପଠାଯିବ। ସେଠାରେ ତାଙ୍କର ବିଚାର ପାଇଁ ଏକ ଟ୍ରିବ୍ୟୁନାଲ ଡକାଯିବ।

