ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ ଛାତ୍ରୀ ନିଲମ ତ୍ରିପାଠୀ ୪୫୫ (୯୨% )ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି। ନିଲମ ଯୋଗୀସର୍ଡା ଗ୍ରାମର ରାଧାକାନ୍ତ ତ୍ରିପାଠୀଙ୍କ ଝିଅ। ଭବିଷ୍ୟତରେ ୟୁପିଏସସି ପରୀକ୍ଷା ଦେଇ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିବା ନିଲମ କହିଛନ୍ତି।
Dharitri – Odisha’s No.1 Odia Daily

