ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ ନୂତନ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି।

ଏହି ନୂତନ ଟ୍ରେନ୍ (ନମ୍ବର ୧୮୪୦୭/୧୮୪୦୮ ପୁରୀ–କୋରାପୁଟ–ପୁରୀ ଏକ୍ସପ୍ରେସ୍) ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଅନୁଗୋଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମା ଏବଂ ଦାମନଯୋଡ଼ି ଦେଇ ଚଳାଚଳ କରିବ। ଏହାଦ୍ୱାରା ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ପାଇବା ସହ ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଏବଂ ଆଞ୍ଚଳିକ ସୁଗମତା ମିଳିପାରିବ।

ଏହି ଟ୍ରେନ୍ ପ୍ରଚଳନ ଦ୍ୱାରା ପୁରୀ, ଭୁବନେଶ୍ୱର ଏବଂ ଦକ୍ଷିଣ ଓଡ଼ିଶାର ଆଦିବାସୀ ବହୁଳ ଜିଲାଗୁଡ଼ିକ ମଧ୍ୟରେ ଏକ ସିଧାସଳଖ ଏବଂ ସୁବିଧାଜନକ ରେଳ ସଂଯୋଗ ପାଇଁ ଅନେକ ଅବହେଳିତ ଅଞ୍ଚଳର ଲୋକମାନଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି। ଏହି ଟ୍ରେନ୍ ସେବା ତୀର୍ଥସ୍ଥାନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି, ପର୍ଯ୍ୟଟନ ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ସଂଯୋଗ ଯୋଗାଇଦେବ।

ଏହି ନୂତନ ସେବା ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଭଳି ପ୍ରମୁଖ ଜିଲାଗୁଡ଼ିକ ଦେଇ ଗତି କରିବ ଏବଂ ଏହି ଅଞ୍ଚଳର ଯାତ୍ରୀମାନଙ୍କୁ ଉପକୃତ କରିବ। ଏହା ବିଶେଷ କରି କେବିକେ (KBK) ଅଞ୍ଚଳର ଜିଲାଗୁଡ଼ିକ ସହିତ ସଂଯୋଗକୁ ସୁଦୃଢ଼ କରିବ ଏବଂ ରାଜ୍ୟର ପ୍ରମୁଖ ଶିକ୍ଷା, ଚିକିତ୍ସା ଓ ପ୍ରଶାସନିକ କେନ୍ଦ୍ରଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚିବା ସହଜ କରିବ।

ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୋଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, ଟିକିରି, ଲକ୍ଷ୍ମୀପୁର ରୋଡ଼, କାକିରିଗୁମା ଏବଂ ଦାମନଯୋଡ଼ି ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହଣି କରିବ।

ଏହି ନୂତନ ଟ୍ରେନ୍ ଉପକୂଳ ଓଡ଼ିଶା ଏବଂ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲାଗୁଡ଼ିକ ମଧ୍ୟରେ ଯାତାୟାତରେ ଉନ୍ନତି ଆଣି ଆଞ୍ଚଳିକ ସମନ୍ୱୟ ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ଯଥେଷ୍ଟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହି ସେବା ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଏବଂ କୋରାପୁଟ ଓ ରାୟଗଡ଼ାର ମନୋରମ ତଥା ଆଦିବାସୀ ଅଞ୍ଚଳ ଭ୍ରମଣରେ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଏକ ନିରନ୍ତର ସଂଯୋଗ ପ୍ରଦାନ କରିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ ମା’ଙ୍କ ସମ୍ପତ୍ତିରେ ନାହିଁ ପୁଅଙ୍କ ଅଧିକାର!

ଚେନ୍ନାଇ,୧୭।୧୧: ଅନେକ ଲୋକଙ୍କର ଏପରି ଧାରଣା ଥାଏ ଯେ, ଆଇନଗତ ଉତ୍ତରାଧିକାରୀ ଭାବରେ ମାତାପିତାଙ୍କ ମୃତ୍ୟୁ ପରେ ସେମାନଙ୍କ ସନ୍ତାନମାନେ ସ୍ବତଃ ହିଁ ମାତାପିତାଙ୍କ ସମ୍ପତ୍ତି ଉପରେ…

ଡେବ୍ରିଗଡ଼ରେ ଠାବ ମହାବଳ ବାଘର ମଳିଲା ପରିଚୟ, ବୟସ ସ୍ପଷ୍ଟ କଲା ଏନଟିସିଏ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଓଡ଼ିଶାର ଡେବ୍ରିଗଡ଼ ଅଭୟାରଣ୍ୟରେ ଗତ ନଭେମ୍ବର ୯ ତାରିଖରେ ପ୍ରଥମ ଥର ପାଇଁ ଠାବ ହୋଇଥିବା ଅଣ୍ଡିରା ବାଘର ପରିଚୟ ଓ ବୟସ ଜାତୀୟ…

ମାଛ ଧରୁଥିଲେ ଧର୍ମପଦ: ଟାଣିନେଲା କୁମ୍ଭୀର, ଆଉ ତା’ପରେ ଯାହା ଘଟିଲା…

ମହାକାଳପଡ଼ା,୧୭।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ପୁଣି କୁମ୍ଭୀର ଆତଙ୍କ। ନଦୀରେ ଡଙ୍ଗାରେ ଜାଲ ପକାଇ ମାଛ ଧରୁଥିବା ବେଳେ ଜଣେ ଯୁବ ମତ୍ସ୍ୟଜୀବୀଙ୍କୁ ଆକ୍ରମଣ କରିଛି…

ରିଟେନ୍ସନ ପୂର୍ବରୁ SRH ଫ୍ୟାନ୍‌ଙ୍କୁ ବଡ଼ ଝଟକା! IPL ୨୦୨୭ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଓପନର୍‌, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୧୧: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର୍‌ ଟ୍ରାଭିସ ହେଡ୍‌ IPL ୨୦୨୭ରେ ଖେଳିବେ ନାହିଁ। ଏହାର ଅର୍ଥ ଆଗାମୀ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ (SRH) ପକ୍ଷରୁ ଅଭିଷେକ ଶର୍ମା…

ମୃତ୍ୟୁକୁ ଆମନ୍ତ୍ରଣ କରୁଛି ଖୋଲା ଟ୍ରାନ୍ସଫର୍ମର, ତେଜୁଛି ଜନଅସନ୍ତୋଷ

କର୍ଲାମୁଣ୍ଡା:୧୭।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗାଁ ବସ୍ତିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିନା…

ବରଗଡ଼ରେ କିଷାନ୍ ମହାପଞ୍ଚାୟତ: ରାଲିରେ ସାମିଲ ହେଲେ ରାଷ୍ଟ୍ରୀୟ କୃଷକ ନେତା

ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ):କୃଷକଙ୍କ ହକ୍, ଅଧିକାର ପାଇଁ ମଙ୍ଗଳବାର ବରଗଡ଼ ସହରରେ କିଷାନ୍ ମହାପଞ୍ଚାୟତ ଆୟୋଜିତ ହୋଇଛି। ଏଥିରେ ଅନେକ ରାଷ୍ଟ୍ରୀୟ କୃଷକ ନେତାଙ୍କ ସମେତ ହଜାର ହଜାର…

‘ଆଜି ବିଶ୍ୱକୁ ଅଧିକ ଶାନ୍ତି, ସ୍ଥିରତା ଏବଂ ନିଶ୍ଚିତତାର ଆବଶ୍ୟକତା ରହିଛି,’ ୨୩ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ମୋଦି

ମନିଲା,୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ମଙ୍ଗଳବାର (ନଭେମ୍ବର ୧୭) ସମ୍ମିଳନୀର ଆରମ୍ଭରେ ସେ କହିଲେ ଯେ ଆମ ପାଖରେ…

ଇକୋ ରିଟ୍ରିଟ ବୁଲିଲେ କନ୍ଧମାଳ ସାଂସଦ: ଶୁଣିଲେ ଲୋକଙ୍କ ଅଭିଯୋଗ, ଦେଲେ ବଡ଼ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି, ୧୭।୧୧ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ପର୍ଯ୍ୟଟନ ଭିତ୍ତିଭୂମି ଓ ବିକାଶ ସମ୍ଭାବନାକୁ ନେଇ ଆଲୋଚନା କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?