ଚାଇନାରେ ପହଞ୍ଚୁ ପହଞ୍ଚୁ ଟ୍ରମ୍ପଙ୍କ ଘୋର ଅପମାନ! ସ୍ବାଗତ କରିବାକୁ ଆସିଲେନି…

ବେଜିଂ,୧୩।୫: ଚାଇନାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅପମାନ। ଦୁଇ ଦିନିଆ ସରକାରୀ ଗସ୍ତରେ ଚାଇନାରେ ପହଞ୍ଚିଥିବା ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ବିମାନବନ୍ଦରକୁ ଯାଇ ନ ଥିବା ଦେଖିବାକୁ ମିଳିଛି। ଏହା ବଦଳରେ ସେ ଉପରାଷ୍ଟ୍ରପତି ହାନ ଜେଙ୍ଗଙ୍କୁ ପଠାଇଛନ୍ତି। ବେଜିଂ ବିମାନବନ୍ଦରରେ ଟ୍ରମ୍ପଙ୍କ ସ୍ବାଗତ ଲାଗି ଉପରାଷ୍ଟ୍ରପତିଙ୍କ ସହ ଆମେରିକା ରାଷ୍ଟ୍ରଦୂତ ଡେଭିଡ ପର୍ଡ୍ୟୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଚାଇନା ଧଳା ଏବଂ ନୀଳ ରଙ୍ଗର ପୋଷାକ ପିନ୍ଧିଥିବା ୩୦୦ ଯୁବକଙ୍କୁ ମୁତୟନ କରିଥିଲା। ବିମାନବନ୍ଦରରେ ଏକ ବ୍ୟାଣ୍ଡ ପାର୍ଟି ମଧ୍ୟ ଉପସ୍ଥିତ ଥିଲେ।
चीन में उतरते ही डोनाल्ड ट्रंप की बेइज्जती! एयरपोर्ट पर स्वागत के लिए नहीं आए राष्ट्रपति जिनपिंग
ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ୟୁଏଇ (UAE), ଇସ୍ରାଏଲ, ସୌଦି ଆରବ ଏବଂ କତାର ଭଳି ଦେଶ ଗସ୍ତ କରିଥିଲେ, ଯେଉଁଠାରେ ସେହି ଦେଶର ରାଷ୍ଟ୍ରମୁଖ୍ୟମାନେ ତାଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ନିଜେ ଉପସ୍ଥିତ ଥିଲେ। ଟ୍ରମ୍ପଙ୍କ ପାଇଁ ଏହା ଏକ ଅପମାନ ସଦୃଶ, କାରଣ ଆମେରିକାରୁ ବାହାରିବା ସମୟରେ ସେ ଜିନପିଙ୍ଗଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ।
ଚାଇନାର ପ୍ରୋଟୋକଲ ଅନୁଯାୟୀ, କୌଣସି ବିଦେଶୀ ନେତାଙ୍କୁ ସ୍ବାଗତ କରିବା ପାଇଁ ରାଷ୍ଟ୍ରପତି ବିମାନବନ୍ଦର ଯାଆନ୍ତି ନାହିଁ। ପୂର୍ବରୁ ରୁଷିଆ ରାଷ୍ଟ୍ରପତି ପୁଟିନ ଏବଂ କୋରିଆ ନେତା କିମ ଜୋଙ୍ଗ ଉନ ଚାଇନା ଆସିଥିବା ବେଳେ ମଧ୍ୟ ଜିନପିଙ୍ଗ ସ୍ବାଗତ ପାଇଁ ଯାଇ ନ ଥିଲେ। ରିପୋର୍ଟ ଅନୁଯାୟୀ, ସାଧାରଣତଃ ଏହି ଦାୟିତ୍ୱ ବିଦେଶ ମନ୍ତ୍ରୀଙ୍କୁ ଦିଆଯାଇଥାଏ, କିନ୍ତୁ ଟ୍ରମ୍ପଙ୍କୁ ସ୍ବତନ୍ତ୍ର ସମ୍ମାନ ଦେବା ପାଇଁ ଜିନପିଙ୍ଗ ନିଜ ଉପରାଷ୍ଟ୍ରପତିଙ୍କୁ ପଠାଇଛନ୍ତି। ଶେଷଥର ପାଇଁ ୨୦୦୯ରେ ଜିନପିଙ୍ଗ ଓବାମାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଯାଇଥିଲେ, କିନ୍ତୁ ସେତେବେଳେ ସେ ନିଜେ ଚାଇନାର ଉପରାଷ୍ଟ୍ରପତି ଥିଲେ।
ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହି ଚୀନ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ଗସ୍ତର ମୁଖ୍ୟ କାରଣଗୁଡ଼ିକ ଭିତରେ ରହିଛି କୃତ୍ରିମ ବୁଦ୍ଧିମତା (AI) ଏବଂ ’ରେୟାର୍‌ ଆର୍ଥ ମିନେରାଲ୍ସ’କୁ ନେଇ ଦୁଇ ଦେଶ ମଧ୍ୟରେ ବଡ଼ ଧରଣର ଚୁକ୍ତି ହୋଇପାରେ। ବାଣିଜ୍ୟ କାରବାର ଏବଂ ଟ୍ୟାରିଫ ସୀମାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ଚାଇନା ଓ ତାଇୱାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଟ୍ରମ୍ପଙ୍କ ଏହି ଗସ୍ତରେ ଚାଇନାର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରେ। ୨୦୨୭ ସୁଦ୍ଧା ଚାଇନା ତାଇୱାନ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକା ଆଶଙ୍କା କରୁଛି।

ବର୍ତ୍ତମାନ ଆମେରିକା ଇରାନ ସହ ସଂଘର୍ଷରେ ଫସି ରହିଛି। ଚାଇନାର ଇରାନ ସହ ଭଲ ସମ୍ପର୍କ ଥିବାରୁ, ଏହି ସମସ୍ୟାର ସମାଧାନ ପାଇଁ ଟ୍ରମ୍ପ ଜିନପିଙ୍ଗଙ୍କ ସହାୟତା ଲୋଡ଼ିପାରନ୍ତି। ଟ୍ରମ୍ପଙ୍କ ସହିତ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ୍‌, ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଅନେକ ବଡ଼ ଶିଳ୍ପପତି ମଧ୍ୟ ବେଜିଂ ଗସ୍ତରେ ଯାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?