ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାସେ ହେଲା ଅଚଳ ହୋଇପଡ଼ିଛି। ବାରମ୍ବାର ଦାବି ପରେ ମଧ୍ୟ ଏହାର ମରାମତି ହେଉ ନ ଥିବା ଅଭିଯୋଗ ହେଉଛି। ତେଣୁ ସମ୍ପ୍ରତି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ତୁରନ୍ତ ଗ୍ରାମର ଏହି ପାନୀୟ ଜଳ ପ୍ରକଳ୍ପକୁ ମରାମତି କରି ଲୋକଙ୍କୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଚୁବୁକାଦାଦର ଗୋଟିଏ ୱାର୍ଡ ବିଶିଷ୍ଟ। ଏହି ଗ୍ରାମର ଲୋକ ସଂଖ୍ୟା ପ୍ରାୟ ୪ ଶହରୁ ଅଧିକ। ଖରା ଯୋଗୁ ଗ୍ରାମରେ ପ୍ରତିବର୍ଷ ପାନୀୟ ଜଳ ସମସ୍ୟା ଦେଖା ଦେଉଥିଲା। ଏଣୁ ବିଭାଗ ପକ୍ଷରୁ ଗ୍ରାମରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇଥିଲା। ଏଥିପାଇଁ ଗଁା ମୁଣ୍ଡରେ ଏକ ଓଭର ହେଡ ପାଣି ଟାଙ୍କି ସହ ନିକଟସ୍ଥ ଏକ କୂଅରେ ବୋରୱେଲ ମଧ୍ୟ ଖନନ ହୋଇଥିଲା। ଗ୍ରାମରେ ପାଇପ ଲାଇନ ବିଛାଇ ବିଭିନ୍ନସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଥିଲା। ପ୍ରକଳ୍ପ ଚାଲିଲା ପରେ ଗଁାକୁ ଜଳ ଯୋଗାଣ ହେଉଥିଲା। ମାତ୍ର ମାସେ ହେଲା ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଏହାସହ ବିଭିନ୍ନସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗିଯାଇଛି। ଆଉ କେତେକ ସ୍ଥାନରେ ପାଇପ ଲାଇନ ଫାଟି ଯାଇଛି। ଫଳରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରୁନାହିଁ। ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗଁାରେ ଥିବା କୂପ, ପୋଖରୀ, ନାଳ ଆଦି ଜଳାଶୟ ଶୁଖିଲା ପଡ଼ିଛି। ଗ୍ରାମରେ ଥିବା ନଳକୂପ ମଧ୍ୟରୁ କେତେକ ଅଚଳ ହୋଇ ପଡ଼ିଛି। ଆଉ କେତେକରୁ ଆବଶ୍ୟକଠାରୁ କମ ପାଣି ବାହାରୁଛି। ଅନ୍ୟ କେତେଗୋଟି ନଳକୂପରୁ ଫ୍ଲୋରାଇଡ ଓ ଲୌହ ଯୁକ୍ତ ପାଣି ବାହାରୁଥିବା ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ଲୋକେ ପାନୀୟ ଜଳ ସହିତ ସ୍ନାନ, ଶୌଚ, ରୋଷେଇ ପାଇଁ ପାଣି ନ ପାଇ ହଇରାଣ ହେଉଛନ୍ତି। ଏହା ବ୍ୟତୀତ ଗ୍ରାମର ଗୃହପାଳିତ ପ୍ରାଣୀଙ୍କ ଅବସ୍ଥା ଆହୁରି ସଙ୍ଗୀନ ହୋଇପଡୁଛି। ଗ୍ରାମର ଜଳାଶୟଗୁଡ଼ିକ ମଧ୍ୟ ପୁନରୁଦ୍ଧାର କରାଯାଉ ନ ଥିବାରୁ ପ୍ରତିବର୍ଷ ଗ୍ରୀଷ୍ମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଥାଏ। ଲୋକେ ବାଧ୍ୟ ହୋଇ ଗଁା ମୁଣ୍ଡରେ ଥିବା ଏକ କୂପରୁ ପାଣି ନେଉଛନ୍ତି। ଫଳରେ ଅନେକ ସମୟରେ ପାଣି ଆଗ ନେବାକୁ କୂପ ନିକଟରେ ପାଟତୁଣ୍ଡ ହେଉଛି। ଏ ନେଇ ପ୍ରକଳ୍ପରୁ ଜଳ ଯୋଗାଣ କରିବା ଦାୟିତ୍ୱରେ ଥିବା ସତ୍ୟ ପଧାନଙ୍କୁ ପଚାରିବାରେ ଗ୍ରାମର କେତେଜଣ ଲୋକ ପାଇପ ଭାଙ୍ଗି ବାଇପାସ କରି ପାଣି ନେଉଥିବାରୁ ତଳମୁଣ୍ଡର ଲୋକେ ପାଣି ପାଉନାହାନ୍ତି। ଏଥିସହ ଏବେ ମଟର ଖରାପ ହୋଇପଡ଼ିଛି। ଏହାର ମରାମତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ମଟର ମରାମତି ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ବୀରମହାରାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ମଞ୍ଜୁଲତା ଗୌଡଙ୍କୁ ପଚାରିବାରେ ଏହାକୁ ମରାମତି କରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଶୀଘ୍ର କରାଯିବ ବୋଲି ସେ କରିଛନ୍ତି। ତେବେ ପ୍ରଶାସନ, ଜନ ପ୍ରତିନିଧି ଓ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଗ୍ରାମର ପାନୀୟ ଜଳ ଯୋଗାଣ ସମସ୍ୟା ଦୂର କରି ସାଧାରଣଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?