ସ୍କଟ୍‌ଲାଣ୍ଡରେ ୫,୦୦୦ ବର୍ଷର କୃତ୍ରିମ ଦ୍ୱୀପ ଆବିଷ୍କୃତ

ଏଡିନବର୍ଗ, ୧୪ା୫:ସ୍କଟ୍‌ଲାଣ୍ଡରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ରହସ୍ୟମୟ କୃତ୍ରିମ ଦ୍ୱୀପର ସନ୍ଧାନ ପାଇଛନ୍ତି, ଯାହା ୫,୦୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଅନୁମାନ କରାଯାଉଛି। ଏହି ଆବିଷ୍କାର ପ୍ରାଗୈତିହାସିକ ଯୁଗର ନିର୍ମାଣ କୌଶଳ ଓ ସେ ସମୟର ସମାଜ ବିଷୟରେ ଅନେକ ନୂତନ ତଥ୍ୟ ସାମ୍ନାକୁ ଆଣିଛି। ଏହି ପ୍ରାଚୀନ ଗଢ଼ଣ ସଂରଚନାକୁ ‘କ୍ରାନୋଗ’ କୁହାଯାଏ। ଏହା ହେଉଛି ହ୍ରଦ ବା ନଦୀ ମଧ୍ୟରେ ପଥର, କାଠ ଏବଂ ବୁଦା ସାହାଯ୍ୟରେ ନିର୍ମିିତ ଏକ କୃତ୍ରିମ ଦୀପ। ସ୍କଟ୍‌ଲାଣ୍ଡର ‘ଆଇଲ ଅଫ୍‌ ଲୁଇସ୍‌’ର ‘ଲୋକ୍‌ ଭୋରଗାଷ୍ଟାଇଲ’ଠାରେ ଏହି ବିଶେଷ ଦ୍ୱୀପଟି ମିଳିଛି। ପୂର୍ବରୁ ବିଶେଷଜ୍ଞମାନେ ମନେ କରୁଥିଲେ ଯେ ଏହିଭଳି ନିର୍ମାଣ ଲୌହ ଯୁଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୮୦୦) ସମୟର। କିନ୍ତୁ ନୂତନ ଗବେଷଣା ଏହାକୁ ବହୁ ପୁରାତନ ବୋଲି ପ୍ରମାଣିତ କରିଛି।
ୟୁନିଭରସିଟି ଅଫ୍‌ ସାଉଥମ୍ପଟନ ଏବଂ ୟୁନିଭରସିଟି ଅଫ୍‌ ରିଡିଙ୍ଗ୍‌ର ଗବେଷକମାନେ ଏହି ସ୍ଥାନର ଅନୁଧ୍ୟାନ ପାଇଁ ଅତ୍ୟାଧୁନିକ ଇମେଜିଂ ଟେକ୍ନୋଲୋଜି, ଜଳମଗ୍ନ ସର୍ଭେ ଏବଂ ଖନନ ପ୍ରକ୍ରିୟାର ସହାୟତା ନେଇଥିଲେ। ଗବେଷଣାରୁ ଜଣାପଡ଼ିଛି, ଏହି ଦ୍ୱୀପଟି ପ୍ରାୟ ୨୩ ମିଟର ଚଉଡ଼ା ଏକ ବିଶାଳ କାଠ ପ୍ଲାଟଫର୍ମ ଉପରେ ଠିଆ ହୋଇଥିଲା। ଏହାର ମୂଳଦୁଆ କାଠ ଓ ବୁଦା ଦାରା ପ୍ରସ୍ତୁତ କରାଯାଇ ତା’ ଉପରେ ପଥର ପକାଯାଇଥିଲା। ଅଗଭୀର ଜଳରେ ସ୍ପଷ୍ଟ ଚିତ୍ର ନେବା ବେଶ୍‌ କଷ୍ଟକର। ପଙ୍କ, ପ୍ରତିଫଳିତ ଆଲୋକ ଏବଂ ଭାସୁଥିବା ଜଳଜ ଉଦ୍ଭିଦ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା, ବୋଲି ସାମୁଦ୍ରିକ ପ୍ରତ୍ନତତ୍ତ୍ୱବିତ୍‌ ଫ୍ରେଜର ଷ୍ଟାର୍ଟ ପ୍ରକାଶ କରିଛନ୍ତି। ରେଡିଓକାର୍ବନ ଡେଟିଂରୁ ଜଣାପଡ଼ିଛି ଯେ ଏହି ଦ୍ୱୀପ ଖ୍ରୀଷ୍ଟପୂର୍ବ ୩୬୪୦ ରୁ ୩୩୬୦ ମଧ୍ୟରେ ନିର୍ମିତ ହୋଇଥିଲା। ଏହାର ଅର୍ଥ ହେଉଛି, ଏହା ବିଶ୍ୱପ୍ରସିଦ୍ଧ ଷ୍ଟୋନହେଞ୍ଜଠାରୁ ମଧ୍ୟ ପୁରୁଣା। ଉକ୍ତ ସ୍ଥାନରୁ ଶତାଧିକ ନିଓଲିଥିକ (ନୂତନ ପ୍ରସ୍ତର ଯୁଗ) ମାଟିପାତ୍ର ମିଳିଛି। ଏଥିରୁ ଅନୁମାନ କରାଯାଉଛି, ଏହି ସ୍ଥାନଟି ସେ ସମୟରେ ସାମାଜିକ ସମାବେଶ, ଧାର୍ମିକ ରୀତିନୀତି କିମ୍ବା ଗୋଷ୍ଠୀ ଭୋଜି ପାଇଁ ବ୍ୟବହୃତ ହେଉଥିଲା।
ଗବେଷକମାନଙ୍କ ମତରେ, ଏହି ଆବିଷ୍କାର ବ୍ରିଟେନର ନିଓଲିଥିକ ସମୁଦାୟ ବିଷୟରେ ପୂର୍ବରୁ ଥିବା ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଏକ ହ୍ରଦ ମଝିରେ ଦ୍ୱୀପ ତିଆରି କରିବା ପାଇଁ ଯେଉଁ ପରିମାଣର ପରିଶ୍ରମ ଓ ଯୋଜନା ଆବଶ୍ୟକ, ତାହା ପ୍ରମାଣ କରୁଛି ଯେ ସେତେବେଳର ସମାଜ ବହୁତ ସଂଗଠିତ ଏବଂ ନିର୍ମାଣ ଶୈଳୀରେ ଅତି ଉନ୍ନତ ଥିଲା। ସ୍କଟ୍‌ଲାଣ୍ଡ୍‌ ଏବଂ ଆୟର୍ଲାଣ୍ଡରେ ଏଭଳି ଆହୁରି ଅନେକ ଦ୍ୱୀପ ରହିଛି, ଯାହାର ରହସ୍ୟ ଖୋଲିଲେ ଇତିହାସର ନୂଆ ଅଧ୍ୟାୟ ସୃଷ୍ଟି ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?