ଭିଣୋଇଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଗିରଫ ହେଲେ ଶଳା

ମହାକାଳପଡ଼ା, ୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସି ଗ୍ରାମର ମନୋରଞ୍ଜନ ଗିରିଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିବା ଘଟଣାରେ ପୋଲିସ ତାଙ୍କ ଶାଳକ ନାରାୟଣ ମାନ୍ନାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, ମନୋରଞ୍ଜନ ଜମ୍ବୁ ଗ୍ରାମର ସାରଥି ମାନ୍ନାଙ୍କୁ ୧୪ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପିଲା ଅଛନ୍ତି। ହେଲେ ପ୍ରାୟ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ସ୍ତ୍ରୀଙ୍କୁ ପ୍ରାୟ ସମୟରେ ମାଡ଼ ମାରିବା ସହ ମାରିଦେବା ପାଇଁ ମନୋରଞ୍ଜନ ଧମକ ଦେଉଥିବା ଅଭିଯୋଗ ହେଉଥିଲା। ଫଳରେ ଦେଢ଼ବର୍ଷ ହେଲା ସାରଥି ନିଜ ବାପଘର ଜମ୍ବୁରେ ରହିଥିଲେ। କିଛି ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ହୋଇ ସାରଥି ଖରିନାସି ଆସି ଶାଶୁଘରକୁ ଫେରିଥିଲେ। ଦୁଇ ଦିନ ପୂର୍ବରୁ ସାରଥିଙ୍କୁ ସ୍ବାମୀ ମନୋରଞ୍ଜନ ମାଡ଼ ମାରିବା ସହ ଗୋଡ଼ହାତ ବାନ୍ଧି ଡିଜେଲ ଢାଳି ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ବାପଘର ଲୋକ ଓ କେତେଜଣ ପଡ଼ୋଶୀ ସଂଘବଦ୍ଧ ଭାବେ ଆସି ମନୋରଞ୍ଜନଙ୍କୁ ଘରୁ ଘୋଷାଡ଼ି ଆଣି ବିଚ୍‌ରାସ୍ତାରେ ହାତ ବାନ୍ଧି ମାଡ଼ ମାରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଉଭୟ ସ୍ତ୍ରୀ ଓ ସ୍ବାମୀ ଆହତ ହୋଇ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପୃଥକ୍‌ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା(ନଂ.୮୧/ ୨୬, ୮୨/୨୬) ରୁଜୁ କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ: ଲଘୁ ବନଜାତ ଦ୍ରବ୍ୟ ପ୍ରଚାରପ୍ରସାର ପାଇଁ ବଡ଼ ପଦକ୍ଷେପ ନେଲେ ବିଧାୟକ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା…

ନଳକୂପ,ସୌରଚାଳିତ ପ୍ରକଳ୍ପ ଅଚଳ: ଚୁଆପାଣି ଭରସାରେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୧୩ା୫(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଗ୍ରାମରେ ବସବାସ କରୁଥିବା ୪୮ ପରିବାର ପାଇଁ ଥିବା ୨ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ରହିଛି। ଅନ୍ୟଟିରୁ ଗୋଳିଆ ପାଣି ବାହାରୁଛି।…

ବଢିବ କି ପେଟ୍ରୋଲ-LPG ରେଟ୍‌? ଆଜି ବଡ଼ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୩।୫: ଆଜି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର । ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା…

ପୁଣି ଅସୁସ୍ଥ ସୋନିଆ ଗାନ୍ଧୀ: ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୩।୫: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନିଆ ଗାନ୍ଧୀଙ୍କ ସହିତ ତାଙ୍କ ପୁଅ…

ଓଡ଼ଗାଁ ହତ୍ୟା: ସିନ୍‌ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…

ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…

ଖାଲି ବସ୍ତା ଯୋଗାଣରେ ବ୍ୟାପକ ଦୁର୍ନୀତି: ଅଭିଯୋଗ ଆଣିଲା ରାଜ୍ୟ ମିଲ ମାଲିକ ସଂଘ

କେସିଙ୍ଗା,୧୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେ ଥିବା ରାଇସ ମିଲ ଗୁଡିକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଯୋଗାଉଥିବା ନୂଆ ଖାଲି ବସ୍ତା ନିମ୍ନମାନର ବୋଲି…

ବିଜୟଙ୍କ ବଡ଼ ବିଜୟ, ବିଧାନସଭାରେ ପାଇଲେ ୧୪୪ ବିଧାୟକଙ୍କ ସମର୍ଥନ

ଚେନ୍ନାଇ,୧୩।୫: ବିଜୟ ଥାଲାପଥୀ ତାମିଲନାଡୁ ବିଧାନସଭାରେ ଅଗ୍ନି ପରୀକ୍ଷା ଫ୍ଲୋର ଟେଷ୍ଟ ସଫଳତାର ସହ ପାସ କରିଛନ୍ତି। ବିଜୟ ସରକାର ଫ୍ଲୋର ଟେଷ୍ଟରେ 144 ବିଧାୟକଙ୍କ ସମର୍ଥନ…

ସୁନା ଉପରେ ଆମଦାନୀ ଶୁଳ୍କ ବଢାଇଲେ ସରକାର, ଏବେ କ’ଣ ପେଟ୍ରୋଲ-ଡିଜେଲର ବି ବଢିବ ଦାମ୍‌? ଜାଣନ୍ତୁ ତାଜା ଅପଡେଟ

ନୂଆଦିଲ୍ଲୀ,୧୩।୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ଏବଂ ବ୍ୟାପକ କଟକଣା ଅଭିଯାନର ଅଂଶ ସୱରୂପ ଆଗାମୀ ବର୍ଷ ପାଇଁ ଅଣ-ଅତ୍ୟାବଶ୍ୟକୀୟ ସୁନା କ୍ରୟ କରିବାରୁ ନିବୃତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri