ଆତଙ୍କବାଦୀଙ୍କ ଟାର୍ଗେଟରେ କପିଲ ଶର୍ମା! ପୁଣିଥରେ କାଫେ ଉପରେ ଗୁଳିମାଡ଼କୁ ନେଇ ହଇଚଇ, ଧମକରେ… 

ମୁମ୍ବାଇ: ପୁଣି ଅଡ଼ୁଆରେ କମେଡିଆନ୍‌ ତଥା ଅଭିନେତା କପିଲ ଶର୍ମା। କାନାଡ଼ାର ସରେରେ ଥିବା ତାଙ୍କ ‘କାପ୍ସ’ କାଫେ ଉପରେ ଗୁଳିମାଡ଼ କରାଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଭଳି କାଣ୍ଡ ପଛରେ ଗୋଲ୍ଡି ଢ଼ିଲ୍ଲୋ ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଥିବା ସ୍ପଷ୍ଟ ହୋଇଛି। ଗ୍ୟାଙ୍ଗ ଏକ ପୋଷ୍ଟରେ କପିଲ ଶର୍ମାଙ୍କୁ ଧମକ ଦେଇ ପରବର୍ତ୍ତୀ ଆକ୍ରମଣ ମୁମ୍ବାଇରେ ହେବ ବୋଲି କହିଛି।
କାଫେ ଉପରେ ଗୁଳିମାଡ଼ ପରେ ଗୋଲ୍ଡି ଢିଲ୍ଲୋଂ ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ ଲେଖାଯାଇଛି, ଜୟ ଶ୍ରୀ ରାମ। ରାମ ରାମ ସମସ୍ତ ଭାଇମାନଙ୍କୁ। ଆଜି କପିଲ ଶର୍ମାଙ୍କ କାପ୍ସ କାଫେ, ସରେରେ ହୋଇଥିବା ଗୁଳିଚାଳନାର ଦାୟିତ୍ୱ ମୁଁ ଗୋଲ୍ଡି ଢିଲ୍ଲୋଂ ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଉଛୁ। ଆମେ ତାଙ୍କୁ ଫୋନ କରିଥିଲୁ, କିନ୍ତୁ ସେ ଜବାବ ଦେଇ ନ ଥିଲେ। ତେଣୁ ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଲା। ଯଦି ଏବେ ବି ସେ ଜବାବ ନ ଦିଅନ୍ତି, ତେବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ମୁମ୍ବାଇରେ ଶୀଘ୍ର ହେବ।’ ଏହାପରେ ମୁମ୍ବାଇ ପୁଲିସ ଏହି ଧମକପୂର୍ଣ୍ଣ ସୋସିଆଲ ମିଡିଆ ପୋଷ୍ଟକୁ ଯାଞ୍ଚ କରୁଛି।
କପିଲଙ୍କ କାଫେ ଉପରେ ଏଥର ୬ ରାଉଣ୍ଡ ଗୁଳି ଚାଳନା କରାଯାଇଛି। ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ଆକ୍ରମଣ ପରେ ସରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଏକ ମାସ ମଧ୍ୟରେ କାପ୍ସ କାଫେ ଉପରେ ଏହା ଦ୍ୱିତୀୟ ଆକ୍ରମଣ।
ଗତ ମାସରେ କପିଲ ଶର୍ମାଙ୍କ କନାଡାରେ ଥିବା ‘କାପ୍ସ କାଫେ’ ଉପରେ ଆଖିବୁଜା ଗୁଳିଚାଳନା ହୋଇଥିଲା। ସେହି ଆକ୍ରମଣରେ ମଧ୍ୟ କେହି ଆହତ ହୋଇ ନ ଥିଲେ। ସେତେବେଳେ ଆକ୍ରମଣକାରୀମାନେ ଏକ ଭିଡିଓ ଜାରି କରିଥିଲେ। ଆକ୍ରମଣର ୧୦ ଦିନ ପରେ କାଫେ ପୁନର୍ବାର ଖୋଲା ଯାଇଥିଲା।
ଅପରପକ୍ଷେ କପିଲ ଏବେ ତାଙ୍କ କମେଡି ସୋ ‘ଦ ଗ୍ରେଟ ଇଣ୍ଡିଆନ କପିଲ ଶୋ’ରେ ବ୍ୟସ୍ତ ଅଛନ୍ତି। ଏହାର ଦ୍ୱିତୀୟ ସିଜନ ନେଟଫ୍ଲିକ୍ସରେ ଷ୍ଟ୍ରିମ ହେଉଛି ଏବଂ ଅନେକ ଏପିସୋଡ ପ୍ରସାରିତ ହୋଇସାରିଛି। ଆଗାମୀ ଏପିସୋଡରେ ଶିଲ୍ପା ଶେଟ୍ଟୀ, ଶମିତା ଶେଟ୍ଟୀ, ହୁମା କୁରେଶୀ ଏବଂ ସାକିବ ସଲିମ ନଜର ଆସିବେ। ଏହି ଏପିସୋଡ ଆସନ୍ତା ଶନିବାର ରାତି ୮ଟାରୁ ନେଟଫ୍ଲିକ୍ସରେ ଷ୍ଟ୍ରିମ ହେବ।

Enter your email to get our daily news in your inbox.

All Right Reserved By Dharitri.Com

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri