Posted inଖେଳ

ଚେନ୍ନାଇ ସୁପର କିଙ୍ଗ୍ସର ବଡ଼ ବିଜୟ

ଚେନ୍ନାଇ,୧୦ା୫: ଉର୍ଭିଲ ପଟେଲଙ୍କ ଯୁଗ୍ମ ଦ୍ରୁତତମ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୫ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଲକ୍ଷ୍ନୌ ଦ୍ୱାରା ପ୍ରଦତ୍ତ ୨୦୪ ରନର ଟାର୍ଗେଟକୁ ସିଏସ୍‌କେ ୧୯.୨ ଓଭରରେ ୫ ଉଇକେଟ ହାସଲ କରି ନେଇଥିଲା। ୨୦୦ରୁ ଊର୍ଦ୍ଧ୍ୱ ଟାର୍ଗେଟର ପିଛା କରିବାରେ ୨୦୧୯ ପରେ ଏହା ସିଏସ୍‌କେର ପ୍ରଥମ ବିଜୟ। ଏହି ବିଜୟ ଯୋଗୁ ଚେନ୍ନାଇ ୧୨ ପଏଣ୍ଟ ସହ ପଞ୍ଚମ ସ୍ଥାନକୁ ଉଠିଥିବା ବେଳେ ଲକ୍ଷ୍ନୌ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଛି।

ପାଇଁ ବ୍ୟାଟିଂ କରିଥିବା ଲକ୍ଷ୍ନୌର ସ୍କୋରକୁ ଜୋଶ ଇଙ୍ଗଲିସ ଏକାକୀ ପାଓ୍ବାରପ୍ଲେରେ ୯୧/୧ରେ ପହଞ୍ଚାଇଥିଲେ। ଏହାପରେ ଦଳ ୫୫ ରନ ମଧ୍ୟରେ ୫ ଉଇକେଟ ହରାଇଥିଲା। ଫଳରେ ଦଳ ୧୪.୨ ଓଭର ସୁଦ୍ଧା ଲକ୍ଷ୍ନୌ ୧୪୭ ରନରେ ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଶେଷ ଆଡ଼କୁ ଶେହବାଜ ଅହମଦ (୪୩ ରନ, ୨୫ ବଲ, ୩ ଲେଖାଏ ଚୌକା ଓ ଛକା) ଓ ହିମତ ସିଂ (୧୭) ସପ୍ତମ ଉଇକେଟରେ ୫୦ ରନ ଯୋଡ଼ି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଫଳରେ ଲକ୍ଷ୍ନୌ ୨୦ ଓଭରରେ ୮ ଉଇକେଟ ହରାଇ ୨୦୩ ରନ କରିଥିଲା। ଦଳ ପାଇଁ ଇଙ୍ଗଲିସ ୩୩ ବଲରେ ୮୫ (୧୦ ଚୌକା ଓ ୬ ଛକା) ରନ କରିଥିଲେ। ଚେନ୍ନାଇ ପାଇଁ ଜେମି ଓଭରଟନ ୩ ଓ ଅଂଶୁଲ କମ୍ବୋଜ ୨ ଉଇକେଟ ନେଇଥିଲେ।

ଜବାବରେ ଚେନ୍ନାଇକୁ ସଞ୍ଜୁ ସାମସନ (୨୮ ରନ, ୧୪ ବଲ, ୩ ଚୌକା ଓ ୨ ଛକା) ଓ ଅଧିନାୟକ ଋତୁରାଜ ଗାଏକ୍ୱାଡ ୩.୪ ଓଭରରେ ୪୫ ରନର ଭଲ ଆରମ୍ଭ ଦେଇଥିଲେ। ନଂ.୩ରେ ଆସିଥିବା ଉର୍ଭିଲ ପଟେଲ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ପଞ୍ଚମ ଓ ଷଷ୍ଠ ଓଭରରେ ୭ଟି ବଲ ଖେଳି ୬ଟି ଛକା ଓ ଗୋଟିଏ ଚୌକା ଲଗାଇଥିଲେ। ସେ ୧୩ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହାକି ଆଇପିଏଲ୍‌ ଇତିହାସର ଯୁଗ୍ମ ଦ୍ରୁତତମ।

ସେ ମୋଟ ୨୩ ବଲରେ ୬୫ (୨ ଚୌକା ଓ ୮ ଛକା) ରନ କରିଥିଲେ ଏବଂ ଋତୁରାଜ (୪୨ ରନ, ୨୮ ବଲ, ୩ ଚୌକା ଓ ୨ ଛକା)ଙ୍କ ସହ ମିଶି ଦ୍ୱିତୀୟ ଉଇକେଟରେ ଦ୍ରୁତ ୮୧ ରନ ଯୋଡ଼ିଥିଲେ। ଏହାପରେ ଚେନ୍ନାଇ ୨୦ ରନ ମଧ୍ୟରେ ୩ ଉଇକେଟ ହରାଇବାରୁ ଲକ୍ଷ୍ନୌ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ହେଲେ ଚେନ୍ନାଇ ପାଇଁ ଶିବମ ଦୁବେ ୭ ବଲରେ ୧୫ (୨ ଛକା) ଓ ପ୍ରଶାନ୍ତ ବୀର ୧୨ ବଲରେ ୧୮ (୨ ଛକା) ରନ କରି ମ୍ୟାଚ୍‌ ଫିନିଶ୍‌ କରିଥିଲେ। ଚେନ୍ନାଇ ୧୯.୪ ଓଭରରେ ୫ ଉଇକେଟ ହରାଇ ୨୦୮ ରନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?