ଇରାନ ଶାନ୍ତି ପ୍ରସ୍ତାବକୁ ଟ୍ରମ୍ପ୍‌ଙ୍କ ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ,୧୨ା୫(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ବନ୍ଦ ଲାଗି ଆମେରିକା ପ୍ରସ୍ତାବ ଉପରେ ଇରାନ ଦେଇଥିବା ଜବାବକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଦୌ ଗ୍ରହଣୀୟ ନୁହେଁ କହି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତେବେ ଟ୍ରମ୍ପ୍‌ ଏହା ଉପରେ ଅଧିକ କିଛି କହି ନ ଥିବାବେଳେ ସାମରିକ ଅଭିଯାନ ଉପରେ ବିଚାର କରିବାକୁ ଜଣେ ପ୍ରମୁଖ ରିପବ୍ଲିକାନ୍‌ ନେତା ତାଙ୍କୁ ନିବେଦନ କରିଛନ୍ତି।
ସହ ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଯୁଦ୍ଧ ବନ୍ଦ ଏବଂ ବିଶ୍ୱ ତୈଳ ଯୋଗାଣର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଖୋଲିବା ଦିଗରେ ଏକ ସଫଳତା ଆସିପାରେ ବୋଲି ଆଶା କରଯାଉଥିଲାବେଳେ ଟ୍ରମ୍ପ୍‌ ରବିବାର ତେହରାନ୍‌ର ପ୍ରସ୍ତାବ ପାଇଥିଲେ। ଆମେରିକାର ତଥାକଥିତ ପ୍ରତିନିଧିମାନଙ୍କ ଜବାବ ପଢ଼ିଛି। ଏହାକୁ ମୁଁ ପସନ୍ଦ କରୁନାହିଁ, ଏହା ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି ଟ୍ରମ୍ପ୍‌ ତାଙ୍କ ଟ୍ରୁଥ୍‌ ସୋସିଆଲ ପ୍ଲାଟ୍‌ଫର୍ମରେ ଲେଖିଛନ୍ତି। ଅନ୍ତର୍ଜାତୀୟ ଜାହାଜ ଚଳାଚଳ ଏବଂ ଆମ ମଧ୍ୟପ୍ରାଚ୍ୟ ସହଯୋଗୀମାନଙ୍କ ଉପରେ କ୍ରମାଗତ ଆକ୍ରମଣ ଲାଗିରହିଥିବାବେଳେ ଆମେରିକାର କୂଟନୈତକ ପ୍ରସ୍ତାବ ଉପରେ ସେମାନଙ୍କ ଜବାବ ଆଦୌ ଗ୍ରହଣୀୟ ନୁହେଁ। ମୋ ମତରେ ରଣନୀତି ବଦଳାଇବା ସମ୍ପର୍କରେ ବିଚାର କରିବା ସମୟ ଆସିଥିବା ଜଣେ ରିପବ୍ଲିକାନ୍‌ ନେତା କହିଛନ୍ତି।
ଆଲୋଚନା ପୁନର୍ବାର ଆରମ୍ଭ କରିବା ପାଇଁ ଆମେରିକା ପ୍ରସ୍ତାବ ଦେଇଥିବାବେଳେ ସବୁଦିଗରୁ ବିଶେଷ କରି ଲେବାନନ୍‌ ସହ ଯୁଦ୍ଧ ବନ୍ଦ କରିବା ଉପରେ ତେହରାନ୍‌ ଏହାର ଜବାବରେ ଗୁରୁତ୍ୱ ଦେଇଥିଲା। ଏଥିସହିତ ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦାବି କରିବା ସହ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଇରାନର ସାର୍ବଭୌମତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲା। ଆମେରିକା ଏହାର ନୌସେନା ଅବରୋଧ ହଟାଇବା ପାଇଁ ଇରାନ ଆହ୍ବାନ ଦେବା ସହ ଆଗକୁ ଆକ୍ରମଣ ନ କରିବାର ଗ୍ୟାରେଣ୍ଟି ପ୍ରଦାନ କରିବା, କଟକଣା ହଟାଇବା ଏବଂ ଇରାନୀୟ ତୈଳ ବିକ୍ରି ଉପରୁ ଆମେରିକାର ନିଷେଧାଦେଶ ପ୍ରତ୍ୟାହାର କରିନେବା ଲାଗି ତେହରାନ୍‌ ପ୍ରସ୍ତାବ ଦେଇଥିଲା। ଆମେରିକା ଉକ୍ତ ପ୍ରସ୍ତାବ ପାଇବା ପରେ ଟ୍ରମ୍ପ୍‌ ତୁରନ୍ତ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ଅନ୍ୟପକ୍ଷରେ ଯୁଦ୍ଧ ବନ୍ଦ ଲାଗି ତେହରାନ୍‌ ପଠାଇଥିବା ଏହାର ପ୍ରସ୍ତାବକୁ ଉଦାରମନା ଏବଂ ଦାୟିତ୍ୱବାନ୍‌ ବୋଲି କହିଛି। ଯୁଦ୍ଧ ବନ୍ଦ ଏବଂ ଆମେରିକା ଅବରୋଧ ପ୍ରତ୍ୟାହାର ଦାବି କରିବା ସହ ଆମେରିକା ଚାପ ଯୋଗୁ ବ୍ୟାଙ୍କଗୁଡ଼ିକରେ ଅନ୍ୟାୟ ଭାବେ ଅଟକି ରହିଥିବା ଇରାନର ସମ୍ପତ୍ତିକୁ ମୁକ୍ତ କରିବା ଦାବି ଯଥାର୍ଥ ଥିଲା ବୋଲି ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଏସ୍‌ମାଇଲ୍‌ ବାଘେଇ କହିଛନ୍ତି।
ଇରାନ ପ୍ରସ୍ତାବକୁ ଟ୍ରମ୍ପ୍‌ ପ୍ରତ୍ୟାଖ୍ୟାନ କରିଦେବା ଫଳରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନିକଟରେ ଖୋଲିବା ସମ୍ଭାବନା ନ ଥିବା ଖବର ପ୍ରସାରିତ ହେବାରୁ ସୋମବାର ଅନ୍ତର୍ଜାତୀୟ ବଜାରରେ ତୈଳ ଦର ପାଖାପାଖି ୩ ପ୍ରତିଶତ ବୃଦ୍ଧି ପାଇଛି। ଫେବୃଆରୀ ୨୮ର ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଉକ୍ତ ଜଳପଥ ଦେଇ ବିଶ୍ୱ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ଏକ-ପଞ୍ଚମାଂଶ ପରିବହନ ହେଉଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri