ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁହଁ ଖୋଲିଲେ ଯୁବତୀ, କହିଲେ ମୋତେ ଆଉ ମୋ’ ସାଙ୍ଗକୁ ସେ…

ବାଲିଅନ୍ତା,୮ା୫(ନୀଳମାଧବ ସାହୁ): ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ। ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨ ଜଣ ଯୁବକ ଅସଦାଚରଣ କରିଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖି ନ ଥିଲି। ମୁଁ ଓ ମୋ’ ସାଙ୍ଗ ସ୍କୁଟିରେ ମାଉସୀ ଘରକୁ ଯିବାବେଳେ ବାଟରେ ସେମାନେ ଆମକୁ କିଛି କହିଥିଲେ। ପରେ ପଛକୁ ଫେରି ଆମ ଗାଡ଼ିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ। ମୋ ଡ୍ରେସ୍ ଚିରି ଦେଇଥିଲେ…… ଜଣେ ଲୋକ ମୋ ଦେହରେ ଗାମୁଛା ବାନ୍ଧିଥିଲେ। ମୁଁ ଛାଟିପିଟି ହେଉଥିଲି। ମୋ ଗୋଡ଼ ହାତ କାମ କରୁ ନ ଥିଲା…… ମୁଁ ଉଠିପାରୁ ନ ଥିଲି।’ ସ୍ଥାନୀୟ ଲୋକେ ଆସିଲେ ମୁଁ ବଞ୍ଚିଛି ବୋଲି କହିଛନ୍ତି ଯୁବତୀ।

ରାଜଧାନୀ ଉପକଣ୍ଠ ବାଲିଅନ୍ତା ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଦୁଇ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନଙ୍କୁ ଗାଁ ଲୋକେ ପିଟିପିଟି ମାରିଦେଇଛନ୍ତି। ବଡ଼ କଥା ହେଲା, ପିସିଆର ଭ୍ୟାନ୍‌ ପହଞ୍ଚିଥିଲେ ମଧ୍ୟ ଅଭିଯୁକ୍ତମାନେ ପୋଲିସ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କ ହାତ, ଗୋଡ଼ ବାନ୍ଧି ବାଉଁଶରେ ଝୁଲାଇ ପିଟିଥିଲେ। ଶେଷରେ ବାଉଁଶରେ ଝୁଲାଇ ଗାଡ଼ିରେ ଲଦି ଗାଁ ଭିତରକୁ ନେଇଥିଲେ। ଫଳରେ ସୌମ୍ୟରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ଘର ମୌଜପୁର ଗ୍ରାମରେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ବାଲିଅନ୍ତା ପୋଲିସ କେସ୍‌ ନଂ-୨୧୨/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ତନାଘନା କରୁଛି। ଭାଇରାଲ ହୋଇଥିବା ଭିଡିଓରୁ ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ କରୁଛି। ଅନ୍ୟପଟେ ଯୁବତୀ ଜଣଙ୍କ ମଧ୍ୟ ମୃତ ସୌମ୍ୟରଞ୍ଜନଙ୍କ ନାମରେ ବାଲିଅନ୍ତା ଥାନାରେ ବଳାତ୍କାର ଉଦ୍ୟମ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ.୨୧୩/୨୬ରେ ଆଉ ଏକ ମାମଲା ରୁଜୁ କରିଛି। ଗାଁରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିବାରୁ ବାଲିପାଟଣା, ପାହାଳ ଏବଂ ଅନ୍ୟ ଥାନାର ଅଧିକାରୀଙ୍କୁ ମୁତୟନ କରାଯିବା ସହ ଫୋର୍ସ ମଧ୍ୟ ରଖାଯାଇଛି। ପ୍ରାଥମିକ ତଦନ୍ତରୁ ଯୁବକଙ୍କ ହତ୍ୟା ପଛରେ ତୃତୀୟ ପକ୍ଷଙ୍କ ସମ୍ପୃକ୍ତି ରହିଛି। ସୌମ୍ୟରଞ୍ଜନଙ୍କ ବାଇକ୍‌ ପଛରେ ବସିଥିବା ଯୁବକଙ୍କ ବୟାନ ନିଆଯାଇଛି। ଭାଇରାଲ ହୋଇଥିବା ଭିଡିଓରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ। ଅନ୍ୟପଟରେ ଅସଦାଚରଣର ଶିକାର ହୋଇଥିବା ଯୁବତୀ ଥାନାରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆଣିଛନ୍ତି। ଜିଆର୍‌ପି ପୋଲିସକୁ ଏନେଇ ସବୁ ଜଣାଇ ଦିଆଯାଇଛି। ସେମାନେ ଆମ ସହ ଯୋଗାଯୋଗରେ ଅଛନ୍ତି ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।
ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୨ଟାରେ ୨ ଯୁବତୀ ସ୍କୁଟି ଯୋଗେ ଭିଙ୍ଗାରପୁର ଯାଉଥିଲେ। ଏହି ସମୟରେ ସୌମ୍ୟରଞ୍ଜନ ଏବଂ ତାଙ୍କ ସହଯୋଗୀ ଓମ୍‌ପ୍ରକାଶ ମହାନ୍ତି ବାଇକ୍‌ରେ ସମାନ ଦିଗରେ ଯାଉଥିଲେ। ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଯୁବତୀଙ୍କୁ ଏକଲା ଦେଖି ସୌମ୍ୟରଞ୍ଜନ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଯିବା ସହ ଯୁବତୀଙ୍କୁ ସାଇଡ୍‌ ମାରିଥିଲେ। ପରେ ସେମାନେ ପୁଣି ଗାଡ଼ି ବୁଲାଇ ପଛକୁ ଆସି ଯୁବତୀଙ୍କ ସ୍କୁଟିକୁ ଧକ୍କା କରିଥିଲେ। ୨ଯୁବତୀ ତଳେ ପଡ଼ିଯିବା ପରେ ସେମାନେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ମୃତ ସୌମ୍ୟରଞ୍ଜନ ଏବଂ ଓମ୍‌ ପ୍ରକାଶ ନିଶାଗ୍ରସ୍ତ ଅବସ୍ଥାରେ ସବୁ ସୀମା ଟପିଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ବଳାକତ୍ାର ଉଦ୍ୟମ ମଧ୍ୟ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ଦୁଇ ଯୁବତୀ ଚିତ୍କାର କରିବା ପରେ ସ୍ଥାନୀୟ ଗାଁ ଲୋକ ଦୌଡ଼ି ଆସିଥିଲେ। ଏହାପରେ ଲୋକେ ସେମାନଙ୍କ ହାତଗୋଡ଼ ବାଉଁଶରେ ବାନ୍ଧି ପିଟିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୋଲିସ ସମ୍ମୁଖରେ ମଧ୍ୟ ଲୋକେ ୨ଜଣଙ୍କୁ ପିଟିଥିଲେ। ପୋଲିସ ସୌମ୍ୟରଞ୍ଜନ ଏବଂ ଓମ୍‌ ପ୍ରକାଶଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା। ଓମ୍‌ ପ୍ରକାଶ ମହାନ୍ତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ମୃତକ ସୌମ୍ୟରଞ୍ଜନଙ୍କ ମା’ କହିଛନ୍ତି, ତାଙ୍କ ପୁଅଙ୍କୁ ଜାଣିଶୁଣି ହାତଗୋଡ଼ ବାନ୍ଧି ପିଟି ମାରିଦେଇଛନ୍ତି। ତାଙ୍କ ପୁଅ କାହାରିକୁ ଖରାପ ବ୍ୟବହାର ଦେଖାନ୍ତି ନାହିଁ। ଯେଉଁମାନେ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି। ଅନ୍ୟପଟରେ ଗାଁ ଲୋକଙ୍କ କହିବା ହେଲା, ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ଯୁବକ ଉତ୍ପାତ  କରିଥିଲେ। ଏପରିକି ଦୁଇ ଯୁବତୀଙ୍କୁ ରାମଚନ୍ଦ୍ରପୁର ବ୍ରିଜ ନିକଟରେ ବଳାକତ୍ାର ଉଦ୍ୟମ କରିଥିଲେ। ଯୁବତୀଦ୍ୱୟ ଚିତ୍କାର କରିଥିଲେ ମଧ୍ୟ ସେମାନେ ଛାଡ଼ି ନ ଥିଲେ। ଶେଷରେ ଗାଁ ଲୋକ ଆସି ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ଯୁବକଙ୍କୁ ପିଟିଥିଲେ। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଯୁବକଙ୍କ ପାଇଁ ଯୁବତୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?