ପାଡୁଆ ରାଜୀବଗାନ୍ଧୀ ସେବାକେନ୍ଦ୍ର, ୫ ଦୋକାନ ଗୃହ ଭାଙ୍ଗିବା ଘଟଣା ପଡ଼ିରହିଛି ଲକ୍ଷାଧିକ ଟଙ୍କାର ଲୁହା ସାମଗ୍ରୀ

ନନ୍ଦପୁର/ପାଡୁଆ,୧୩ା୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଓ ୫ ଦୋକାନ ଗୃହ ବେସରକାରୀ ଜମିରେ ସରକାରୀ ଅର୍ଥରେ ନିର୍ମାଣ ହୋଇଥିଲା। ଉକ୍ତ ୨ ପ୍ରକଳ୍ପ ଜମି ମାଲିକ ଭାଙ୍ଗି ନିଜ ଅକ୍ତିଆରକୁ ନେଇଛନ୍ତି। କିନ୍ତୁ ଦୋକାନ ଗୃହ ନିର୍ମାଣ ବେଳେ ସ୍ଥାନିତ ୫ ସଟର ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସ୍ଥାନିତ ୪ କବାଟ, ୬ ଝରକା, ୧୦ ଲୁହା ଗ୍ରିଲ, ୨ ଲୁହା ଗେଟ ଆଦି ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ସୁରକ୍ଷିତ ରଖାଯାଇ ନ ଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ ନନ୍ଦପୁର ବ୍ଲକ ଓ ପାଡୁଆ ପଞ୍ଚାୟତ ପ୍ରଶାସନ ପକ୍ଷରୁ ନିର୍ମିତ ୨୦୦୮-୦୯ରେ ୧୩ ଲକ୍ଷ ୪୭ ହଜାର ୭୩୨ ଟଙ୍କା ବିନିମୟରେ ପାଡୁଆ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଓ ସେବାକେନ୍ଦ୍ର ସମ୍ମୁଖ ଭାଗରେ ପଞ୍ଚାୟତର ସ୍ଥାୟୀ ସମ୍ପତି ବୃଦ୍ଧି ଉଦ୍ଦେଶ୍ୟରେ ୧୦ ଲକ୍ଷ ଟଙ୍କା ବିନିମୟରେ ୫ ଷ୍ଟଲ ନିର୍ମାଣ କରାଯାଇଥିଲା। କିନ୍ତୁ ପରେ ୨ ପ୍ରକଳ୍ପ ନିର୍ମାଣସ୍ଥଳ ଜମି ବେସରକାରୀ ବୋଲି ଚିହ୍ନଟ କରାଯାଇ ଉକ୍ତ ଜମିକୁ ମାଲିକଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପରେ ସ୍ଥାନିତ ଲକ୍ଷାଧିକ ଟଙ୍କାର ଲୁହା ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ରଖାଯାଇ ନାହିଁ। ଅଳ୍ପ କିଛି ସାମଗ୍ରୀ ଭଙ୍ଗା ଗୃହ ନିକଟରେ ପଡ଼ି ରହିଛି। ଅଧିକ ସ୍ଥାନୀୟ ଲୋକେ ବୋହି ନେଇଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରାଙ୍କୁ ପଚାରିବାରୁ ସେ ପଞ୍ଚାୟତ ପିଇଓ ଏବଂ ସରପଞ୍ଚଙ୍କୁ ଉକ୍ତ ଲୁହା ସାମଗ୍ରୀଗୁଡ଼ିକୁ ସଂଗ୍ରହ କରି ସଂରକ୍ଷିତ ରଖିବା, ଯଦି କିଛି ଜିନିଷ ଚାରି ହୋଇଥାଏ ତେବେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?