ପିସିଆର କର୍ମଚାରୀ ଶିଖିବେ ଆଚାର ସଂହିତା

ଭୁବନେଶ୍ୱର,୧୨ା୫(ତ୍ରିନାଥ ମହାନ୍ତି): ଆଇନଶୃଙ୍ଖଳା ଓ ଅପରାଧ ରୋକିବାରେ ପ୍ରମୁଖ ଭୂମିକା ନେଇଥାନ୍ତି ଥାନା ପିସିଆର୍‌ କର୍ମଚାରୀ। ଥାନା କିମ୍ବା କଣ୍ଟ୍ରୋଲ ରୁମ୍‌କୁ ଖବର ଯିବା ମାତ୍ରେ ସେମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚତ୍ଥାନ୍ତି। ହେଲେ ଅଧିକାଂଶ ସମୟରେ ସେମାନେ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥାନ୍ତି। ଭିଡ଼ ନିୟନ୍ତ୍ରଣ ହେଉ କି ଦୁର୍ଘଟଣା କିମ୍ବା ଅପରାଧ ସ୍ଥଳରେ ଉତ୍ତେଜନା ରୋକିପାରୁ ନାହାନ୍ତି। କେତେକ କ୍ଷେତ୍ରରେ ପିସିଆର୍‌ କର୍ମଚାରୀଙ୍କ କ୍ରୂର ବ୍ୟବହାର ପାଇଁ ସ୍ଥିତି ଆହୁରି ବିଗିଡ଼ିଯାଉଥିବା ନଜିର ରହିଛି। ଫଳରେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ମଧ୍ୟ ଆକ୍ରମଣ କରିବାକୁ ପଛାଉନାହାନ୍ତି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନାଞ୍ଚଳରେ ଅସଦାଚରଣ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପସ୍ଥିତିରେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟି ମାରିଦେବା ଘଟଣା ଏହାର ସଦ୍ୟ ଉଦାହରଣ। ଖବର ପାଇ ଠିକ୍‌ ସମୟରେ ପିସିଆର ଭ୍ୟାନ୍‌ ପହଞ୍ଚତ୍ଥିଲେ ମଧ୍ୟ ଲୋକଙ୍କ କବଳରୁ ସୌମ୍ୟଙ୍କୁ ସୁରକ୍ଷା ଦେଇପାରି ନ ଥିଲା ପୋଲିସ। ଆକ୍ରମଣକାରୀଙ୍କୁ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଓଡ଼ିଶା ପୋଲିସ ବଦନାମ ମୁଣ୍ଡାଇବା ପରେ ଏବେ ଚିନ୍ତା ପଶିଛି। ଏବେ କମିଶନରେଟ୍‌ ପୋଲିସରେ କାର୍ଯ୍ୟ କରୁଥିବା ସମସ୍ତ ପିସିଆର ଭ୍ୟାନ୍‌ କର୍ମଚାରୀଙ୍କୁ ଆଚାୟ ସଂହିତ ପାଠ ପଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଘଟଣାସ୍ଥଳରେ କିଭଳି ଲୋକଙ୍କୁ ବ୍ୟବହାର କରିବେ, ଲୋକେ ଆଇନକୁ ହାତକୁ ନେଇ ହିଂସା ଘଟାଉଥିଲେ ପୋଲିସ କିପରି ରୋକିବ, ଚଢ଼ାଉ, ଉଦ୍ଧାର କିମ୍ବା ଗିରଫ ସମୟରେ ପୋଲିସ ଉପରେ ଆକ୍ରମଣ ହେଲେ କେଉଁ ପନ୍ଥା ଆପଣାଯିବ, ସବୁକିଛି ଶିକ୍ଷା ଦିଆଯିବ। ବିଶେଷକରି ଲୋକଙ୍କ ପ୍ରତି ବ୍ୟବହାର ଏବଂ ଭିଡ଼ ହିଂସାକୁ କିଭଳି ନିୟନ୍ତ୍ରଣ କରାଯିବ ତାହାକୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ମାସିକିଆ ଟ୍ରେନିଂ ଦିଆଯିବ ବୋଲି ଜଣାପଡ଼ିଛି।
ଆହୁରି ମଧ୍ୟ ଅନେକ ସମୟରେ ପିସିଆର ଭ୍ୟାନ୍‌ ଏବଂ ଥାନା ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। କଣ୍ଟ୍ରୋଲ ରୁମ୍‌ରୁ ଫୋନ୍‌ ଆସିବା ପରେ ପିସିଆର ଭ୍ୟାନ୍‌ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚୁଛି। ହେଲେ ଥାନାକୁ କୌଣସି ଅପରାଧ ସ୍ଥଳକୁ ଯିବା ପାଇଁ ଫୋନ୍‌ ଆସିଲେ ଥାନା ପିସିଆର୍‌ କର୍ମଚାରୀ ଅନ୍ୟ ଏକ ସ୍ପଟ୍‌କୁ ଆସିଥିବା କହି ଏଡ଼ାଇ ବିଳମ୍ବରେ ଯାଉଛନ୍ତି। ଥାନା ଅଧିକାରୀଙ୍କୁ ପଚାରିଲେ ପିସିଆର ଆମ ଅଧୀନରେ ନାହିଁ, କଣ୍ଟ୍ରୋଲ ରୁମ୍‌ ନିୟନ୍ତ୍ରଣରେ ରହିଥିବା କହି କଥାକୁ ଏଡ଼ାଇ ଯାଉଛନ୍ତି। ପିସିଆର ଭ୍ୟାନ୍‌ କର୍ମଚାରୀ ଚାନ୍ଦା ନେବାଠାରୁ ଆରମ୍ଭକରି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିଲେ ବି ଥାନା ଅଧିକାରୀ କିଛି ଆକ୍ସନ ନେଇପାରୁନାହାନ୍ତି। ତେଣୁ ଥାନା ଏବଂ ପିସିଆର ମଧ୍ୟରେ ସମନ୍ବୟ ରହିବା ପାଇଁ ପୋଲିସ କମିଶନର ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରତି ମାସରେ ପିସିଆର୍‌ କର୍ମଚାରୀଙ୍କ କାର୍ଯ୍ୟର ରିଭ୍ୟୁ କରାଯିବ। ବାରମ୍ବାର ଅଭିଯୋଗ ଥିବା ଓ ଠକୁଥିବା କର୍ମଚାରୀଙ୍କୁ ବିଦା କରାଯିବ ବୋଲି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଦବିକ୍ରିକୁ ବିରୋଧ କରି ଏକାଠି ହେଲେ ଗାଁ ଲୋକେ, କାର୍ଯ୍ୟାନୁଷ୍ଠାନ ଦାବିରେ…

ଡେରାବିଶ,୨୮ା୧୧ (ବେବର୍ତ୍ତା ଅଜୟ ଦାସ): ଗ୍ରାମରେ ବେଆଇନ ମଦବିକ୍ରିକୁ ବିରୋଧ କରି ଡେରାବିଶ ଥାନା ବାଲିଆ ପଞ୍ଚାୟତ ମୁଲଣାପାଟଣା ଗ୍ରାମବାସୀ ଏକାଠି ହୋଇଛନ୍ତି। ଶୁକ୍ରବାର ଗ୍ରାମର ବହୁ…

ରାତି ଅଧିଆ ବାଇକ୍‌ରେ ଚନ୍ଦନ କାଠ ଚାଲାଣ, ପୋଲିସ ଜାଲରେ ୩ ଅଭିଯୁକ୍ତ                     

ଦିଗପହଣ୍ଡି/ଚିକିଟି,୨୮|୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ) ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଧିକାରୀ ଏସ.ଆଇ ଗୌତମ ସାହୁ ସଦଳବଳେ ଚିକିଟି,କୃଷ୍ଣପୁର,ଲିଆଖାଇ, ଧାନଘର ଛକ…

ଡିଲିମିଟେସନ ବିଲ୍‌କୁ ନେଇ ବଡ଼ କଥା କହିଲେ ପ୍ରସନ୍ନ ଆଚାର୍ଯ୍ୟ: ନବୀନଙ୍କ …

ଭୁବନେଶ୍ୱର୨୮।୧୧: ଡିଲିମିଟେସନ ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିବ କି ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଙ୍ଗରେ…

କଟକଣାକୁ ମାନୁନାହାନ୍ତି ମତ୍ସ୍ୟଜୀବୀ, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ…

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?