ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ ଥାନା ଅନ୍ତର୍ଗତ ଲାଲାପଶି ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ପତ୍ନୀ ଭାରତୀ ନାଏକ (୪୭)।

ସୂଚନା ଅନୁଯାୟୀ, ପ୍ରାୟ ୨୪ ବର୍ଷ ପୂର୍ବେ ଭାରତୀ ଲାଲାପଶି ଗ୍ରାମର ଚନ୍ଦ୍ରମଣିଙ୍କୁ ବିବାହ କରିଥିଲେ। ମାତ୍ର ବିଭିନ୍ନ ପାରିବାରିକ କାରଣରୁ ସ୍ୱାମୀ ଓ ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ମନୋମାଳିନ୍ୟ ଲାଗି ରହିଥିଲା। ଏହି କାରଣରୁ ଭାରତୀ ଘର ଛାଡ଼ି ଜଣେ ଯୁବକଙ୍କ ସହ ଗତ ଏପ୍ରିଲ ୨୯ ତାରିଖରୁ ବାରକୋଟର ଏହି ଲଜ୍‌ରେ ରହି ଆସୁଥିଲେ। ମଙ୍ଗଳବାର ସେ ରହୁଥିବା ଲଜ୍ କୋଠରୀରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାକୁ ନେଇ ମୃତା ଭାରତୀଙ୍କ ଭାଇ ବାରକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତୀଙ୍କ ସହ ଲଜରେ ରହୁଥିବା ଉକ୍ତ ଯୁବକ ଜଣକ ଘଟଣା ପରଠାରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଯୁବକଙ୍କ ସମ୍ପର୍କରେ ପୋଲିସ ଖୋଳତାଡ଼ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?