ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର ପଦାରେ ପକାଉଛି। ସଦ୍ୟ ଘଟଣା ହେଲା ୩ ମେ’ ୨୦୨୬ରେ ସର୍ବଭାରତୀୟ ସ୍ତରରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି)ରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଏହି ଏନ୍‌ଇଇଟି-ୟୁଜି ପରୀକ୍ଷା ପୂର୍ବରୁ ରାଜସ୍ଥାନରେ ଏକ ‘ଗେସ୍‌ ପେପର’ ବା ଆନୁମାନିକ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ସେଥିରେ ପ୍ରାୟ ୧୨୦-୧୪୦ଟି ପ୍ରଶ୍ନ ପ୍ରକୃତ ପରୀକ୍ଷା ପରି ସମାନ ଥିବା ଜଣାପଡ଼ିଥିଲା। ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ୍‌ ତଦନ୍ତରୁ ଏହା ଜଣାପଡ଼ିଛି। ଏହି ପରୀକ୍ଷାକୁ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏକ ସ୍ବୟଂଶାସିତ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରିଚାଳନା କରିଥାଏ। କେବଳ ଚଳିତ ଥର ନୁହେଁ, ୨୦୨୪ରେ ମଧ୍ୟ ପେପର୍‌ ଲିକ୍‌, ଗ୍ରେସ୍‌ ମାର୍କ ଭଳି ଅନେକ ଅନିୟମିତତା ହୋଇଥିଲା। ହେଲେ ସେତେବେଳେ ସମ୍ପୃକ୍ତ ପରୀକ୍ଷାକୁ ବାତିଲ କରାଯାଇ ନ ଥିଲା। ୨୦୨୬ ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଛାତ୍ରୀଛାତ୍ର ବିକ୍ଷୋଭ କରିବା ସହ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରିବାରୁ ଏନ୍‌ଟିଏ ଏହାକୁ ବାତିଲ କରିଦେଇଛି।
ଯେତେବେଳେ ପ୍ରଶ୍ନପ୍ରତ୍ର ଲିକ୍‌ ହୋଇଥାଏ କିମ୍ବା କୌଣସି କାରଣରୁ ତାହା ବାତିଲ ହୁଏ, ସେତେବେଳେ ଅନେକ ଲକ୍ଷ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଏ। ଏହି ଛାତ୍ରୀଛାତ୍ର ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ ବୋଲି କହିହେବ। କେନ୍ଦ୍ର ସରକାର ୨୦୨୬ ମେଡିକାଲ ପ୍ରବେଶିକା ପରୀକ୍ଷା ଅନିୟମିତତାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ନିର୍ଦ୍ଦେଶର କୌଣସି ମାନେ ରହୁନାହିଁ। କାରଣ ୨୦୨୪ ମେଡିକାଲ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତାର ଯାଞ୍ଚ କେଉଁଆଡ଼େ ଗଲା ତାହା କେହି ଜାଣିପାରିଲେ ନାହିଁ। କିଛି ଲୋକଙ୍କୁ ଗିରଫ କରି ପରେ ଛାଡ଼ିଦେବା ହୋଇଯାଇଛି ତଦନ୍ତକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ। ଏଭଳି ପରିସ୍ଥିତିରେ କେବଳ ବିଦ୍ୟାର୍ଥୀ ନୁହନ୍ତି, ସେମାନଙ୍କ ମାତାପିତା ଓ ଅଭିଭାବକମାନେ ମଧ୍ୟ ମାନସିକ ଯନ୍ତ୍ରଣା ଦେଇ ଗତି କରିଥାଆନ୍ତି। ଏନ୍‌ଟିଏ ବାରମ୍ବାର ପରୀକ୍ଷା ପରିଚାଳନାରେ ବିଫଳ ହେଉଥିବାରୁ ଅନ୍ୟ କୌଣସି ସଂସ୍ଥା ଗଠନ ଉପରେ ଶିକ୍ଷାବିତ୍‌ମାନେ ଦୃଢ଼ ଦାବି କରୁଛନ୍ତି। କିନ୍ତୁ ମୂଳ କଥା ହେଲା, ଯେକୌଣସି ସଂସ୍ଥା ଗଠନ କରିଦେଲେ ଓ ତାହା ଯଦି ଉତ୍ତରଦାୟିତ୍ୱ ବଜାୟ ରଖି ନ ପାରିବ, ତେବେ ଏଭଳି ଅନିୟମିତତା ଲାଗି ରହିବ ।
ପିଲାଙ୍କ ଭବିଷ୍ୟତ ସହିତ ଖେଳୁଥିବା ଦୋଷୀଙ୍କୁ ଯଦି ଆଜୀବନ ଜେଲଦଣ୍ଡ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଦିଆଯିବାର ଆଇନ ତିଆରି ହୋଇପାରନ୍ତା, ତେବେ ହୁଏତ କିଛିଟା ପରିବର୍ତ୍ତନ ଆସିପାରନ୍ତା। ଏହା କହିଲା ବେଳକୁ ମନେପଡ଼େ ଦିଲ୍ଲୀର ନିର୍ଭୟା ଘଟଣା ପରେ ଦେଶବ୍ୟାପୀ ଯେଉଁ ଉତ୍ତେଜନା ପ୍ରକାଶ ପାଇଲା, ସେଥିରେ ସରକାର ବଦଳିଯାଇପାରିଲା, କିନ୍ତୁ ଆଜି ମଧ୍ୟ ବଳାତ୍କାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ସୃଷ୍ଟି ହୋଇପାରୁ ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?